ମୁମ୍ବାଇ: ବଲିଉଡ ଷ୍ଟାର୍ସଙ୍କ ସେକ୍ରେଟରି ରୂପେ ଦୀର୍ଘ ସମୟ ପର୍ଯ୍ୟନ୍ତ କାମ କରିଥିବା ଜତିନ ରାଜଗୁରୁଙ୍କ ଦେହାନ୍ତ ଖବରକୁ ନେଇ ବଲିଉଡରେ ଶୋକର ଛାୟା ଖେଳିଯାଇଛି । ବୁଧବାର ସକାଳେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । 60 ବର୍ଷ ବୟସରେ ସେ ଦୁନିଆ ଛାଡି ଚାଲିଯାଇଛନ୍ତି । ସେ ଦୀର୍ଘ ସମୟରୁ କ୍ୟାନ୍ସର ରୋଗରେ ଆକ୍ରାନ୍ତ ଥିଲେ । ତାଙ୍କ ପରିବାରରେ ପତ୍ନୀ ଓ ପୁଅ ରଚିତ ଅଛନ୍ତି ।
ଜତିନ ବଲିଉଡର ସେହି ସେକ୍ରେଟେରିଙ୍କ ମଧ୍ୟରୁ ଅନ୍ୟତମ ଯେଉଁମାନଙ୍କୁ ନିର୍ମାତା, ନିର୍ଦ୍ଦେଶକ ଓ କଲାକାରମାନେ ସମ୍ମାନ ଦିଅନ୍ତି । ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ଲୋକପ୍ରିୟ ଅଭିନେତା ସନ୍ନି ଦେଓଲଙ୍କ କାମ ସମ୍ଭାଳିଥିଲେ । ସନ୍ନିଙ୍କ ପରେ କରୀସ୍ମା କପୁର, କରୀନା କପୁର, ତବ୍ବୁ, ଐଶ୍ଚର୍ଯ୍ୟା ରାୟ ବଚ୍ଚନ, ଦିବ୍ୟା ଭରତୀ, ବିପାଶା ବାସୁଙ୍କ କାମ କରିଥିଲେ ।
ଅଭିନେତ୍ରୀଙ୍କ ବ୍ୟତୀତ ସେ ଅଭିନେତା ସୁନୀଲ ସେଟ୍ଟୀ, ଜନ ଅବ୍ରାହମ, ଅଫତାବ ଶିବଦାସାନୀ ଓ ଡିନୋ ମୋରିୟାଙ୍କ କାମ କରି ଚର୍ଚ୍ଚାରେ ଥିଲେ । ଖାଲି ଏତିକି ନୁହେଁ ସେ ଏକ କମ୍ପାନୀ ମଧ୍ୟ ଖୋଲିଥିଲେ । ଯେଉଁଥିରେ ସେ ଷ୍ଟାର୍ସଙ୍କ କାମ ସମ୍ଭାଳିବା ପାଇଁ ତାରିଖ ନିର୍ଦ୍ଧାରିତ କରୁଥିଲେ ।