ETV Bharat / sitara

ଦେଶବାସୀଙ୍କୁ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ ବି-ଟାଉନ ସେଲିବ୍ରିଟି

author img

By

Published : Aug 15, 2020, 4:21 PM IST

ଆଜି ସମଗ୍ର ଦେଶ ସ୍ୱାଧୀନତା ଦିବସ ପାଳନ କରୁଛି । ଏହି ବିଶେଷ ଦିନରେ ବଲିଉଡ ତାରକାମାନେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଅମିତାଭ ବଚ୍ଚନଙ୍କ ଠାରୁ ଅନୁପମ ଖେର ପର୍ଯ୍ୟନ୍ତ ସମସ୍ତେ ସ୍ୱାଧୀନତା ଦିବସରେ ପ୍ରଶଂସକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଅଧିକ ପଢନ୍ତୁ...

bollywood celebs wish happy independence day 2020
ଦେଶବାସୀଙ୍କୁ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ ବି-ଟାଉନ ସେଲିବ୍ରିଟି

ମୁମ୍ବାଇ: ଆଜି ସାରା ଦେଶରେ 74ତମ ସ୍ୱାଧୀନତା ଦିବସ ପାଳନ କରାଯାଉଛି । କରୋନା ସତ୍ତ୍ବେ ଦେଶବାସୀ ସ୍ବାଧୀନତାର ଉତ୍ସବକୁ ସତର୍କତାର ସହ ପାଳନ କରୁଛନ୍ତି । ଏହି ଅବସରରେ ଅମିତାଭ ବଚ୍ଚନଙ୍କ ଠାରୁ ଅନୁପମ ଖେର ପର୍ଯ୍ୟନ୍ତ ସମସ୍ତ ତାରକା ସୋସିଆଲ ମିଡିଆ ମାଧ୍ୟମରେ ସ୍ୱାଧୀନତା ଦିବସରେ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଅମିତାଭ ବଚ୍ଚନ ତ୍ରିରଙ୍ଗାକୁ ସଲାମ କରି ଏକ ଫଟୋ ସେୟାର କରିଛନ୍ତି । ସେ ଲେଖିଛନ୍ତି- କୋଭିଡ ବିରୋଧରେ ଲଢୁଥିବା ପ୍ରକୃତ ଯୋଦ୍ଧାମାନଙ୍କୁ ମୋର ନମସ୍କାର, ଏବଂ ସ୍ୱାଧୀନତା ଦିବସର ଏହି ଶୁଭ ଦିନରେ ଶାନ୍ତି ଏବଂ ସମୃଦ୍ଧତା କାମନା କରୁଛି । ଏଥିସହିତ ଅମିତାଭ ସ୍ୱାଧୀନ ଭାରତ ଉପରେ ଏକ ସୁନ୍ଦର କବିତା ମଧ୍ୟ ସେୟାର କରିଛନ୍ତି ।

  • T 3627 - the true warriors in the fight against CoviD .. salute .. and on this auspicious Day of our Independence wishes for peace prosperity .. pic.twitter.com/N6ag0JKoOK

    — Amitabh Bachchan (@SrBachchan) August 14, 2020 " class="align-text-top noRightClick twitterSection" data=" ">

ଅକ୍ଷୟ କୁମାର ଏକ ଭିଡିଓ ଟ୍ୱିଟ କରି ଲୋକଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଭିଡିଓରେ, ଦେଶର ଗରିବ ଶ୍ରେଣୀ ଲୋକଙ୍କର ଜୀବନଯାପନକୁ ଦେଖିବାକୁ ମିଳିଛି । ଏହି ଭିଡିଓ ମାଧ୍ୟମରେ ଅକ୍ଷୟ ଏହି ଅଭାବୀ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏକ ବାର୍ତ୍ତା ଦେଇଛନ୍ତି । ସେମାନଙ୍କୁ ଅଣଦେଖା କରନ୍ତୁ ନାହିଁ ।

  • We all know these people, we all have these people in our lives.
    On this #IndependenceDay, lets come together for them, lets come #Together4India.
    जिससे जितनी हो सके उतनी मदद कीजिये... बस नज़रअंदाज़ मत कीजिये, share the way YOU care.
    Jai Hind 🙏🏻 pic.twitter.com/WHCuabljEI

    — Akshay Kumar (@akshaykumar) August 15, 2020 " class="align-text-top noRightClick twitterSection" data=" ">

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଦେଶର ସ୍ୱାଧୀନତା ପାଇଁ ସଂଗ୍ରାମ କରୁଥିବା ଲୋକଙ୍କ ଏକ ଭିଡିଓ ସେୟାର କରିଛନ୍ତି । ଏଥିସହିତ ସେ ସମସ୍ତଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି ।

ସ୍ୱରା ଭାସ୍କର ଟୁଇଟ୍ କରି କହିଛନ୍ତି, ହାପି ବର୍ଥଡେ ଇଣ୍ତିଆ, ମୁଁ ତୁମକୁ ଭଲ ପାଏ । ସମସ୍ତଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା । ଏଥି ସହିତ, ସ୍ୱରା ତାଙ୍କ ପ୍ରୋଫାଇଲ ଫଟୋରେ ତ୍ରିରଙ୍ଗା ରଙ୍ଗର ଚୁଡି ପିନ୍ଧିଥିବାର ନଜର ଆସିଛନ୍ତି ।

ଅନୁପମ ଖେର ସ୍ୱାଧୀନତା ଦିବସରେ ଖବରକାଗଜ ପଢୁଥିବାବେଳର ଫଟୋ ସେୟାର କରି ଲେଖିଛନ୍ତି, ଆମ ଦେଶର ଭାରତର ସ୍ୱାଧୀନତା ଦିବସରେ ଆମ ସମସ୍ତଙ୍କୁ ଅଭିନନ୍ଦନ । ମୋର ଇଶ୍ୱରଙ୍କ ପାଖରେ କେବଳ ଏହି ପ୍ରାର୍ଥନା ଯେ, ଆମ ଦେଶ ହଜାର ହଜାର ବର୍ଷ ଧରି ସର୍ବଦା ପ୍ରଗତିର ଉଚ୍ଚତାକୁ ଛୁଇଁଥାଉ । 'ଭାରତ ମାତା କି ଜୟ, ଜୟ ହିନ୍ଦ' ।

'ଉରି' ଖ୍ୟାତି ଅଭିନେତା ବିକି କୌଶଲ ମଧ୍ୟ ସୋସିଆଲ ମିଡିଆରେ 74ତମ ସ୍ୱାଧୀନତା ଦିବସ ପାଇଁ ପ୍ରଶଂସକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବିକି ତ୍ରିରଙ୍ଗାର ଭିଡିଓ ସେୟାର କରି ଲେଖିଥିଲେ, ହାପି 74 ସ୍ୱାଧୀନତା ଦିବସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.