ETV Bharat / sitara

ଜାଣନ୍ତୁ ବର୍ଥଡେରେ କଣ କରିବାକୁ ପସନ୍ଦ କରନ୍ତି ନିର୍ଦ୍ଦେଶକ ଆନନ୍ଦ...

author img

By

Published : Jun 29, 2021, 12:12 PM IST

ବୟସର ଆଉ ଏକ ପାହାଚରେ ପାଦ ରଖିଛନ୍ତି ଆନନ୍ଦ ଏଲ ରାୟ । ନିର୍ଦ୍ଦେଶକ ରୂପେ ସେ ବଲିଉଡରେ ନିଜ ପାଇଁ ସ୍ଥାପନ କରିସାରିଛନ୍ତି ସ୍ବତନ୍ତ୍ର ସ୍ଥାନ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆନନ୍ଦ ଏଲ ରାୟ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆନନ୍ଦ ଏଲ ରାୟ

ମୁମ୍ବାଇ: ସୋମବାର ଫେମସ ନିର୍ମାତା ତଥା ନିର୍ଦ୍ଦେଶକ ଆନନ୍ଦ ଏଲ ରାୟ 50 ବର୍ଷରେ ପାଦ ଥାପିଛନ୍ତି । 1971 ଜୁନ 28ରେ ଜନ୍ମିତ ଆନନ୍ଦ ବଲିଉଡକୁ ଦେଇସାରିଛନ୍ତି ଅନେକ ସୁପରହିଟ୍ ଫିଲ୍ମ । ଅନେକ ସେଲିବ୍ରିଟି ଏମିତି ଅଛନ୍ତି, ଯିଏ ଜନ୍ମଦିନରେ ଗ୍ରାଣ୍ଡ ପାର୍ଟିର ଆୟୋଜନ କରି ଖୁବ୍ ଏନଜୟ କରୁଥିବାର ନଜର ଆସନ୍ତି । ହେଲେ ଆନନ୍ଦ ଏହି ସେଲିବ୍ରିଟିଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । କାରଣ ସେ ଜନ୍ମଦିନରେ ପାର୍ଟି କରିବାକୁ ପସନ୍ଦ କରନ୍ତି ନାହିଁ ।

ଆନନ୍ଦଙ୍କ ଅନୁଯାୟୀ ଏପରି ବିଶେଷ ଦିନରେ ସେ ଫିଲ୍ମ ନିର୍ମାଣ କରିବାକୁ କିମ୍ବା ପରିବାର ସହ ସମୟ ବିତାଇବାକୁ ବେଶ୍ ଭଲ ପାଆନ୍ତି । ଯଦି ଜନ୍ମଦିନରେ କିଛି ବିକଳ୍ପ ତାଙ୍କୁ ଦିଆଯାଏ, ତେବେ ସେ ସୁଟିଂ ସେଟରେ ରହିବାକୁ ପସନ୍ଦ କରିବି । ନହେଲେ ପରିବାର ସହ ସ୍ବାଦିଷ୍ଟ ଖାଦ୍ୟ ଖାଇବା ଆଉ ପସନ୍ଦୀୟ ଗୀତ ଶୁଣି ଘରେ ସମସ୍ତଙ୍କ ସହ ଏନଜୟ କରିବାକୁ ଭଲ ପାଇବି ।’

ଯଦି ଆନନ୍ଦଙ୍କ ହିଟ୍ ଫିଲ୍ମ ବିଷୟରେ କଥା ହେବା ତାହାଲେ ଏହି କ୍ରମରେ ସାମିଲ ଅଛି ଧନୁଷ ଓ ସୋନମ କପୁରଙ୍କ ‘ରାଞ୍ଝଣା’, ‘ତନୁ ୱେଡ୍ସ ମନୁ’, ‘ତନୁ ୱେଡ୍ସ ମନୁ ରିର୍ଟନ’, ‘ତୁମ୍ବାଡ’ ଭଳି ଫିଲ୍ମ ।

ପ୍ରକାଶ ଥାଉକି ଆନନ୍ଦ ଖୁବଶୀଘ୍ର ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ଅତରଙ୍ଗୀ ରେ’ ଓ ‘ରକ୍ଷାବନ୍ଧନ’ ନେଇ ଫେରିବେ । ‘ଅତରଙ୍ଗୀ ରେ’ ସାରା ଅଲ୍ଲୀ ଖାନଙ୍କ ସହ ନଜର ଆସିବେ ଅକ୍ଷୟ କୁମାର ଓ ଧନୁଷ । ସେହିପରି ‘ରକ୍ଷାବନ୍ଧନ’ରେ ଅକ୍ଷୟଙ୍କ ସହ ରୋମାନ୍ସ କରିବେ ଭୂମି ପେଡନେକର ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.