ETV Bharat / sitara

ବଲିଉଡ ଡ୍ରଗ୍ସ କେସ: ବିବେକ ଓବରଏଙ୍କ ସମ୍ପର୍କୀୟ ଗିରଫ - ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ନ୍ୟୁଜ

ଡ୍ରଗ୍ସ ମାମଲାରେ ଗିରଫ ହେଲେ ବିବେକଙ୍କ ସମ୍ପର୍କୀୟଙ୍କ । ମୁମ୍ବାଇର ଜଣେ କୋଟିପତି ପାନ ଦୋକାନୀଙ୍କ ସହ ତାଙ୍କୁ ଗିରଫ କରିଛି ଏନସିବି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଟ୍ବିଟର
ଫଟୋ ସୌଜନ୍ୟ: ଟ୍ବିଟର
author img

By

Published : Jan 12, 2021, 7:52 AM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ସମ୍ପୃକ୍ତ ଥିବା ବଲିଉଡ ଡ୍ରଗ୍ସ କେସରେ ଏଯାବତ ଯାଞ୍ଚ କରୁଛି ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) । ଧିରେ ଧିରେ କରି ଅନେକ ସେଲିବ୍ରିଟିଙ୍କ ନାଁ ଏହି ମାମଲାରେ ଆସିସାରିଲାଣି । ଇତିମଧ୍ୟରେ ଶୁଣିବାକୁ ମିଳୁଛି ମୁମ୍ବାଇର ଜଣେ ପାନ ଦୋକାନୀ ଜୟଶଙ୍କର ତିୱାରୀ ଉର୍ଫ ମୁଛଡ ପାନୱାଲାଙ୍କୁ ଗିରଫ କରିଛି ଏନସିବି । ସେଲିବ୍ରିଟିଙ୍କ ଡ୍ରଗ୍ସ ଯୋଗାଇବାରେ ତାଙ୍କର ହାତ ଅଛି ବୋଲି ଶୁଣିବାକୁ ମିଳୁଛି । ଅନ୍ୟପଟେ ଅଭିନେତା ବିବେକ ଓବରଏଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ଗିରଫ କରାଯାଇଛି । ଗତ ବର୍ଷରୁ ତାଙ୍କ ନାଁ ଏହି ମାମଲାରେ ସମ୍ପୃକ୍ତ ହୋଇଆସୁଛି । ତାଙ୍କ ଗିରଫକୁ ନେଇ ଏଯାବତ ଅଧିକ ସୂଚନା ସାମ୍ନାକୁ ଆସିନାହିଁ ।

ସେହିପରି ଶନିବାର ଦିନ ଏଜେନ୍ସିକୁ ଗଞ୍ଜେଇ ଲିଙ୍କ ସମ୍ପର୍କରେ ଦକ୍ଷିଣ ମୁମ୍ବାଇର ଲୋକପ୍ରିୟ କୋଟିପତି ପାନ ଦୋକାନୀଙ୍କ ଖବର ମିଳିଥିଲା । ଯାହାପରେ ତାଙ୍କୁ ସମନ ପଠାଇ ସୋମବାର ସକାଳ ଠାରୁ ନେଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ପଚରାଉଚରା କରାଯାଇଥିଲା ।

ଏନସିବି ସୂତ୍ରରୁ ଏହା ଜଣାପଡିଛି ଯେ ଦକ୍ଷିଣ ମୁମ୍ବାଇର ଅପସ୍କଲ୍ କେମ୍ପ କୋଣରେ ଅବସ୍ଥିତ ମୁଛଡ ପାନୱାଲାଙ୍କ ଦୋକାନରୁ ଏକ ନିର୍ଦ୍ଧାରିତ ଏନଡିପିସି ପଦାର୍ଥ ମଧ୍ୟ ଉଦ୍ଧାର କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.