ETV Bharat / sitara

‘ଜର୍ସି’ ପାଇଁ କଡା ପରିଶ୍ରମ କରୁଛନ୍ତି କବୀର ସିଂ, ଭାଇରାଲ ଫଟୋ

author img

By

Published : Nov 10, 2020, 10:36 AM IST

ସକାଳୁ ସକାଳୁ ମୈଦାନରେ ନେଟ୍ ପ୍ରାକ୍ଟିସ କରୁଛନ୍ତି ଶାହିଦ । ଚର୍ଚ୍ଚିତ ଫିଲ୍ମ ‘ଜର୍ସି’ରେ ସାଜିବେ ସ୍ପୋର୍ଟ୍ସ ପର୍ସନ। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହିଦ କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହିଦ କପୁର

ମୁମ୍ବାଇ: ଏଥର ପରଦାରେ କ୍ରିକେଟର ଅବତାରରେ ନଜର ଆସିବେ କ୍ୟୁଟ ଆକ୍ଟର ଶାହିଦ କପୁର । ସେ ତେଲୁଗୁ ସୁପରହିଟ୍ ଫିଲ୍ମ ‘ଜର୍ସି’ର ହିନ୍ଦୀ ରିମେକ ନେଇ ଫେରିବେ । ଯାହାପାଇଁ ସେ କଡା ପରିଶ୍ରମ କରୁଛନ୍ତି । ସକାଳୁ ଉଠି ଛକା, ଚୌକା ମାରିବା ପାଇଁ ମୈଦାନରେ ନେଟ୍ ପ୍ରାକ୍ଟିସ କରୁଛନ୍ତି । ଆଉ ଏହାର ଫଟୋ ପୋଷ୍ଟ କରି ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ସୂଚନା ମଧ୍ୟ ଦେଇଛନ୍ତି ।

ମଙ୍ଗଳବାର ସକାଳୁ ସେ ଏହି ପ୍ରାକ୍ଟିସର ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି, ‘ଉଠ ଏବଂ ଯାଅ । ସବୁ ସକାଳ # ଜର୍ସି । ସ୍ବପ୍ନ ଦେଖିବାରେ କଦାପି ବିଳମ୍ବ ହୁଏ ନାହିଁ ।’

ଏହି ପୋଷ୍ଟ ବ୍ୟତୀତ ସେ ଜିମରୁ ବ୍ଲାକ ଆଣ୍ଡ ହ୍ବାଇଟ ଫଟୋ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ହ୍ୟାଣ୍ଡସମ ଲୁକ ଦେଖିବାକୁ ମିଳୁଛି । ପ୍ରକାଶ ଥାଉକି ଲକଡାଉନ ପୂର୍ବରୁ ଚଣ୍ଡିଗଡରେ ‘ଜର୍ସି’ ଫିଲ୍ମର ସୁଟିଂ ଆରମ୍ଭ କରିଥିଲେ ସେ । ଅଧାରେ ସୁଟିଂ ବନ୍ଦ ରହିଥିଲା । ହେଲେ ଏବେ ଉତ୍ତରାଖଣ୍ଡ ସିଡ୍ୟୁଲ ସୁଟିଂ ଶେଷ କରିସାରିଛନ୍ତି ପୁରା ଟିମ । ଫିଲ୍ମରେ ତାଙ୍କ ଅପୋଜିଟ୍ ନଜର ଆସିବେ ଅଭିନେତ୍ରୀ ମୃଣଳ ଠାକରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.