ETV Bharat / sitara

କ୍ବାରେଣ୍ଟିନରୁ ବାହାରି ଜିମରେ ପହଞ୍ଚିଲେ ସୋନମ - ଭାଇରାଲ ହେଲା ସୋନମଙ୍କ ଲଣ୍ଡନ ଫଟୋ

ଭାଇରାଲ ହେଲା ସୋନମଙ୍କ ଲଣ୍ଡନ ଫଟୋ । ଏଥର ସେ ଜିମରେ ନଜର ଆସୁଛନ୍ତି । ଦୀର୍ଘ ସମୟ ପରେ ୱାର୍କଆଉଟ କରିବା ଅନୁଭୂତି ସେୟାର କରିଛନ୍ତି ସେ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନମ କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନମ କପୁର
author img

By

Published : Jul 28, 2020, 4:47 PM IST

ମୁମ୍ବାଇ: ନିକଟରେ ବି-ଟାଉନର ଡିଭା ସୋନମ କପୁର ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ଲଣ୍ଡନ ଯାତ୍ରା କରିଥିଲେ । ଯାହାର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ପାଇଁ ସେୟାର ମଧ୍ୟ କରିଥିଲେ । ସେହିପରି ଲଣ୍ଡନରେ ପହଞ୍ଚିବା ପରେ ସେ କ୍ବାରେଣ୍ଟାଇନରେ ଥିଲେ । ହେଲେ ଏବେ ତାଙ୍କୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । କ୍ବାରେଣ୍ଟାଇନ ଶେଷ କରି ସେ ନିଜ ଫିଟନେସ ଉପରେ ଧ୍ୟାନ ଦେବାକୁ ବାହାରି ପଡିଛନ୍ତି । ଆଜ୍ଞା ହଁ, ସେ ୱାର୍କଆଉଟ ପାଇଁ ଜିମ ଯାଇଛନ୍ତି । ଯାହାର ଫଟୋ ସେ ସୋସିଆଲ ମିଡିଆରେ ସେୟାର କରି ଜିମର ଏକ୍ସପିରିୟନ୍ସ ଫ୍ୟାନ୍ସଙ୍କୁ ଜଣାଇଛନ୍ତି ।

ଫଟୋରେ ସେ ଜିମରେ ମାସ୍କ ପିନ୍ଧିଥିବାର ନଜର ଆସୁଛନ୍ତି । ଏହି ପୋଷ୍ଟରେ ସେ ଲେଖିଛନ୍ତି, ‘କ୍ବାରେଣ୍ଟିନ ପରେ ପ୍ରଥମ ଦିନ ଆଉ ସିଧା ଜିମ । ସତ କଥା ହେଲା ଯେ ମୁଁ ଭାବିନଥିଲେ ଯେ ଏଠାକୁ ଫେରି ମୁଁ ଏତେ ଖୁସି ହୋଇପାରିବି ।’ ଖାଲି ଏତିକି ନୁହେଁ ସେ ଜିମରେ ନିଜ ଟ୍ରେନରଙ୍କୁ ଦେଖି ମଧ୍ୟ ବହୁତ ଖୁସି ଅନୁଭବ କରିବା ସହ ତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

ସେପଟେ ତାଙ୍କ ପିତା ତଥା ଅଭିନେତା ଅନିଲ କପୁର ସୋସିଆଲ ମିଡିଆରେ ଝିଅଙ୍କୁ ଲଣ୍ଡନ ଜିମରେ ଦେଖି ନିଜ ଖୁସି ପ୍ରକାଶ କରିଛନ୍ତି । ସେ ଫଟୋରେ ଥମ୍ବ ଅପ ଓ ହାର୍ଟ ଇମୋଜୀ ସେୟାର କରିଛନ୍ତି । ଆପଣ ବି ଦେଖନ୍ତୁ ସୋନମଙ୍କ ଏହି ଫଟୋ...

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.