ମୁମ୍ବାଇ: 90 ଦଶକରେ ଯଦି ଫିଲ୍ମରେ ରୋମାଣ୍ଟିକ ଗୀତ କଥା ଆସୁଥିଲା, ତେବେ ସଙ୍ଗେ ସଙ୍ଗେ ନିର୍ମାତା ଲୋକପ୍ରିୟ ଗାୟକ କୁମାର ସାନୁଙ୍କ ନାମ ନେଉଥିଲେ । ନିଜ ଦମଦାର କଣ୍ଠରେ ବଲିଉଡ ଫିଲ୍ମକୁ ରୋମାଣ୍ଟିକ ଗୀତରେ ସଜାଇଥିଲେ ସାନୁ । ତାଙ୍କ ଗୀତର ଦିୱାନା ସମସ୍ତେ । ଆଜି ଏହି ମହାନ ଗାୟକ 63 ବର୍ଷରେ ପଦାର୍ପଣ କରିଛନ୍ତି । 1957 ଅକ୍ଟୋବର 20ରେ ଜନ୍ମିତ ସୋନୁଙ୍କୁ ପାଇଁ ଗାୟକ ହେବା ସହଜ ନଥିଲା । କରିବାକୁ ପଡିଥିଲା ତାଙ୍କୁ ଅନେକ ସଂଘର୍ଷ । ଖାଲି ଏତିକି ନୁହେଁ ସେ ନିଜ ପ୍ରଥମ ଲାଇଭ ପରଫର୍ମନ୍ସ ପାଇଁ ପିତାଙ୍କଠୁ ମାଡ ମଧ୍ୟ ଖାଇଥିଲେ । ତେବେ ଆସନ୍ତୁ ଜାଣିବା କାହିଁକି ସେ ପିତାଙ୍କୁଠୁ ଖାଇଥିଲେ ମାଡ...
- " class="align-text-top noRightClick twitterSection" data="">
ଟିଭିର ପପୁଲାର କମେଡି ଶୋ ‘ଦ କପିଲ ଶର୍ମା’ରେ ସାନୁ ଖୁଲାସା କରିଥିଲେ ଯେ ତାଙ୍କର ପ୍ରଥମ ଲାଇଭ ପରଫର୍ମନ୍ସ ମାଫିଆ ଗ୍ୟାଙ୍ଗ ସାମ୍ନାରେ ଥିଲା । ଆଉ ତାଙ୍କୁ କିଛି ହିନ୍ଦୀ ଗୀତରେ ପରଫର୍ମ କରିବାକୁ କୁହାଯାଇଥିଲା । ସେହି ଲାଇଭ କନର୍ସଟରେ ପାଖପାଖି 20 ହଜାର ଲୋକ ଉପସ୍ଥିତ ଥିଲେ । ସବୁଠୁ ମୁଖ୍ୟ କଥା ହେଲା ସେମାନଙ୍କ ସାମ୍ନାରେ ଗୀତ ଗାଇବାକୁ ସାନୁଙ୍କ ଡର ମଧ୍ୟ ଲାଗୁଥିଲା । ହେଲେ ନିଜ ଗୀତ ଜରିଆରେ ସେ ସମସ୍ତଙ୍କୁ ମୋହିତ କରିବାରେ ସଫଳ ହୋଇଥିଲେ । ଆଉ ତାଙ୍କୁ ଖୁବ୍ ପ୍ରଶଂସା ମିଳିଥିଲା ।
ମାଫିଆ ଗ୍ୟାଙ୍ଗ ସାମ୍ନାରେ ଗୀତ ଗାଇବା ଦ୍ବାରା ପିତାଙ୍କଠୁ ଖାଇଥିଲେ ସେ ମାଡ । ଯେତେବେଳେ ତାଙ୍କ ପିତାଙ୍କୁ ଏହି କଥା ଜଣାପଡିଲା ସେ ସଙ୍ଗେ ସଙ୍ଗେ ରାଗିଯାଇଥିଲେ । ଆଉ ପୁଅ ଉପରକୁ ହାତ ଉଠାଇ କହିଥିଲେ ଗୀତ ଗାଇବା ପାଇଁ ମାଫିଆ ଗ୍ୟାଙ୍ଗର ଆବଶ୍ୟକ ନାହିଁ ।
- " class="align-text-top noRightClick twitterSection" data="">
ନିଜ କ୍ୟାରିୟରରେ ସାନୁ ଗୋଟିଏ ପରେ ଗୋଟି ହିଟ୍ ଗୀତ ବଲିଉଡକୁ ଦେଇଛନ୍ତି । ସେ ମ୍ୟୁଜିକ କମ୍ପୋଜର ନଦୀମ-ଶ୍ରବଣଙ୍କ ସହ ମିଶି ମହେଶ ଭଟ୍ଟଙ୍କ ବ୍ଲକବଷ୍ଟର ଫିଲ୍ମ ‘ଆଶିକୀ’ର ସବୁ ରୋମାଣ୍ଟିକ ଗୀତ ଗାଇଥିଲେ । ଯାହା ଆଜି ମଧ୍ୟ ସୁପରଡୁପର ହିଟ୍ । ‘ଆଶିକୀ’ ଫିଲ୍ମ ପରଠୁ ଆଉ ପଛକୁ ଅନାଇ ନଥିଲେ ସେ । ବଢିଚାଲିଥିଲେ ତାଙ୍କ ପ୍ରଶଂସକ । ନିଜ ଫିଲ୍ମରେ ତାଙ୍କ ଗୀତ ରଖିବା ପାଇଁ ଘରେ ଲାଗୁଥିଲା ନିର୍ମାତାଙ୍କ ଭିଡ ।
ତାଙ୍କ ହିଟ୍ ଗୀତ ମଧ୍ୟରେ ସାମିଲ ଅଛି ‘ଏକ ଲଡକୀ କୋ ଦେଖା ତୋ ଏସା ଲଗା’, ‘ମେରି ମହେବୁବ୍ବା’, ‘ଦିଲ କେ କି ମାନତା ନେହିଁ’, ‘ତୁମହେଁ ଅପନା ବନାନେ କି କସମ’, ‘ୟେ କାଲି କାଲି ଆଖେଁ’, ‘ଲାଲ ଦୁପଟ୍ଟେ ୱାଲି ତେରା ନାମ ତୋ ବତା’ ଏବଂ ‘ଲଡକୀ ବଡି ଅଞ୍ଜାନୀ ହେ।’
ଶାନଦାର ଗୀତ ଗାଇଥିବା ସାନୁଙ୍କୁ ପାଞ୍ଚ ଥର ବେଷ୍ଟ ପ୍ଲେବ୍ୟାକ ସିଙ୍ଗରର ଫିଲ୍ମ ଫେୟାର ଆୱାର୍ଡ ମିଳିଥିଲା । ତାଙ୍କ ଯୋଗଦାନ ପାଇଁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ସମ୍ମାନିତ କରିଥିଲେ ।