ମୁମ୍ବାଇ: ଶୁକ୍ରବାର କୁଇନ କଙ୍ଗନା ରଣାୱତଙ୍କ ପାଇଁ ଥିଲା ଖୁସିର ଦିନ । କାରଣ ବିଏମସି ଦ୍ବାରା ତାଙ୍କ ଅଫିସ ମଣିକର୍ଣ୍ଣିକା ଭଙ୍ଗାରୁଜା ମାମଲାରେ ତାଙ୍କୁ ଆଶ୍ବସ୍ତି ମିଳିଛି । କାରଣ ମିଳିବାକୁ ଯାଉଛି ତାଙ୍କୁ କ୍ଷତି ପୂରଣ । ଯେଉଁଥିପାଇଁ କ୍ଷୟକ୍ଷତିର ସମୀକ୍ଷା କରିବା ପାଇଁ ମୁମ୍ବାଇ ହାଇକୋର୍ଟ ଏକ ମୂଲ୍ୟାଙ୍କନ ନିଯୁକ୍ତି କରିବାକୁ ନିର୍ଦ୍ଦେଶକ ଦେଇଛନ୍ତି । ଯାହାକୁ ନେଇ ତାଙ୍କ ଖୁସି କହିଲେ ନସରେ । ଏବେ ସେ ପୁଣି ଚର୍ଚ୍ଚାରେ । କାରଣ ସେ ମହାରାଷ୍ଟ୍ର ସରକାରଙ୍କ ବିରୋଧରେ ପୁଣି ଏକ ଟ୍ବିଟ କରିଛନ୍ତି । ଆଉ ତାଙ୍କ ଅନୁଯାୟୀ ମହାରାଷ୍ଟ୍ର ସରକାରଙ୍କ ଦ୍ବାରା ସେ ଅପମାନିତ ମଧ୍ୟ ହୋଇଛନ୍ତି ।
ସେହିପରି ଟ୍ବିଟରେ ଲେଖିଛନ୍ତି, ‘ଏହି କିଛି ମାସ ମଧ୍ୟରେ ମୁଁ ମହାରାଷ୍ଟ୍ର ସରକାରଙ୍କ ଠାରୁ ସାମ୍ନା କରିଛି ଆଇନଗତ ମାମଲା, ଅପମାନଜନକ ବ୍ୟବହାର, । ଆଉ ଏହି ସମୟରେ ବଲିଉଡ ମାଫିଆ ଏବଂ କିଛି ଅଭିନେତା ଯେମିତି କି ଆଦିତ୍ୟ ପାଞ୍ଚୋଲି ଏବଂ ହ୍ରିତିକ ରୋଶନଙ୍କ ପରି ଦୟାଳୁ ଆତ୍ମା ପରି ଦେଖାଯାଉଛନ୍ତି । ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ ମୋ ପାଖରେ ଏମିତି କଣ ଅଛି ଯାହା ଲୋକଙ୍କୁ ଏତେ ବିରକ୍ତ କରୁଛି ।’
ଖାଲି ଏତିକି ନୁହେଁ ଏହାସହ ସେ ମୁମ୍ବାଇ ମେୟର କିଶୋରୀ ପେଡନେକରଙ୍କ ବମ୍ବେ ହାଇକୋର୍ଟଙ୍କ ବିଏମସି (ବ୍ରିହାନମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍) ନୋଟିସକୁ ଏଡ଼ାଇ ଦେଇଥିବା ମନ୍ତବ୍ୟ ଉପରେ କଙ୍ଗନା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
ହାଇକୋର୍ଟଙ୍କ ରାୟ ପରେ କଙ୍ଗନା ତାଙ୍କ ଏକ ପୋଷ୍ଟ ସେୟାର କରି ଲେଖିଥିଲେ, ‘ଯେତେବେଳେ ବ୍ୟକ୍ତି ସରକାର ବିରୁଦ୍ଧରେ ଠିଆ ହୁଅନ୍ତି ଏବଂ ଜିତନ୍ତି, ଏହା ବ୍ୟକ୍ତିର ବିଜୟ ନୁହେଁ ବରଂ ଏହା ଗଣତନ୍ତ୍ରର ବିଜୟ । ସମସ୍ତଙ୍କୁ ଧନ୍ୟବାଦ, ଯେଉଁମାନେ ମୋତେ ସାହସ ଦେଇଛନ୍ତି ଏବଂ ମୋର ଭଙ୍ଗା ସ୍ବପ୍ନରେ ହସିଥିବା ଲୋକଙ୍କୁ ଧନ୍ୟବାଦ । ଏହାର ଏକମାତ୍ର କାରଣ ତୁମେ ଜଣେ ଭିଲେନ ଭଳି ଖେଳୁଛ ତେଣୁ ମୁଁ ଜଣେ ହିରୋ ହୋଇପାରେ ।’