ମୁମ୍ବାଇ: କୋରୋନା ପ୍ରକୋପ ପାଇଁ ଦୀର୍ଘ ସମୟରୁ ଦେଶରେ ସିନେମାହଲ ବନ୍ଦ ଅଛି । ଯାହାକୁ ଆଧାର କରି ଫିଲ୍ମ ନିର୍ମାତା ନିଜ ନିଜ ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ କରିବାରେ ଲାଗିଛନ୍ତି । ହେଲେ କୋରୋନା ମୁକ୍ତ ଦେଶରେ ସିନେମାହଲ ଖୋଲିଗଲାଣି । ଆଉ ଧିରେ ଧିରେ ଫିଲ୍ମ ରିଲିଜ ମଧ୍ୟ ହେଉଛି । ନିକଟରେ ନେଦରଲ୍ୟାଣ୍ଡ ସିନେମାହଲ ଖୋଲିବା ମାତ୍ରେ ସ୍ବର୍ଗୀୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ ରିଲିଜ କରାଯାଇଥିଲା । ଏହି ଫିଲ୍ମ ରିଲିଜ କରି ସେଠାର ଦେଶବାସୀ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ସେହିପରି ଲଣ୍ଡନରେ ଖ୍ରିଷ୍ଟଫର ନୋଲାନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଟେଣ୍ଟ’ ରିଲିଜ ହୋଇଯାଇଛି । ସିନେମାହଲରେ ଏହାକୁ ଦେଖିବାକୁ ଯାଇଥିଲେ ବି-ଟାଉନର ଡିଭା ସୋନମ କପୁର । ମୁଖ୍ୟକଥା ହେଲା ଯେ ଏହି ହଲିଉଡ ଫିଲ୍ମରେ ବଲିଉଡର ଫେମସ ଅଭିନେତ୍ରୀ ଡିମ୍ପଲ କାପାଡିଆ ମଧ୍ୟ ଅଭିନୟ କରିଛନ୍ତି ।
ଦୀର୍ଘ ସମୟ ପରେ ସିନେମାହଲରେ ଫିଲ୍ମ ଦେଖିବାକୁ ଅନୁଭୂତି ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ସିନେମାହଲରେ ଫିଲ୍ମ ଦେଖି ଖୁସି ନଜର ଆସୁଛନ୍ତି ସୋନମ ।
ସେ ନିଜ ଖୁସି ଇନଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି, ‘ପରିଶେଷରେ ମୁଁ ଟେଣ୍ଟ ଫିଲ୍ମ ସିନେମାହଲରେ ଆଜି ଦେଖିଛି । ପ୍ରଥମ କଥା ହେଲା ଯେ ବଡ ସ୍କ୍ରିନରେ ଫିଲ୍ମ ଦେଖି ଶାନଦାର ଅନୁଭବ ହେଉଛି । ଯାହା ଯାଦୁଭରା ଆଉ କିଛି ନୁହେଁ ।’ ଏହାସହ ସେ ଡିମ୍ପଲଙ୍କ ଅଭିନୟର ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି ।
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି ଏହି ଥ୍ରିଲର ଇଣ୍ଟରନ୍ୟାସନାଲ ଫିଲ୍ମ ଅଗଷ୍ଟ 26 ଲଣ୍ଡନରେ ରିଲିଜ ହୋଇଥିଲା । ଆଉ ନର୍ଥ ଆମେରିକାରେ ଫିଲ୍ମଟି ସେପ୍ଟେମ୍ବର 2ରେ ରିଲିଜ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ