ETV Bharat / sitara

ଟିଭି ପରଦାରୁ ସିଲଭର ସ୍କ୍ରିନ: ବଲିଉଡ ଷ୍ଟାରଙ୍କ ଯାତ୍ରା - ଆୟୁଷ୍ମାନ ଖୁରାନା

ଅନେକ ଆକ୍ଟର ଯିଏ ଆଜି ବଡ ପରଦାରେ ସୁପରଷ୍ଟାର ପାଲଟିଛନ୍ତି ଓ ଷ୍ଟାରଡମ୍ ପାଇଛନ୍ତି, ଦିନ ଥିଲା ସେମାନେ ଏକ ଛୋଟ ପରଦାରୁ ଯାତ୍ରା ଆରମ୍ଭ କରିଥିଲେ । ଆସନ୍ତୁ ନଜର ପକାଇବା ଏପରି କିଛି ଷ୍ଟାରଙ୍କ ଯାତ୍ରା ଉପରେ ।

ଟିଭି ପରଦାରୁ ସିଲଭର ସ୍କ୍ରିନ: ବଲିଉଡ ଷ୍ଟାରଙ୍କ ଯାତ୍ରା

author img

By

Published : May 14, 2020, 4:49 PM IST

ମୁମ୍ବାଇ: ବଲିଉଡ ଷ୍ଟାର ଓ ଫିଲ୍ମ ଇଣ୍ଡଷ୍ଟ୍ରିର ଗ୍ଲାମର ଏବଂ ଚାକଚକ୍ୟ । କୋଟି କୋଟି ଲୋକଙ୍କ ପାଇଁ ଏହା ଏକ ଆକର୍ଷଣ । ଫିଲ୍ମ କଳାକାରଙ୍କୁ ସିତାରା କୁହାଯାଏ କାରଣ ସେମାନେ ଯେଉଁ ଦୁନିଆରେ ବସବାସ କରନ୍ତି ତାହା ଜଣେ ସାଧାରଣ ଲୋକ ପାଇଁ ସ୍ବର୍ଗ । ତେବେ ଏହି ଅଗଣିତ ଷ୍ଟାର ଯେଉଁଠି ପହଞ୍ଚିଛନ୍ତି ତାହା ପଛରେ ବି ସେମାନଙ୍କର ସଙ୍ଘର୍ଷର କାହାଣୀ ରହିଛି ।

ଅନେକ ଆକ୍ଟର ଯିଏ ଆଜି ବଡ ପରଦାରେ ସୁପରଷ୍ଟାର ପାଲଟିଛନ୍ତି ଓ ଷ୍ଟାରଡମ୍ ପାଇଛନ୍ତି, ଦିନ ଥିଲା ସେମାନେ ଏକ ଛୋଟ ପରଦାରୁ ଯାତ୍ରା ଆରମ୍ଭ କରିଥିଲେ । ଶାହାରୁଖଙ୍କଠାରୁ ସୁଶାନ୍ତ ରାଜପୁତ ଯାଏଁ, ଅନେକ ଷ୍ଟାର ଅଛନ୍ତି ଯିଏ ଦିନେ ଟିଭିରୁ ହିଁ ଆରମ୍ଭ କରିଥିଲେ ନିଜେ କ୍ୟାରିୟର । ଆସନ୍ତୁ ନଜର ପକାଇବା ଏପରି କିଛି ଷ୍ଟାରଙ୍କ ଯାତ୍ରା ଉପରେ ।

ଶାହାରୁଖ ଖାନ

ବଲିଉଡର କିଙ୍ଗ ଖାନ୍ ଓ ରୋମାନ୍ସର ବାଦଶାହା ଶାହାରୁଖ ଖାନ । ଆଜି ଯେଉଁ ସଫଳତାର ଶିଖର ଛୁଇଁଛନ୍ତି ଦିନ ଥିଲା ତାହା ଏକ ଛୋଟ ପରଦାର କାହାଣୀରୁ ଆରମ୍ଭ ହୋଇଥିଲା । ଆକ୍ଟିଂ କ୍ୟାରିୟରରେ ପ୍ରଥମେ ଶାହାରୁଖ ଦୂରଦର୍ଶନର 2ଟି ଶୋ ସର୍କସ ଓ ଫୌଜିରେ ଅଭିନୟ କରିଥିଲେ । 1992ରେ ଦିୱାନାରୁ ସେ ହିନ୍ଦୀ ଫିଲ୍ମରେ ପାଦ ଥାପିଥିଲେ ଏବଂ ଏହାପରେ ଯାହା ହେଲା ତାହା ଇତିହାସ ।

ବିଦ୍ୟା ବଲାନ

ତୁହ୍ମାରୀ ସୁଲୁ ଓ ଦ ଡାର୍ଟି ପିକଚରରେ ଦର୍ଶକଙ୍କ ମନ ଜିଣିଥିବା ବିଦ୍ୟା ବାଲାନ 1995ର ପପୁଲାର ଟିଭି ଶୋ ହମ ପାଞ୍ଚରୁ କ୍ୟାରିୟର ଆରମ୍ଭ କରିଥିଲେ । କମେଡି ସିରିଏଲରେ ସେ ରାଧିକା ଭୂମିକାରେ ଆକ୍ଟିଂ କରିଥିଲେ । ଅନେକ ଥର ଚେଷ୍ଟା କରିବା ପରେ ତାଙ୍କୁ ଅଭିନୟର ସୁଯୋଗ ମିଳିନଥିଲା । ବଲିଉଡରେ କେବଳ ଗୋଟିଏ ପ୍ରକାର ହିରୋଇନ ଦରକାର ଥିବାବେଲେ ବିଦ୍ୟା ବାଲାନ ନିଜ ଟାଲେଣ୍ଟ ଓ ଦୃଢ ପରିଶ୍ରମ ବଳରେ ପରିଣୀତାରେ ସୁଯୋଗ ପାଇଥିଲେ । ଆଉ ଏହାପରେ ଦର୍ଶକଙ୍କୁ ଦେଇ ଚାଲିଲେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ । ଏହାସହ ସେ ଗୋଟିଏ ଜାତୀୟ ପୁରସ୍କାର ଓ 6ଟି ଫିଲ୍ମଫେୟାର ଆୱାର୍ଡ ପାଇଛନ୍ତି ।

ଆୟୁଷ୍ମାନ ଖୁରାନା

ବଲିଉଡର କିଙ୍ଗ ମିଦାସ ଆୟୁଷ୍ମାନ ଖୁରାନା ଲଗାତାର ହିଟ୍ ଫିଲ୍ମ ଦେଇ ଚର୍ଚ୍ଚାରେ । ଗତବର୍ଷରୁ ଏବର୍ଷ ମଧ୍ୟରେ ତାଙ୍କର ପ୍ରାୟ 8ଟି ଫିଲ୍ମ ହିଟ୍ ସାବ୍ୟସ୍ତ ହୋଇଛି । ତାଙ୍କ ଫିଲ୍ମ ବାଛିବାର ଷ୍ଟାଇଲ ଅନ୍ୟମାନଙ୍କଠାରୁ ନିଆରା । ତେବେ ସମୟ ଥିଲା ଯେବେ ସେ ଛୋଟ ପରଦାରେ ସଙ୍ଘର୍ଷ କରିଥିଲେ । ପପ୍ ଷ୍ଟାର ଓ ରୋଡିଜ ଭଳି ରିଆଲିଟି ଶୋରେ ସେ ଭାଗ ନେଇଥିଲେ । ତେବେ 2012ର ଭିକ୍କୀ ଡୋନର ତାଙ୍କୁ ବଲିଉଡରେ ପରିଚୟ ଦେଇଥିଲା ।

ଇର୍ଫାନ ଖାନ

ନିକଟରେ ଦୁନିଆକୁ ଅଲବିଦା କହିଥିବା ପ୍ରତିଭାବାନ ଅଭିନେତା ଇର୍ଫାନ ଖାନଙ୍କ ଆକ୍ଟିଂ ସମସ୍ତଙ୍କୁ ଜଣା । ଭର୍ସାଟାଇଲ ଆକ୍ଟର ନିଜ ଅଭିନୟ ଯାଦୁରେ ସମସ୍ତଙ୍କ ହୃଦୟ ଜିଣିଥିଲେ । ସରଳ ଓ ନମ୍ର ସ୍ବଭାବର ଏହି ଜାତୀୟ ପୁରସ୍କାର ବିଜେତା ଜଣକ ମଧ୍ୟ ଟିଭିରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଚାଣକ୍ୟ, ଚନ୍ଦ୍ରକାନ୍ତା, ଭାରତ କି ଖୋଜ ଭଳି ସିରିଏଲରେ ସେ ପ୍ରଥମେ ଅଭିନୟ କରିଥିଲେ । ଏପରିକି ଇର୍ଫାନ ଛୋଟ ପରଦାର ଏତେ ସକ୍ରିୟ ଥିଲେ ଯେ ଥରେ ସେ ଏହି ଲାଇନ ଛାଡିଦେବାକୁ ସ୍ଥିର କରିଥିଲେ । 1988 ଫିଲ୍ମ ସଲାମ ବମ୍ବେରେ ସେ ଏକ ଛୋଟ ଭୂମିକା କରିଥିଲେ ମଧ୍ୟ ଏହାକୁ ବାଦ୍ ଦିଆଯାଇଥିଲା । ତେବେ ବିଶାଳ ଭରଦ୍ବାଜଙ୍କ ମକବୁଲ ତାଙ୍କୁ ରାତାରାତି ପରିଚିତ କରାଇଥିଲା । ଏହାପରେ ଲଞ୍ଚ ବକ୍ସ, ମଦାରି, ହିନ୍ଦୀ ମିଡିୟମ, ପାନ ସିଂ ତୋମାର ଭଳି ଫିଲ୍ମ ସହ ଅନେକ ହଲିଉଡ ଫିଲ୍ମରେ ମଧ୍ୟ ଅଭିନୟର ଯାଦୁ ଦେଖାଇଛନ୍ତି ।

ସୁଶାନ୍ତ ସିଂହ ରାଜପୁତ

ଏକଦା ଛୋଟ ପରଦାର ସଫଳ ଓ ଚର୍ଚ୍ଚିତ ଚେହେରା ସୁଶାନ୍ତ ଆଜି ବଲିଉଡର ଜଣେ ସଫଳ ଅଭିନେତା । ଫିଲ୍ମ କାଇ ପୋ ଚେରୁ ସେ ବଲିଉଡ ଡେବ୍ୟୁ ଆରମ୍ଭ କରିଥିଲେ । ଏମ ଏସ ଧୋନି, ଛିଛୋରେ ଭଳି ଫିଲ୍ମରେ ସଫଳ ହୋଇଥିବା ସୁଶାନ୍ତ ଟିଭିର କିସ ଦେଶ ମେ ହେ ମେରା ଦିଲରୁ କ୍ୟାରିୟର ଆରମ୍ଭ କରିଥିଲେ । ତେବେ ଜି ଟିଭିର ପବିତ୍ର ରିସ୍ତା ତାଙ୍କୁ ଘରେ ଘରେ ପରିଚିତ କରିଥିଲା ।

ଆର ମାଧବନ

ଫିଲ୍ମ ଇଣ୍ଡଷ୍ଟ୍ରିର ହ୍ୟାଣ୍ଡସମ ଓ ଟାଲେଣ୍ଟେଡ ଆକ୍ଟର ମାଧବନ । ଉଭୟ ବଲିଉଡ ଓ ଟଲିଉଡ ଫିଲ୍ମରେ ସେ ସକ୍ରିୟ । ଉଭୟ ଇଣ୍ଡଷ୍ଟ୍ରିରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ଛୋଟ ପରଦାର ସିରିଏଲ ବନେଗୀ ଆପନି ବାତ୍ ତାଙ୍କର ଡେବ୍ୟୁ ଥିଲା । ଏଥିରେ ସେ ଫେମସ ହେବା ପରେ କନ୍ନଡ ଫିଲ୍ମ ଶାନ୍ତି ଶାନ୍ତି ଶାନ୍ତିରେ ଆକ୍ଟିଂ କରିଥିଲେ । ହିନ୍ଦୀ ଫିଲ୍ମ ରେହେନା ହେ ତେରେ ଦିଲ୍ ମେଁ ତାଙ୍କର ବିଗ୍ ବଲିଉଡ ବ୍ରେକ ଥିଲା । ଫିଲ୍ମଟି ସୁପରହିଟ୍ ହୋଇଥିଲା ।

ୟାମି ଗୌତମ

ୟାମି ଛୋଟ ପରଦାରେ ସିରିଏଲ ଅପେକ୍ଷା ଫେୟାର ଆଣ୍ଡ ଲଭଲୀ ଆଡ୍ ପାଇଁ ବେଶୀ ଲୋକପ୍ରିୟ । ତେବେ ଚାନ୍ଦ କେ ପାର ଚଲୋ ତାଙ୍କର ପ୍ରଥମ ଟିଭି ସିରିଏଲ ଥିଲା । ଏହାପରେ ସେ ରାଜକୁମାର ଆରୟନ, ୟେ ପ୍ୟାର ନା ହୋଗା କମ ଭଳି ସିରିଏଲରେ ଆକ୍ଟିଂ କରି ସଫଳତା ପାଇଥିଲେ । ଆୟୁଷ୍ମାନଙ୍କ ସହ ଭିକ୍କୀ ଡୋନରରେ ତାଙ୍କର ବଲିଉଡ ବିଗ୍ ବ୍ରେକ୍ ହୋଇଥିଲା ଯାହା ତାଙ୍କୁ ଜଣେ ସଫଳ ହିରୋଇନର ପରିଚୟ ଦେଇଥିଲା । ଏହାପରେ ସେ ଉରି, ସନମ ରେ, କାବିଲ, ବାଲା, ଆକ୍ସନ ଜ୍ୟାକସନ, ବଦଲାପୁର ଭଳି ଫିଲ୍ମରେ ଆକ୍ଟିଂ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.