ETV Bharat / sitara

ଭାଇଙ୍କ ପରିବାରବାଦ ବୟାନରେ ପୁଣି ପ୍ରତିକ୍ରିୟା ଦେଲେ ଅନୁରାଗ

କିଛି ଦିନ ହେବ ବଲିଉଡ ଉପରେ ପରିବାରବାଦ ଭଳି ଅଭିଯୋଗ ଲାଗାଇ ଆସୁଛନ୍ତି ଅନେକ ସେଲିବ୍ରିଟି । ଏହି କ୍ରମରେ ସାମିଲ ଅଛନ୍ତି ‘ଦବଙ୍ଗ’ ନିର୍ଦ୍ଦେଶକ ଅଭିନବ କଶ୍ୟପ ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jul 28, 2020, 9:38 PM IST

ମୁମ୍ବାଇ: ନିକଟରେ ଫିଲ୍ମ ନିର୍ଦ୍ଦେଶକ ତଥା ଫେମସ ନିର୍ମାତା ଅନୁରାଗ କଶ୍ୟପଙ୍କ ଭାଇ ଅଭିନବ କଶ୍ୟପ ସୁପରଷ୍ଟାର ସଲମାନ ଖାନ ଓ ତାଙ୍କ ପରିବାର ଉପରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ । ଯାହାକୁ ନେଇ ଏଯାବତ ଚର୍ଚ୍ଚା ଚାଲିଛି । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଏହି ପରି ଅଭିଯୋଗ କରିଥିଲେ ସେ । ପରିବାରବାଦକୁ ନେଇ ମୁହଁ ଖୋଲିଥିଲେ। ମୁଖ୍ୟ କଥା ହେଲା ଯେ ସେହି ସମୟରେ ଭାଇ ଅନୁରାଗ ତାଙ୍କ ସାଥ ଦେବାକୁ ମନା କରିଦେଇଥିଲେ । ହେଲେ ଏବେ ଅନୁରାଗ ଏହି ମାମଲାରେ ଖୁଲମଖୁଲା କହି ଚର୍ଚ୍ଚାରେ ।

ଏକ ସାକ୍ଷାତକାରରେ ଅନୁରାଗ କହିଛନ୍ତି, ‘ଭାଇ ଅଭିନବ ଓ ମୋ ବିଚାର ସମ୍ପୂର୍ଣ୍ଣ ଅଲଗା । ଅଭିନବକୁ କେବେ ମଧ୍ୟ ମୋର ଆବଶ୍ୟକ ପଡେ ନାହିଁ । ଆରମ୍ଭରୁ ହିଁ ଆମ ଜୀବନ ଓ କ୍ୟାରିୟରକୁ ନେଇ ପରସ୍ପରର ବିଚାର କ୍ଲିୟର କରିଦେଇଥିଲୁ । ଦୁଇଜଣ କାହାରି ରାସ୍ତାରେ ବାଧା ସାଜିବେ ନାହିଁ ବୋଲି କଥା ହୋଇଥିଲୁ । ଅଭିନବ ସବୁବେଳେ ଭିନ୍ନ ଚିନ୍ତାଧାରା ରଖୁଥିବା ବ୍ୟକ୍ତି । ଆମ ଦୁଇଜଣଙ୍କ ରାଜନୀତି ବିଚାର ମଧ୍ୟ ଭିନ୍ନ। ସେ ବଲିଉଡକୁ ନେଇ ଯାହା କହିଛନ୍ତି ହୁଏତଃ ତାଙ୍କ ଅନୁଭୂତି ହୋଇଥିବ । ମୁଁ ଏହି ମାମଲା ଉପରେ କିଛି କହିପାରିବି ନାହିଁ ।’

ପ୍ରକାଶ ଥାଉକି କେବଳ ଅଭିନବ ନୁହେଁ ବି-ଟାଉନର ଫେମସ ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁ ପରେ ବଲିଉଡ ଉପରେ ପରିବାରବାଦ, ଗୋଷ୍ଠୀବାଦ ଓ ମାଫିଆଗିରି ଭଳି ଅଭିଯୋଗ ଲାଗାଇଥିଲେ । ସେ ଏବେ ମଧ୍ୟ ଜଣେ ଜଣେ କରି ଅନେକ ସେଲିବ୍ରିଟିଙ୍କୁ ନିଜ ଟାର୍ଗେଟରେ ନେଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.