ମୁମ୍ବାଇ: ବଲିଉଡର ଫେମସ ମେକଅପ ଆର୍ଟିଷ୍ଟ ପଣ୍ଢରି ଜୁକରଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ସମୟରୁ ଅସୁସ୍ଥ ଥିଲେ। ସେ ମୁମ୍ବାଇ ସ୍ଥିତ ନିଜ ଘରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସେ ଅନେକ ସୁପରଷ୍ଟାର୍ସଙ୍କ ସହ କାମ କରି ପପୁଲାର। ସେ ନର୍ଗିସଙ୍କଠୁ ନେଇ ଦିଲୀପ କୁମାର, ଶାହରୁଖ ଖାନ, ଅମିତାଭ ବଚ୍ଚନ ଓ କରୀନା କପୁର ଖାନଙ୍କ ମେକଅପ କରିଥିଲେ।
ଯେତେବେଳେ ଦେଶ ସ୍ବାଧୀନ ହୋଇଥିଲା, ସେହି ସମୟରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ମେକଅପ ଆର୍ଟିଷ୍ଟ ରୂପେ କାମ ଆରମ୍ଭ କରିଥିଲେ ପଣ୍ଢରି। ତାଙ୍କୁ ବଲିଉଡ ଇଣ୍ଡଷ୍ଟ୍ରିରେ ପଣ୍ଢରି ଦାଦା କହି ଡକାଯାଉଥିଲା । 88 ବର୍ଷୀୟ ପଣ୍ଢରି 60 ବର୍ଷ ପର୍ଯ୍ୟନ୍ତ ହିନ୍ଦୀ ସିନେମାରେ ଜଗତରେ କାମ କରିଥିଲେ।
ତାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି ବଲିଉଡର ବିଗ ବି ଅମିତାଭ ବଚ୍ଚନ । ସେ ଟ୍ବିଟ କରି ଲେଖିଛନ୍ତି, ‘ପଣ୍ଢରି ଜୁକର ଆଉ ନାହାଁନ୍ତି । ଫିଲ୍ମ ଜଗତର ବିଶିଷ୍ଟ ମେକଅପ ଆର୍ଟିଷ୍ଟ ପଣ୍ଢରି ଅନେକ ଆର୍ଟିଷ୍ଟଙ୍କୁ କାମ ଶିଖାଇଛନ୍ତି। ବ୍ରିଲିୟଣ୍ଟ, ପ୍ରଫେଶନାଲ ଓ ସବୁଠାରୁ ପ୍ରିୟ ବ୍ୟକ୍ତିତ୍ବ ଯିଏ ମୋର ପ୍ରଥମ ମେକଅପ କରିଥିଲେ। ତାଙ୍କ ନିଧନରେ ମୁଁ ବହୁତ ଦୁଃଖ। ଭଗବାନ ତାଙ୍କ ଆତ୍ମକୁ ଶାନ୍ତି ଦିଅନ୍ତୁ।’