ମୁମ୍ବାଇ: ଦେଶରେ କୋରୋନା ତାଣ୍ଡବ ରଚିଲାଣି । ବଢିଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ନେତାଙ୍କ ଠୁ ନେଇ ସେଲିବ୍ରିଟି ସମସ୍ତେ ହେଲେଣି ଆକ୍ରାନ୍ତ । କୋରୋନାର ଏହି ପ୍ରକୋପ ଦେଖି ସମସ୍ତେ ଚିନ୍ତିତ । ଏମିତି ପରିସ୍ଥିତିରେ ଦେଶର ଅନେକ ରାଜ୍ୟରେ ୱିକେଣ୍ଡ ସଟ୍ଡାଉନ ଏବଂ ନାଇଟ୍ କର୍ଫ୍ୟୁ ମଧ୍ୟ ଲାଗୁ ହୋଇସାରିଲାଣି । ସେହିପରି ଆଉ କିଛି ରାଜ୍ୟରେ ଲକଡାଉନ ମଧ୍ୟ ଘୋଷଣା ହୋଇଛି । ଇତିମଧ୍ୟରେ କୋରୋନାରୁ ଦେଶବାସୀଙ୍କୁ ବଞ୍ଚାଇବା ପାଇଁ ଧ୍ୟାନରେ ବସି ପ୍ରାର୍ଥନା କରୁଥିବାର ନଜର ଆସୁଛନ୍ତି ବି-ଟାଉନର ବ୍ଲାକ ବ୍ୟୁଟି ବିପାଶା ବାସୁ ।
- " class="align-text-top noRightClick twitterSection" data="
">
ସେ ସୋମବାର ନିଜର ଏକ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ‘ସମସ୍ତଙ୍କ ପାଇଁ ପ୍ରାର୍ଥନା । ଏହି ସମୟରେ ମାନବିକତାର ଆବଶ୍ୟକ ଅଛି ।’
ଯଦି ବିପାଶାଙ୍କ କାମ ବିଷୟରେ କଥା ହେବା ତାହାଲେ ସେ ଗତ ବର୍ଷ ଆସିଥିବା ୱେବ ସିରିଜ 'ଡେନଜରସ୍'ରେ ନିଜ ସ୍ବାମୀ ତଥା ଅଭିନେତା କରନ ସିଂ ଗ୍ରୋଭରଙ୍କ ସହ ନଜର ଆସିଥିଲେ । ଆଉ ଏଯାବତ ତାଙ୍କୁ କୌଣସି ଫିଲ୍ମ କିମ୍ବା ୱେବ ସିରିଜରେ ଦେଖିବାକୁ ମିଳିନାହିଁ ।