ETV Bharat / sitara

କ୍ୟାନ୍ସରକୁ ମାତ୍ ଦେବି ମୁଁ: ସଞ୍ଜୟ ଦତ୍ତ

author img

By

Published : Oct 15, 2020, 4:31 PM IST

ଅସୁସ୍ଥ ଥିବା ମୁ୍ନ୍ନା ଭାଇ ଜଲଦି କ୍ୟାନ୍ସରକୁ ହରାଇବେ ବୋଲି କହି ଫ୍ୟାନ୍ସଙ୍କୁ ଖୁସ୍ କରିଦେଇଛନ୍ତି । ଯାହାକୁ ନେଇ ବର୍ତ୍ତମାନ ଖୁସି ସମସ୍ତେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ବି-ଟାଉନର ସଞ୍ଜୁ ବାବା ସଞ୍ଜୟ ଦତ୍ତଙ୍କ କ୍ୟାନ୍ସର ଖବରକୁ ନେଇ ଦୁଃଖି ତାଙ୍କ ଫ୍ୟାନ୍ସ । ନିକଟରେ ତାଙ୍କ କ୍ୟାନ୍ସର କଥା ସମସ୍ତଙ୍କୁ ଜଣାପଡିଥିଲା । ବର୍ତ୍ତମାନ ତାଙ୍କ କ୍ୟାନ୍ସର ଚିକିତ୍ସା ଚାଲିଛି । ହେଲେ ସେ ଏହାକୁ ନେଇ ଆଦୌ ନିରାଶ ନାହାଁନ୍ତି । କାରଣ ଇତିମଧ୍ୟରେ ସେ ଏମିତି କଥା କହିଛନ୍ତି । ଯାହା ସମସ୍ତଙ୍କୁ ପୁଣିଥରେ ସାହାସ ଯୋଗାଇଛି । ଆଜ୍ଞା ହଁ, ସେ ପ୍ରଥମଥର ନିଜ କ୍ୟାନ୍ସର ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଖୁବଶୀଘ୍ର ସେ ଏହି ରୋଗକୁ ମାତ୍ ଦେବେ। ଆଉ ସୁସ୍ଥ ହେଉ ଫେରିବେ ।

ଫୁସଫୁସ କ୍ୟାନ୍ସର ସହିତ ଲଢୁଥିବା ଖବର ମଧ୍ୟରେ 61 ବର୍ଷିୟ ସଞ୍ଜୟ ଅଗଷ୍ଟରେ ଘୋଷଣା କରିଥିଲେ ଯେ ଚିକିତ୍ସା ଉପରେ ଏବେ ସେ ଧ୍ୟାନ ଦେବା ପାଇଁ ନିଜ କାମରୁ ଫୁରସତ ନେଉଛନ୍ତି । ସେହିପରି ସେ ନିକଟରେ ନିଜ ହେୟାର କଟ୍ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ତାଙ୍କ ସହ ହେୟାର ଷ୍ଟାଇଲିଷ୍ଟ ମଧ୍ୟ ନଜର ଆସିଥିଲେ ।

ପ୍ରକାଶ ଥାଉକି ସଞ୍ଜୟଙ୍କ ମା' ଓ ପ୍ରଥମ ପତ୍ନୀଙ୍କ ମୃତ୍ୟୁ କ୍ୟାନ୍ସର ହେତୁ ହୋଇଥିଲା । ଏହି କାରଣ ପାଇଁ ଚିନ୍ତିତ ତାଙ୍କ ଫ୍ୟାନ୍ସ । ହେଲେ ଏବେ ସେ ସକାରାତ୍ମକତା କଥା କହି ସମସ୍ତଙ୍କୁ ଆଶ୍ବସ୍ତି ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.