ETV Bharat / sitara

ଫ୍ୟାମିଲିକୁ ମିସ୍ କରୁଛନ୍ତି ସୋନମ, ମଜାଦାର କମେଣ୍ଟ ଦେଲେ ମା’

author img

By

Published : Dec 3, 2020, 11:23 AM IST

ଭାଇରାଲ ହେଉଛି ସୋନମ କପୁରଙ୍କ ଇନଷ୍ଟାଗ୍ରାମ ପୋଷ୍ଟ । ବାପା, ଭଉଣୀଙ୍କ ସହ ନଜର ଆସିଲେ ସେ । ଅନିଲଙ୍କ ସହ କମେଣ୍ଟ କଲେ ମା' ସୁନୀତା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଦୁବାଇରେ ଥିବା ବି-ଟାଉନର ଡିଭା ସୋନମ କପୁର ବର୍ତ୍ତମାନ ବାପା ତଥା ଅଭିନେତା ଅନିଲ କପୁର ଓ ଭଉଣୀ ରିଆ କପୁରଙ୍କୁ ଖୁବ୍ ମିସ୍ କରୁଛନ୍ତି । ଏକଥା ଆମେ କହୁନାହୁଁ, ଏହା ତାଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ଜଣାପଡୁଛି । ‘ନୀରଜା’ ଅଭିନେତ୍ରୀ ଏକ ସ୍ପେଶାଲ ଫଟୋ ସେୟାର କରି ବର୍ତ୍ତମାନ ଚର୍ଚ୍ଚାରେ ।

ମଙ୍ଗଳବାର ଇନଷ୍ଟାଗ୍ରାରେ ତାଙ୍କ ଦ୍ବାରା ପୋଷ୍ଟ ହୋଇଥିବା ଫଟୋରେ ଅନିଲ କପୁର ବସିଥିବା ବେଳେ ରିଆଙ୍କ ସହ ସେ ପଛରେ ଠିଆ ହୋଇଥିବାର ନଜର ଆସୁଛନ୍ତି । ଆଉ ଏହାର କ୍ୟାପସନରେ ସେ ଲେଖିଥିଲେ, ‘ମେଜରଲି ମିସିଂ ଦେମ୍ ।’

ସେପଟେ ଫଟୋ ଭାଇରାଲ ହେବା ମାତ୍ରେ ଅନିଲ ମଧ୍ୟ କମେଣ୍ଟ ଦେଇ ଲେଖିଥିଲେ, ‘ମୁଁ ମଧ୍ୟ ତୁମକୁ ଆଉ ଆନନ୍ଦଙ୍କୁ ମିସ୍ କରୁଛି ।’ ଅନିଲଙ୍କ ବ୍ୟତୀତ ତାଙ୍କ ମା' ସୁନୀତା କପୁର ଲେଖିଛନ୍ତି, ‘ତେବେ ମୋ କଥା କଣ ।’ ସେ ଏମିତି ଲେଖିବାର କାରଣ ହେଲା ଫଟୋରେ ସେ ନଜର ଆସୁନାହାଁନ୍ତି । ଯାହାକୁ ଆଧାର କରି ସେ ମଜାଦାର ଅନ୍ଦାଜରେ ନିଜ ବିଷୟରେ ଝିଅଙ୍କୁ ପଚାରିଛନ୍ତି ।

ପ୍ରକାଶ ଥାଉକି ଏହାପୂର୍ବରୁ ସୋନମ ଦିୱାଲୀ ଅବସରରେ ଫ୍ୟାମିଲିର ଥ୍ରୋବ୍ୟାକ ଫଟୋ ପୋଷ୍ଟ କରିଥିଲେ । ଯଦି ତାଙ୍କ ଫିଲ୍ମ କ୍ୟାରିୟର ବିଷୟରେ କଥା ହେବା ତାହାଲେ ସେ ବଲିଉଡରେ 13 ବର୍ଷ ପୂରଣ କରିସାରିଲେଣି । ଶେଷଥର ତାଙ୍କୁ ‘ଜୋୟା ଫ୍ୟାକ୍ଟର’ରେ ଦେଖିବାକୁ ମିଳିଥିଲା । ତାଙ୍କ ସହ ଏହି ଫିଲ୍ମରେ ଅଭିନୟ କରିଥିଲେ ସାଉଥ ଷ୍ଟାର ଦିଲକର ସଲମାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.