ପାଣାଜୀ: ସୁଶାନ୍ତଙ୍କ ମୃତ୍ୟୁରେ ଡ୍ରଗ୍ସ ଯାଞ୍ଚ ମାମଲାରେ ଏନସିବି ଦ୍ବାରା ଡକାଯାଇଥିବା ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଗୁରୁବାର ଗୋଆରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି ।
ସିଦ୍ଧାନ୍ତ ଚର୍ତୁବେଦୀ ଏବଂ ଅନନ୍ୟା ପାଣ୍ଡେଙ୍କ ସହ ଆଗାମୀ ଚଳଚ୍ଚିତ୍ରର ସୁଟିଂ ପାଇଁ ଗୋଆରେ ଥିବା ଦୀପିକା ରିସର୍ଟ ଛାଡି ଡାବୋଲିମ୍ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ପାଇଁ ସେଠାରୁ ଏକ ସ୍ବତନ୍ତ୍ର ଚାର୍ଟାର୍ଡ ବିମାନରେ ମୁମ୍ବାଇ ଯାତ୍ରା କରିଛନ୍ତି ।
ଖବର ଅନୁଯାୟୀ, ମୁମ୍ବାଇ ଯିବା ପୂର୍ବରୁ ଦୀପିକା ରିସର୍ଟରେ ତାଙ୍କ ଲିଗାଲ୍ ଟିମର ସଦସ୍ୟମାନଙ୍କୁ ମଧ୍ୟ ଭେଟିଥିଲେ ।
ଶୁକ୍ରବାର ଦିନ ଦୀପିକାଙ୍କୁ ମୁମ୍ବାଇର ଏନସିବି ଅଧିକାରୀଙ୍କ ନିକଟରେ ହାଜର ହେବାକୁ ଡକାଯାଇଛି ।
ଏଥିସହିତ ଏନସିବି ଦ୍ବାରା ଡକାଯାଇଥିବା ଅଭିନେତ୍ରୀ ସାରା ଅଲି ଖାନ ମଧ୍ୟ ଛୁଟିଦିନରେ ଗୋଆରେ ଥିବା ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି । ସାରା ଏବଂ ଶ୍ରଦ୍ଧା କପୁର ଶନିବାର ଏନସିବି ସମ୍ମୁଖରେ ହାଜର ହେବାକୁ ଯାଉଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ