ହାଇଦ୍ରାବାଦ: ଜାତୀୟ ଖେଳ ଦିବସ ଅବସରରେ ଫିଟନେସ ପ୍ରତି ଜାଗରଣ ସୃଷ୍ଟି କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଫିଟ ଇଣ୍ଡିଆ କ୍ୟାମ୍ପେନକୁ ନେଇ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ତେବେ ମୋଦିଙ୍କ ଏହି କାମ୍ପେନକୁ ସମର୍ଥନ କରିଛନ୍ତି ବଲିଉଡ ସେଲିବ୍ରିଟି ।
ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କୁନ୍ଦ୍ରା ଏକ ଭିଡିଓ ସେୟାର କରି ଏହି କାମ୍ପେନରେ ଯୋଡି ହେବାକୁ ସୂଚନା ଦେଇଛନ୍ତି । ଫିଟନେସ କୁଇନ ଦିଲ୍ଲୀର କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଛନ୍ତି ଓ ଭିଡିଓ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଅଭିଯାନକୁ ଆଗକୁ ନେବା ପାଇଁ ଅନୁରୋଧ କରିଛନ୍ତି ।
ଅଭିନେତ୍ରୀ ପାୟଲ ରୋହଗତି ମଧ୍ୟ ଭିଡିଓ ସେୟାର କରି ଲୋକଙ୍କୁ ଫିଟ୍ ରହିବା ପାଇଁ ବାର୍ତ୍ତା ଦେଇଛନ୍ତି । ଭିଡିଓରେ ପାୟଲ ଫ୍ଲିପ କରୁଥିବାର ଦେଖିବାକୁ ମିଳିଛି । ପ୍ରକାଶଥାଉକି, ଫିଟ ଇଣ୍ଡିଆ କ୍ୟାମ୍ପେନ ପାଇଁ ଏକ ଦଳର ଗଠନ କରାଯାଇଥିଲା । ଏଥିରେ ଭାରତୀୟ ଅଲମ୍ପିକ ଦଳ, ରାଷ୍ଟ୍ରିୟ ଖେଳ ସଂଘ, ଫିଟନେସ ସେଲିବ୍ରିଟି ଯଥା ଶିଳ୍ପା ସେଟ୍ଟୀ, ମିଲିନ୍ଦ ସୋମନ ସାମିଲ ଅଛନ୍ତି ।