ETV Bharat / sitara

ଫେକ୍ ଆକାଉଣ୍ଟ ବିରୋଧରେ ପୁଣି ଚେତାବନୀ ଦେଲେ ମନୋଜ

ସେଲିବ୍ରିଟିଙ୍କ ଫଲୋଅର୍ସ ନିଜ ନିଜ ଫେଭରେଟ ଷ୍ଟାର୍ସଙ୍କ ଫେକ୍ ଆକାଉଣ୍ଟ ତିଆରି କରି ଫ୍ୟାନ୍ସଙ୍କ ଭାବନା ସହ ଖେଳୁଥିବାର ନଜର ଆସୁଛନ୍ତି । ଯାହାର ବିରୋଧ କରିଛନ୍ତି ମନୋଜ । ଅଧିକ ପଢନ୍ତୁ...

author img

By

Published : Nov 20, 2020, 1:00 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ନିକଟରେ ରିଲିଜ ହୋଇଯାଇଛି ଲୋକପ୍ରିୟ ଅଭିନେତା ମନୋଜ ବାଜପେୟୀଙ୍କ ଚର୍ଚ୍ଚିତ ଫିଲ୍ମ ‘ସୁରଜ ପେ ମଙ୍ଗଲ ଭାରି’ । ଏହି କମେଡି ଡ୍ରାମା ଫିଲ୍ମରେ ତାଙ୍କ ସହ ଦମଦାର ତଡକା ଲଗାଇଛନ୍ତି ଦିଲଜିତ ଦୋସାଞ୍ଝ ଓ ଫାତିମା ସନା ସେଖ । ହେଲେ ଇତିମଧ୍ୟରେ ସେ ଭିନ୍ନ ଏକ କାରଣ ପାଇଁ ଚର୍ଚ୍ଚାରେ ଆସିଛନ୍ତି । ଗୁରୁବାର ତାଙ୍କ ସୋସିଆଲ ମିଡିଆ ଫଲୋଅର୍ସଙ୍କୁ ତାଙ୍କ ନାମରେ ଏକ ନକଲି ଟ୍ବିଟର ପ୍ରୋଫାଇଲ ଚଳାଉଥିବା ବିଷୟରେ ଚେତାବନୀ ଦେଇଛନ୍ତି ।

51 ବର୍ଷିୟ ଅଭିନେତା ଫେକ୍ ଆକାଉଣ୍ଟର ଏକ ସ୍କ୍ରିନସଟ ସେୟାର ଲେଖିଛନ୍ତି, ‘ଏହା ହେଉଛି ଫେକ୍ ଆକାଉଣ୍ଟ । ସଚେତନ ରୁହ ।’ ଏହି କିଛି ଦିନ ମଧ୍ୟରେ ଅନେକ ସେଲିବ୍ରିଟିଙ୍କ ଫେକ୍ ଆକାଉଣ୍ଟ ବିଷୟରେ ଖବର ସାମ୍ନାକୁ ଆସିସାରିଛି । ଏହି କ୍ରମରେ ସାମିଲ ଅଛନ୍ତି ସୋନୁ ସୁଡ ଓ ରବୀନା ଟଣ୍ଡନ ଭଳି କଳାକାର ।

ନିକଟରେ ସୋନୁ ଓ ରବୀନା ମଧ୍ୟ ଏହା ବିଷୟରେ ଫ୍ୟାନ୍ସଙ୍କୁ ସୂଚନା ଦେଇଥିଲେ । ଆଉ ଫେକ୍ ଆକାଉଣ୍ଟଠୁ ଦୂରେଇ ରହିବାକୁ ସମସ୍ତଙ୍କୁ ଅନୁରୋଧ ମଧ୍ୟ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.