ମୁମ୍ବାଇ: ବଲିଉଡର ଚୁଲବୁଲି ଅଭିନେତ୍ରୀ ପରିଣୀତି ଚୋପ୍ରା ଆଜି 32 ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଖାସ୍ ଅବସରରେ ଫ୍ୟାନ୍ସଙ୍କ ଠୁ ନେଇ ସେଲିବ୍ରିଟି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି। ବହୁତ କମ୍ ସମୟରେ ସେ ବଲିଉଡରେ ନିଜର ସ୍ବତନ୍ତ୍ର ସ୍ଥାନ ସ୍ଥାପନ କରିବାରେ ସଫଳ ହୋଇଛନ୍ତି । ନିଜ ବିନ୍ଦାସ ଅଭିନୟ ପାଇଁ ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କ ମନ କିଣନ୍ତି । ତାଙ୍କର ଅନେକ ଫ୍ୟାନ ଥିବା ବେଳେ ସେ କିନ୍ତୁ ବଲିଉଡର ଛୋଟେ ନୱାବ ସୈଫ ଅଲ୍ଲୀ ଖାନଙ୍କ ବଡ ଫ୍ୟାନ । ଏହି କଥାର ଖୁଲାସା ସେ ନିଜ କମେଡି ଶୋ ‘ଦ କପିଲ ଶର୍ମା’ରେ ଖୁଲାସା।
ମଜାଦାର କଥା ହେଲା ଯେ ସେ ସୈଫଙ୍କୁ ଭଲ ପାଉଛନ୍ତି ବୋଲି ତାଙ୍କ ପତ୍ନୀ ତଥା କରୀନା କପୁର ଖାନ ମଧ୍ୟ ଏ ବିଷୟରେ ଜାଣିଛନ୍ତି । ଗତ ବର୍ଷ ପରିଣୀତି ହ୍ୟାଣ୍ଡସମ ଆକ୍ଟର ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ନିଜ ଫିଲ୍ମ ‘ଜବରିୟା ଯୋଡି’ର ପ୍ରମୋଶନ ପାଇଁ ‘ଦ କପିଲ ଶର୍ମା’ରେ ସାମିଲ ହୋଇଥିଲେ ।
ଆଉ ଯେତେବେଳେ କପିଲ ଶର୍ମା ତାଙ୍କୁ ପ୍ରଶ୍ନ କରିଥିଲେ ଯଦି ରିୟଲ ଲାଇଫରେ ତାଙ୍କୁ ସୁଯୋଗ ମିଳେ ତେବେ ସେ କାହାକୁ ଜବରଦସ୍ତି ବିବାହ କରିବାକୁ ପସନ୍ଦ କରିବେ । ଏହାର ଉତ୍ତର ସେ ସଙ୍ଗେ ସଙ୍ଗେ ସୈଫଙ୍କ ନାମ ନେଇଥିଲେ । କାରଣ ପିଲାବେଳୁ ସେ ସୈଫଙ୍କ ଦିୱାନା । ସେ କରୀନାଙ୍କୁ ମଧ୍ୟ ଏହା ବିଷୟରେ ଜଣାଇଥିଲେ । ଆଉ ଏଥିରେ କରୀନାଙ୍କୁ କୌଣସି ସମସ୍ୟା ମଧ୍ୟ ନାହିଁ ।
ପ୍ରକାଶ ଥାଉକି ନିଜ ଫିଲ୍ମ କ୍ୟାରିୟର ପରିଣୀତି ‘ଲେଡିଜ୍ ଭସେସ୍ ରିକି ବେହଲ’ରୁ କରିଥିଲେ । ଫିଲ୍ମରେ ତାଙ୍କ ଶାନଦାର ଅଭିନୟକୁ ଖୁବ୍ ପସନ୍ଦ କରାଯାଇଥିଲା । ଯାହାପରେ ସେ ସଫଳତାର ସିଢି ଚଢିଥିଲେ । ଯଦି ତାଙ୍କ ଆଗାମୀ ଫିଲ୍ମ ବିଷୟରେ କଥା ହେବା ତେବେ ସେ ଖୁବଶୀଘ୍ର ‘ସନ୍ଦୀପ ଔର ପିଙ୍କି ଫରାର’ରେ ନଜର ଆସିବେ । ପୁଣିଥରେ ଅର୍ଜୁନ କପୁରଙ୍କ ସହ ତାଙ୍କ କେମେଷ୍ଟ୍ରି ଏହି ଫିଲ୍ମରେ ଦେଖିବାକୁ ମିଳିବ । କୋରୋନା ସଙ୍କଟ ପାଇଁ ଫିଲ୍ମର ରିଲିଜକୁ ସ୍ଥିଗତ ରଖିଥିଲେ ମେକର୍ସ ।