ମୁମ୍ବାଇ: ଧୀରେଧୀରେ କରି କୋରୋନା ଭାଇରସ ସବୁଆଡେ ବ୍ୟାପି ଗଲାଣି । ଭାରତରେ ମଧ୍ୟ ଏହି ସଂକ୍ରମଣଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏମିତି ପରିସ୍ଥିତିରେ ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ପାଇଁ ସେଲିବ୍ରିଟି ସୋସିଆଲ ମିଡିଆରେ ପ୍ରାୟତଃ ପରାର୍ମଶ ଦେଉଛନ୍ତି। ହଲିଉଡ ସେଲିବ୍ରିଟିଙ୍କ ଠୁ ନେଇ ବଲିଉଡ ସେଲିବ୍ରିଟି ନିଜ ନିଜ ଫ୍ୟାନ୍ସଙ୍କୁ ସୁରକ୍ଷିତ ରଖିବାକୁ ଅନେକ ଟିପ୍ସ ବାଣ୍ଟିବାରେ ଲାଗିଛନ୍ତି।
ନିକଟରେ ସୋସିଆଲ ମିଡିଆରେ ସେଫ ହ୍ୟାଣ୍ଡ ଚ୍ୟାଲେଞ୍ଜ ଖୁବ୍ ଭାଇରାଲ ହୋଇଥିଲା । ଇତିମଧ୍ୟରେ ସିଏମଓ ମହାରାଷ୍ଟ୍ର ଦ୍ବାରା ଟ୍ବିଟରରେ ଏକ ଭିଡିଓ ପୋଷ୍ଟ କରାଯାଇଛି । ଯେଉଁଥିରେ ମହାନାୟକ ଅମିତାଭ ବଚ୍ଚନଙ୍କ ସହ ଅନେକ ବଲିଉଡ କଳାକାର କୋରୋନା ଭାଇରସରୁ ବଞ୍ଚିବା ପାଇଁ ପରାର୍ମଶ ଦେଉଥିବାର ନଜର ଆସୁଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ୍ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଲୋକଙ୍କୁ ଅନେକ ଉପାୟରେ ସୁରକ୍ଷିତ ରହିବାକୁ ପରାର୍ମଶ ଦିଆଯାଇଛି। ଷ୍ଟାର୍ସ ସାର୍ବଜନିକ ସ୍ଥାନକୁ ନଯିବା ଏବଂ ଅନ୍ୟଙ୍କ ସୁରକ୍ଷାକୁ ପ୍ରାଥମିକାତା ଦେବାକୁ ଅପିଲ କରିଛନ୍ତି।
ପ୍ରକାଶ ଥାଉକି ଏହି ଭିଡିଓରେ ଅମିତାଭଙ୍କ ବ୍ୟତୀତ ଅନିଲ କପୁର, ମାଧୁରୀ ଦୀକ୍ଷିତ, ରଣବୀର ସିଂ, ଶିଳ୍ପା ସେଟ୍ଟୀ, ବରୁଣ ଧୱନ, ଅର୍ଜୁନ କପୁର, ଅଜୟ ଦେବଗନ, ଅକ୍ଷୟ କୁମାର, ଆୟୁଷ୍ମାନ ଖୁରାନା ଓ ଆଲିୟା ଭଟ୍ଟଙ୍କ କଳାକାର ନଜର ଆସୁଛନ୍ତି। ଦେଖନ୍ତୁ ଭିଡିଓ...