ETV Bharat / sitara

ଫିଲ୍ମ ସେଟ୍‌ରୁ ଆରମ୍ଭ ପ୍ରେମ କାହାଣୀ... - ବଲିଉଡ କପୁଲ

ବି ଟାଉନର ଅନେକ ଷ୍ଟାର ଫିଲ୍ମ ସୁଟିଂ ସମୟରୁ ପ୍ରେମ କରି ପରେ ବିବାହ କରିଛନ୍ତି । ଏଥିରୁ କିଛି ସକସେସ ହୋଇଛି ତ ଅନେକ ପ୍ରେମ କାହାଣୀ ଅଧୁରା ରହିଛି । ଅଧିକ ପଢନ୍ତୁ...

ଫିଲ୍ମ ସେଟ୍‌ରୁ ଆରମ୍ଭ ପ୍ରେମ କାହାଣୀ...
ଫିଲ୍ମ ସେଟ୍‌ରୁ ଆରମ୍ଭ ପ୍ରେମ କାହାଣୀ...
author img

By

Published : Apr 27, 2020, 11:39 PM IST

ମୁମ୍ବାଇ: ସମସ୍ତେ କହନ୍ତି ପ୍ରଫେସନାଲ ଓ ପର୍ସନାଲ ଲାଇଫ ଅଲଗା ରଖିବା କଥା । କିନ୍ତୁ ଏପରି ହୋଇପାରେ ଆପଣ ନିଜ ୱାର୍କ ପ୍ଲେସରେ ହିଁ ନିଜ କୋ-ଷ୍ଚାରଙ୍କ ସହ ଲଭରେ ପଡିପାରିବେ । ଆଉ ବଲିଉଡ ଫିଲ୍ମ ସେଟରେ ଏପରି ହେବା କିଛି ନୂଆ କଥା ନୁହେଁ । ବି ଟାଉନର ଅନେକ ଷ୍ଟାର ଫିଲ୍ମ ସୁଟିଂ ସମୟରୁ ପ୍ରେମ କରି ପରେ ବିବାହ କରିଛନ୍ତି । ଏଥିରୁ କିଛି ସକସେସ ହୋଇଛି ତ ଅନେକ ପ୍ରେମ କାହାଣୀ ଅଧୁରା ରହିଛି । ତେବେ ଆସନ୍ତୁ ଜାଣିବା ବଲିଉଡର କିଛି କପଲଙ୍କ ବିଷୟରେ ଯେଉଁମାନେ ନିଜ ଲଭଷ୍ଟୋରୀକୁ ଲାଇଫଟାଇମ ଷ୍ଟୋରୀରେ ବଦଳାଇ ଦେଇଛନ୍ତି ।

ଅମିତାଭ ବଚ୍ଚନ-ଜୟା ବଚ୍ଚନ

ବଲିଉଡର ଆଙ୍ଗ୍ରି ୟଙ୍ଗ ମ୍ୟାନଙ୍କ କାହାଣୀ ସମସ୍ତଙ୍କୁ ଜଣା । ରେଖା-ଅମିତାଭଙ୍କ ଲଭଷ୍ଟୋରୀ ସେତେବେଳେ ଚର୍ଚ୍ଚାର ବିଷୟ ଥିଲା । ହେଲେ ‘ଗୁଡ୍ଡି’ ଫିଲ୍ମ ସେଟରେ ଜୟା ବଚ୍ଚନ ଅମିତାଭଙ୍କୁ ପ୍ରଥମେ ପ୍ରପୋଜ କରିଥିଲେ । ତେବେ ଏହାର ଉତ୍ତର ଦେବାକୁ ବିଗ ବି ସମୟ ନେବା ସହ ‘ଏକ ନଜର’ ଫିଲ୍ମ ସୁଟିଂ ବେଳେ ପ୍ରପୋଜ ସ୍ବୀକାର କରିଥିଲେ ।

Bollywood couples fell in love at film set
ଫିଲ୍ମ ସେଟ୍‌ରୁ ଆରମ୍ଭ ପ୍ରେମ କାହାଣୀ...

ଧର୍ମେନ୍ଦ୍ର-ହେମା ମାଳିନୀ

1970 ତୁମ ହସିନ ମେଁ ଜୱାନ ଫିଲ୍ମରୁ ଆରମ୍ଭ ହୋଇଥିଲା ଏହି ଏଭରଗ୍ରୀନ କପଲଙ୍କ ଲଭଷ୍ଟୋରୀ । ବିବାହିତ ଥିଲେ ମଧ୍ୟ ଡ୍ରିମଗର୍ଲଙ୍କ ପ୍ରେମରେ ପାଗଳ ଥିଲେ ବିଟାଉନର ହିମ୍ୟାନ । 10 ବର୍ଷ ଧର୍ମେନ୍ଦ୍ରଙ୍କ ପ୍ରେମକୁ ପ୍ରତ୍ୟାଖ୍ୟାନ କରିଥିଲେ ହେମା ମାଳିନୀ । ହେଲେ ହାର ମାନିନଥିଲେ ବଲିଉଡର ବୀରୁ । ଶେଷରେ 1980ରେ ଉଭୟଙ୍କ ବିବାହ ହୋଇଥିଲା ।

ରିଷି କପୁର-ନୀତୁ କପୁର

‘ଜହରିଲା ଇନସାନ’ ଫିଲ୍ମରୁ ଉଭୟ ଭଲ ବନ୍ଧୁ ବନିଥିଲେ । ଏପରିକି ଏକ ସାକ୍ଷାତକାରରେ ରିଷି କହିଥିଲେ ଯେ ନିଜର ସମସ୍ତ ଗର୍ଲଫ୍ରେଣ୍ଡ ଓ ବ୍ରେକ ଅପ ବିଷୟରେ ସେ ନୀତୁଙ୍କ ସହ ଆଲୋଚନା କରୁଥିଲେ । ତେବେ ବାରୁଦ ଫିଲ୍ମ ସୁଟିଂ ପାଇଁ ବାହାରକୁ ଯିବାବେଳେ ସେ ନୀତୁଙ୍କୁ ବହୁତ ମିସ କରିଥିଲେ । ଏନେଇ ସେ ଏକ ଟେଲିଗ୍ରାମ ମଧ୍ୟ କରିଥିଲେ । ଶେଷରେ ଫେରିବା ପରେ ନିଜ ପ୍ରେମ ଜାହିର କରିବା ସହ ଉଭୟ ବିବାହ କରିଥିଲେ ।

ଅଜୟ ଦେବଗନ-କାଜୋଲ

ବଲିଉଡର ଆଉ ଏକ ଯୋଡି, ଯିଏ ଅନ୍ୟମାନଙ୍କ ପାଇଁ ପ୍ରେରଣା । ଏମାନଙ୍କର ପ୍ରଥମ ଦେଖାରୁ ପ୍ରେମ ନଥିଲା । ପ୍ରଥମରୁ ଉଭୟ ପରସ୍ପରର ସାଙ୍ଗ ଥିଲେ । ଧିରେ ଧିରେ ପ୍ରେମ ହୋଇଥିଲା । ସବୁଠୁ ମଜାଦାର କଥା କେହି କାହାକୁ ପ୍ରପୋଜ କରିନଥିଲେ । ହେଲେ ମନ ଭିତରେ ପରସ୍ପର ପାଇଁ ପ୍ରେମ ଥିଲା ଯାହା ପରବର୍ତ୍ତୀ ସମୟରେ ବିବାହରେ ପରିବର୍ତ୍ତନ ହୋଇଥିଲା । ‘ହଲଚଲ’ ଫିଲ୍ମ ସେଟରୁ ଆରମ୍ଭ ଏହି ପ୍ରେମ 4 ବର୍ଷ ପରେ 1999ରେ ଜୀବନସାଥୀରେ ରୂପାନ୍ତର ହୋଇଥିଲା ।

ଅକ୍ଷୟ କୁମାର-ଟ୍ବିଙ୍କିଲ ଖାନା

ବିଟାଉନର ଆଉ ଏକ ସଫଳ ଯୋଡି ଯିଏ 19 ବର୍ଷ ଧରି ଖୁସିରେ ସଂସାର ଗଢିଛନ୍ତି । ଫିଲ୍ମଫେୟାର ମ୍ୟାଗାଜିନ ସୁଟିଂ ବେଳେ ଅକ୍ଷୟଙ୍କ ଉପରେ ଟ୍ବିଙ୍କଲ ଫିଦା ହୋଇଥିଲେ । ତେବେ ‘ଇଣ୍ଟନ୍ୟାସନାଲ ଖିଲାଡି’ ସୁଟିଂ ବେଳେ ଟ୍ବିଙ୍କଲ ଓ ଅକ୍ଷୟ ପରସ୍ପର ପ୍ରତି ଥିବା ପ୍ରେମକୁ ଅନୁଭବ କରିଥିଲେ । 2001ରେ ଉଭୟ ଲାଇଫ ପାର୍ଟନର ସାଜିଥିଲେ । ଅକ୍ଷୟଙ୍କ ରଙ୍ଗୀନ ଲାଇଫ ସଜାଡିଥିଲେ ଟ୍ବିଙ୍କଲ । ଏପରିକି ବିବାହ ପରେ ବି ଅକ୍ଷୟ ଅନେକ ସମୟରେ କୋଷ୍ଟାରଙ୍କ ସହ ପ୍ରେମକୁ ନେଇ ଫସିଛନ୍ତି । ତେବେ ଟ୍ବିଙ୍କଲ ସବୁବେଳେ ତାଙ୍କୁ ସପୋର୍ଟ କରିଥିଲେ ।

ସୈଫ ଅଲ୍ଲୀ ଖାନ-କରୀନା କପୁର ଖାନ

ବଲିଉଡର ଦୁଇ ଚର୍ଚ୍ଚିତ ଖାନଦାନର ପାୱାର କପଲ ସୈଫିନା । 2008 ‘ଟସନ’ ଫିଲ୍ମ ସେଟରୁ ଉଭୟଙ୍କ ପ୍ରେମ କାହାଣୀ ଗଢି ଉଠିଥିଲା । ପୂର୍ବରୁ ‘ଏଲଓସି କାର୍ଗିଲ’ ଓ ‘ଓମକାରାରେ’ ଉଭୟ କାମ କରିଥିଲେ ମଧ୍ୟ ଟସନରୁ ହିଁ ଆରମ୍ଭ ହୋଇଥିଲା କାହାଣୀ । ସୈଫ ପୂର୍ବରୁ ବିବାହିତ ପରେ ଛାଡପତ୍ର ଦେଇଥିଲେ । କରୀନାଙ୍କ ଶାହିଦ କପୁରଙ୍କ ସହ ବ୍ରେକ ଅପ ହୋଇଥିଲା । ତେବେ ପରସ୍ପରକୁ ପ୍ରେମ ଜାହିର ପରେ 2012ରେ ଉଭୟ ବିବାହ କରିଥିଲେ ।

ରିତେଶ ଦେଶମୁଖ-ଜେନେଲିଆ ଡି ସୌଜା

ବଲିଉଡର ଏହି କ୍ୟୁଟ କପଲ ‘ତୁଝେ ମେରୀ କସମ’ ସେଟରୁ ପ୍ରେମରେ ପଡିଥିଲେ । ପ୍ରଥମେ ରିତେଶଙ୍କୁ ଭଲ ପାଇନଥିବା ଜେନେଲିଆ ପରେ ତାଙ୍କ ପ୍ରେମରେ ପଡିଥିଲେ । ତେବେ ସେ ଖ୍ରୀଷ୍ଟିଆନ ଥିବାବେଳେ ରିତେଶଙ୍କ ପରିବାର କଠୋର ହିନ୍ଦୁବାଦୀ ଥିଲେ । ଉଭୟ 8 ବର୍ଷ ରିଲେସନସିପ ପରେ ବିବାହ କରିଥିଲେ । ହେଲେ ଏଥିପାଇଁ ଉଭୟଙ୍କୁ ଖୁବ କଷ୍ଟ କରିବାକୁ ପଡିଥିଲା । ରିତେଶ ନିଜ ଘରଲୋକଙ୍କୁ ମନାଇବାକୁ ଅନେକ ପରିଶ୍ରମ କରିଥିଲେ ।

ଅଭିଷେକ ବଚ୍ଚନ-ଐଶର୍ଯ୍ୟା ରାୟ ବଚ୍ଚନ

‘ଢାଇ ଅକ୍ଷୟ ପ୍ରେମ କେ’ ସୁଟିଂ ସେଟରୁ ଜୁନିୟର ବଚ୍ଚନ ଓ ପୂର୍ବତନ ବିଶ୍ବ ସୁନ୍ଦରୀ ଉତ୍ତମ ସାଙ୍ଗ ପାଲଟିଥିଲେ । ପରେ ‘ଉମରାଓଜାନ’ ସୁଟିଂ ବେଳେ ପରସ୍ପର ପ୍ରତି ଥିବା ପ୍ରେମ ଅନୁଭବ କରିଥିଲେ । ‘ଗୁରୁ’ ସୁଟିଂ ବେଳେ ଅଭିଷେକ ପ୍ରଥମେ ପ୍ରପୋଜ କରିଥିଲେ । ଐଶର୍ଯ୍ୟା ଏହାକୁ ସ୍ବୀକାର କରିବା ପରେ 2007ରେ ବଚ୍ଚନ ପରିବାରର ବୋହୂ ବନିଥିଲେ ।

ରଣଭୀର ସିଂହ-ଦୀପିକା ପାଦୁକୋନ

ବଲିଉଡର ହଟେଷ୍ଟ ଯୋଡି । 2013 ଫିଲ୍ମ ସୁଟିଂରୁ ଆରମ୍ଭ ହୋଇଥିଲା ପ୍ରେମ କାହାଣୀ । ଏକ ଆୱାର୍ଡ ଶୋରୁ ଦୀପିକାଙ୍କ ପ୍ରେମରେ ପଡିଥିଲେ ରଣଭୀର । ବଲିଉଡର ହଟ ଆକ୍ଟ୍ରେସଙ୍କୁ ପ୍ରଥମେ ପ୍ରପୋଜ କରିଥିଲେ ବିଟାଉନର ଖିଲଜୀ । ତେବେ ବ୍ରେକଅପ ପରେ ଦୁଃଖରେ ଥିବା ଦୀପିକା କିଛି ସମୟ ନେଇଥିଲେ ଉତ୍ତର ଦେବାକୁ । ଶେଷରେ 5 ବର୍ଷ ଡେଟିଂ ପରେ 2018ରେ ଉଭୟ ବିବାହ କରିଥିଲେ ।

ବିରାଟ କୋହଲି-ଅନୁଷ୍କା ଶର୍ମା

ଏହା ସମ୍ପୂର୍ଣ୍ଣ ବଲିଉଡ କାହାଣୀ ନୁହେଁ କାରଣ ବିରାଟ ଏକ କ୍ରିକେଟର । ହେଲେ 2013ରେ ଏକ ସାମ୍ପୁ କମ୍ପାନୀ ଆଡ୍ ସୁଟିଂବେଳେ ଉଭୟ ପରସ୍ପର ପ୍ରେମରେ ପଡିଥିଲେ । 4 ବର୍ଷ ଡେଟିଂ ପରେ ଉଭୟ 2017ରେ ବିବାହ କରିଥିଲେ । ଫ୍ୟାନ୍ସ ଉଭୟଙ୍କୁ ବିରୁଷ୍କା ନାମରେ ଚର୍ଚ୍ଚିତ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.