ETV Bharat / sitara

କେନ୍ଦ୍ର ମନ୍ତ୍ରୀ ରେଡ୍ଡୀଙ୍କୁ ସାକ୍ଷାତ କଲେ ପାୟଲ ଘୋଷ - ନ୍ୟାୟ ପାଇଁ ଲଢୁଛନ୍ତି ପାୟଲ ଘୋଷ

ନ୍ୟାୟ ପାଇଁ ଲଢୁଛନ୍ତି ପାୟଲ । ଟ୍ବିଟ କରି ଦେଲେ ସୂଚନା । ଅନୁରାଗଙ୍କ ଉପରେ ଆଣିଥିଲେ ଯୌନ ନିର୍ଯାତନା ଅଭିଯୋଗ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପାୟଲ ଘୋଷ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପାୟଲ ଘୋଷ
author img

By

Published : Oct 8, 2020, 9:22 PM IST

ନୂଆଦିଲ୍ଲୀ: ଫେମସ ନିର୍ମାତା ଅନୁରାଗ କଶ୍ୟପଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ଅଭିନେତ୍ରୀ ପାୟଲ ଘୋଷ କିଛି ଦିନ ହେବ ଚର୍ଚ୍ଚାରେ । ସେପଟେ ନିଜ ବୟାନରେ ସେ ଅଭିନେତ୍ରୀ ରିଚା ଚଡ୍ଡାଙ୍କ ନାମ ନେଇଥିବାରୁ ତାଙ୍କ ଉପରେ ମାନହାନି କେସ ଲଗାଛି । ଯାହାର ଶୁଣାଣି ବୁଧବାର କରାଯାଇଥିଲା । ଇତିମଧ୍ୟରେ ଖବର ସାମ୍ନାକୁ ଆସୁଛି ଯେ ସେ ଦିଲ୍ଲୀର ନର୍ଥ ବ୍ଲକ ପହଞ୍ଚି କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଜି. କିଶନ ରେଡ୍ଡୀଙ୍କୁ ସାକ୍ଷାତ କରିଛନ୍ତି ପାୟଲ । ରେଡ୍ଡୀଙ୍କ ସହ 20 ମିନିଟ୍‌ ସାକ୍ଷାତ କରିସାରିବା ପରେ ସେ କହିଛନ୍ତି ଶୀଘ୍ର ନ୍ୟାୟ ପାଇବାକୁ ଆସିଥିଲେ। ଏହାସହ ସେ ଜଣାଇଛନ୍ତି ଆବଶ୍ୟକ ପଡିଲେ ଗୃହ ମନ୍ତ୍ରାଳୟର ହସ୍ତକ୍ଷେପ ପାଇଁ ଦାବି ମଧ୍ୟ କରିବେ ।

  • I am heading to @HMOIndia to meet the officials . It's a fight to the end and no fake agenda can deter me. Bring it on. #LetTruthComeOut

    — Payal Ghosh (@iampayalghosh) October 7, 2020 " class="align-text-top noRightClick twitterSection" data=" ">

ଖାଲି ଏତିକି ନୁହେଁ ସେ ରେଡ୍ଡୀଙ୍କୁ ସାକ୍ଷାତ କରିବା ପୂର୍ବରୁ ଏକ ଟ୍ବିଟ ମଧ୍ୟ କରିଥିଲେ ।ଯେଉଁଥିରେ ଲେଖିଥିଲେ, ‘ମୁଁ ଅଧିକାରୀଙ୍କୁ ସାକ୍ଷାତ କରିବା ପାଇଁ ଗୃହ ମନ୍ତ୍ରଳାୟ ଯାଉଛି। ଏହି ଲଢେଇ ଶେଷ ପର୍ଯ୍ୟନ୍ତ ଜାରି ରହିବ । ଆଉ କୌଣସି ଏଜେଣ୍ଡା ଏହାକୁ ରୋକିପାରିବ ନାହିଁ ।’

ପ୍ରକାଶ ଥାଉକି ସେପ୍ଟେମ୍ବର 20ରେ ସେ ଅନୁରାଗଙ୍କ ଉପରେ ଅଭିଯୋଗ ଲଗାଇ କହିଥିଲେ ଅନୁରାଗ ତାଙ୍କର ଯୌନ ଶୋଷଣ କରିଥିଲେ । ଏହାପରେ ଏମାସ 1 ତାରିଖରେ ଭର୍ସୋୱା ପୋଲିସ ଅନୁରାଗଙ୍କୁ ଏହି ମାମଲାରେ ପଚରାଉଚରା କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.