ମୁମ୍ବାଇ: ଶ୍ରୀଲଙ୍କା ସୁନ୍ଦରୀ ତଥା ବଲିଉଡର ସେକ୍ସୀ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତାଙ୍କ ଫଟୋ, ୱାର୍କଆଉଟ ଭିଡିଓ ଦେଖିବାକୁ ବ୍ୟାକୁଳ ଫ୍ୟାନ୍ସ । ସେ ମଧ୍ୟ ଫ୍ୟାନ୍ସଙ୍କ ପାଇଁ ନିଜ ସେକ୍ସୀ ଅନ୍ଦାଜ ଦେଖାଇବାରେ କେବେ ହେଳା କରନ୍ତିନି । ଏବେ ଏମିତି ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । କାରଣ ଚହଳ ସୃଷ୍ଟି କରିଛି ତାଙ୍କ ଟପଲେସ ଅବତାର ।
- " class="align-text-top noRightClick twitterSection" data="
">
ଇନଷ୍ଟାଗ୍ରାମରେ ନିଜର ଟପଲେସ ଫଟୋ ସେୟାର କରି ସେ ଲେଖିଛନ୍ତି, ‘ଲଭ ୟୁ ଥାଙ୍କ୍ୟୁ ।’ ଫଟୋରେ ଜ୍ୟାକଲିନଙ୍କ ବୋଲ୍ଡ ଲୁକରେ ପୁଣି ଦିୱାନା ହୋଇଛନ୍ତି ଫ୍ୟାନ୍ସ । ଭାଇରାଲ ହେଉଥିବା ତାଙ୍କ ଏହି ଫଟୋରେ ସେ ଟପଲେସ ହେବା ସହ କେବଳ ନିଜ ଶରୀରକୁ ଫୁଲରେ ସଜାଇଥିବାର ଦେଖାଯାଉଛନ୍ତି । ଏଯାବତ ତାଙ୍କ ଏହି ଫଟୋରେ 46 ମିଲିୟନ ଲାଇକ ମିଳିସାରିଲାଣି । ଦେଖନ୍ତୁ ଫଟୋ...
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି ଜ୍ୟାକଲିନଙ୍କ ଅପକମିଂ ହରର କମେଡି ଫିଲ୍ମ ‘ଭୂତ ପୋଲିସ’କୁ ନେଇ ଉତ୍ସାହିତ ଫ୍ୟାନ୍ସ। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ନିର୍ଦ୍ଦେଶକ ପୱନ କୃପଲାନୀ। ଏହାପୂର୍ବରୁ ସେ ଫୋବିଆ ଓ ରାଗିନୀ ଏମଏମଏସ ଭଳି ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ। ଜ୍ୟାକଲିନଙ୍କ ସହ ଏହି ଫିଲ୍ମରେ ନଜର ଆସିବେ ସୈଫ ଅଲ୍ଲୀ ଖାନ, ୟାମୀ ଗୌତମ ଓ ଅର୍ଜୁନ କପୁର।
- " class="align-text-top noRightClick twitterSection" data="
">