ମୁମ୍ବାଇ: ଡିଜିଟାଲ ଦୁନିଆରେ ଏଥର ଦେଖିବାକୁ ମିଳିବ ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତଙ୍କ ଜଲୱା । ଡିଜିଟାଲ ଡେବ୍ୟୁକୁ ନେଇ ସେ କିଛି ଦିନରୁ ଚର୍ଚ୍ଚାରେ । ଖୁବଶୀଘ୍ର ନେଟଫ୍ଲିକ୍ସର ଆଗାମୀ ସିରିଜ ‘ଫାଇଣ୍ଡିଂ ଅନାମିକା’ରେ ନଜର ଆସିବେ ଅଭିନେତ୍ରୀ । ଯାହାକୁ ନେଇ ଉତ୍ସାହିତ ତାଙ୍କ ଫ୍ୟାନ୍ସ । ସେହିପରି ବୁଧବାର ଫ୍ୟାନ୍ସଙ୍କ ନିଜ ଅନାମିକା ଅବତାର ସହ ସାକ୍ଷାତ କରାଇଛନ୍ତି ମାଧୁରୀ।
- " class="align-text-top noRightClick twitterSection" data="
">
ସେ ଇନଷ୍ଟାଗ୍ରାମରେ ଅନାମିକା ଭୂମିକାର ଏକ ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଥିଲେ, ‘ସୌନ୍ଦର୍ଯ୍ୟ, ମନୋବଳ, ଅନୁଗ୍ରହ ଏବଂ ଚମତ୍କାରତା ହେଉଛି ସମସ୍ତ ଶବ୍ଦ ଯାହାକୁ ଆପଣ ଅନାମିକା ସହିତ ଜଡିତ କରୁଛି । କିନ୍ତୁ ତାଙ୍କ ଆଲମିରାରେ ଲୁଚି ରହିଥିବା କଙ୍କାଳଗୁଡ଼ିକ ଏକ ଅଘଟଣ ଘଟିବା ସମୟରେ ବାହାରକୁ ଆସିବ । ସବୁବେଳେ ଆଖି ଦେଖିବା ଠାରୁ ଅଧିକ, ନୁହେଁ କି ? ମୁଁ ଉତ୍ସାହିତ ଅଛି ନେଟଫ୍ଲିକ୍ସରେ ଆଗାମୀ ସିରିଜରେ ଅଭିନୟ କରିବାକୁ ନେଇ । ଏବେ ମେନ୍ୟୁରେ ସବୁ କିଛି ନୂଆ ।’
53 ବର୍ଷିୟୀ ମାଧୁରୀଙ୍କ ଗ୍ଲାମରସ ଲୁକ ଫଟୋରେ ଦେଖିବାକୁ ମିଳୁଛି । ସେ କୌଣସି ଡିଭା ପରି କ୍ୟାମେରା ସାମ୍ନାରେ ପୋଜ ଦେଉଥିବାର ନଜର ଆସୁଛନ୍ତି । ଦେଖନ୍ତୁ ଫଟୋ...
ପ୍ରକାଶ ଥାଉକି ‘ଫାଇଣ୍ଡିଂ ଅନାମିକା’ ଏକ ବିଶ୍ବସ୍ତରୀୟ ସୁପରଷ୍ଟାର, ପତ୍ନୀ ଏବଂ ମା’ଙ୍କ କାହାଣୀକୁ ନେଇ ଆଧାରିତ। ଯିଏ ହଠାତ୍ ବିନା କାରଣରେ ଅଦୃଶ୍ୟ ହୋଇଯାଉଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ