ମୁମ୍ବାଇ: କୁଇନ କଙ୍ଗନା ରଣାୱତଙ୍କୁ ନେଇ ଚର୍ଚ୍ଚା । ଏଥର ସେ କୌଣସି ବିବାଦୀୟ ବୟାନ ପାଇଁ ନୁହେଁ ବରଂ ଫୁଡ୍ ଭେଞ୍ଚରକୁ ନେଇ ଚର୍ଚ୍ଚାରେ । ଆଜ୍ଞା ହଁ, ଅଭିନେତ୍ରୀ ନିଜ ହୋମଟାଉନ ହିମାଚଳ ପ୍ରଦେଶର ମନାଲିରେ ଏକ କାଫେ ଆଣ୍ଡ ରେସ୍ତୁରାଁ ଖୋଲିବାକୁ ଯାଉଛନ୍ତି । ଯାହାକୁ ନେଇ ଖୁସି ତାଙ୍କ ଫ୍ୟାନ୍ସ ।
-
Sharing my new venture my dream with you all,something which will bring us closer,other than movies my other passion food, taking baby steps in to FnB industry,building my first cafe and restaurant in Manali, thanks to my terrific team dreaming of something spectacular. Thanks 🙏 pic.twitter.com/AJT0NVPAV2
— Kangana Ranaut (@KanganaTeam) February 23, 2021 " class="align-text-top noRightClick twitterSection" data="
">Sharing my new venture my dream with you all,something which will bring us closer,other than movies my other passion food, taking baby steps in to FnB industry,building my first cafe and restaurant in Manali, thanks to my terrific team dreaming of something spectacular. Thanks 🙏 pic.twitter.com/AJT0NVPAV2
— Kangana Ranaut (@KanganaTeam) February 23, 2021Sharing my new venture my dream with you all,something which will bring us closer,other than movies my other passion food, taking baby steps in to FnB industry,building my first cafe and restaurant in Manali, thanks to my terrific team dreaming of something spectacular. Thanks 🙏 pic.twitter.com/AJT0NVPAV2
— Kangana Ranaut (@KanganaTeam) February 23, 2021
ମଙ୍ଗଳବାର ସେ ଏହାର ସୂଚନା ଦେଇ ସୋସିଆଲ ମିଡିଆରେ ସେହି ସ୍ଥାନର ଫଟୋ ସେୟାର କରିଥିଲେ, ଯେଉଁଠାରେ ତାଙ୍କ ରେସ୍ତୁରାଁ ଖୋଲିବେ । ଅଭିନେତ୍ରୀ ଏହାକୁ ତାଙ୍କର ସ୍ବପ୍ନର ଉଦ୍ୟମ କହିବା ସହ ସିନେମା ବ୍ୟତୀତ ସେ ଖାଦ୍ୟ ପ୍ରତି ମଧ୍ୟ ଆଗ୍ରହୀ ବୋଲି ଜଣାଇଛନ୍ତି ।
ସେହିପରି ସେ ପୋଷ୍ଟରେ ଲେଖିଛନ୍ତି, ‘ ସମସ୍ତଙ୍କ ସହିତ ମୋର ନୂତନ ଉଦ୍ୟମକୁ ମୋର ସ୍ବପ୍ନ ବାଣ୍ଟିବା, ଯାହାକି ଆମକୁ ନିକଟତର କରିବ । ଫିଲ୍ମ ବ୍ୟତୀତ ମୋର ଅନ୍ୟ ଉତ୍ସାହୀ ଖାଦ୍ୟ, ଫୁଡ୍ ଇଣ୍ଡଷ୍ଟ୍ରିରେ ଛୋଟ ପଦକ୍ଷେପ ଗ୍ରହଣ କରିବା, ମନାଲିରେ ମୋର ପ୍ରଥମ କାଫେ ଏବଂ ରେସ୍ତୁରାଁ ନିର୍ମାଣ । ଏଥିପାଇଁ ମୋର ଚମତ୍କାର ଟିମକୁ କିଛି ଚମତ୍କାର ସ୍ବପ୍ନ ଦେଖିବା ପାଇଁ ଧନ୍ୟବାଦ ।’
ନିକଟରେ ନିଜ ଅପକମିଂ ଆକ୍ସନ, ଥ୍ରିଲର ଫିଲ୍ମ ‘ଧାକଡ’ର ସୁଟିଂ ଶେଷ କରିଥିଲେ କଙ୍ଗନା । ଭୋପାଳରେ ରବିବାର ସୁଟିଂ ଶେଷ କରି ରେସ୍ତୁରାଁ ଖୋଲିବାର ହିଣ୍ଟ ସେ ସୋସିଆଲ ମିଡିଆରେ ଦେଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ