ମୁମ୍ବାଇ: ବୁଧବାର ଦିନ ଅନେକ ସେଲିବ୍ରିଟିମାନେ ସମସ୍ତ ଲୋକମାନଙ୍କ ସହ ଯୋଗଦେଇ ପବିତ୍ର ପର୍ବ ହନୁମାନ ଜୟନ୍ତୀ ପାଳନ କରିଛନ୍ତି । ଅଭିନେତା ଅମିତାଭ ବଚ୍ଚନ ହନୁମାନ ଜୟନ୍ତୀ ପାଳନ କରିବାରେ ପ୍ରଥମ ଥିଲେ । ଏହାର କ୍ୟାପସନରେ ଅଭିନେତ୍ରୀ ରେଖା ଲେଖଛନ୍ତି, 'ଜୟ ହନୁମାନ ଜ୍ଞାନ ଗୁନ ସାଗର, ଜୟ କପିଶ ତିହୁ ଲୋକ ଉଜାଗର'।
ଗାୟିକ ଲତା ମଙ୍ଗେଶକର ପବିତ୍ର ପର୍ବ ହନୁମାନ ଜୟନ୍ତୀରେ ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି, 'ନମସ୍କାର ଆପଣ ସମସ୍ତଙ୍କୁ ହନୁମାନ ଜୟନ୍ତୀର ଶୁଭ କାମନା କରୁଛି । ସମସ୍ତେ ଖୁସିରେ ରୁହନ୍ତୁ । 'ଧୁମ' ଅଭିନେତ୍ରୀ ଇଶା ଦେଓଲ ମଧ୍ୟ ତାଙ୍କ ଟ୍ୱିଟରରେ ଲୋକମାନଙ୍କୁ ଅଭିନନ୍ଦନ ଜଣାଇ ଲେଖିଛନ୍ତି ଯେ, ହାପି # ହନୁମାନ ଜୟନ୍ତୀ ।
ଏହି ବିଶେଷ ଅବସରରେ ଚଳଚ୍ଚିତ୍ର ନିର୍ମାତା ମଧୁର ଭଣ୍ଡାକର ଟ୍ୱିଟରରେ ପୋଷ୍ଟ କରି ଲେଖିଛନ୍ତି, 'ପ୍ରଭୁ ହନୁମାନ ଆମକୁ ସ୍ୱାସ୍ଥ୍ୟବାନ,ସହ ବୁଦ୍ଧି ଏବଂ ଶକ୍ତି ଦିଅନ୍ତୁ । ହନୁମାନ ଜୟନ୍ତୀରେ ସନସ୍ତଙ୍କୁ ଶୁଭେଚ୍ଛା । ଅଭିନେତ୍ରୀ ରଭିନା ଟଣ୍ଡନ ମଧ୍ୟ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଯେ, ହନୁମାନ ଜୀଙ୍କୁ ପ୍ରାର୍ଥନା କରିଛନ୍ତି ଯେ ମାନବ ଜଗତକକୁ ଶୀଘ୍ର କରୋନାଭାଇରସରୁ ରକ୍ଷା କରନ୍ତୁ ।ବଲିଉଡର ଏଭର ୟଙ୍ଗ ଷ୍ଟାର ଅନିଲ କପୁର ହନୁମାନଙ୍କ ଫଟୋ ସେୟାର କରି ପ୍ରଶଂସକମାନଙ୍କୁ ହନୁମାନ ଜୟନ୍ତୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ