ମୁମ୍ବାଇ: ଦୀର୍ଘ ସମୟ ଅପେକ୍ଷାର ଘଟିଛି ଅନ୍ତ । ପରିଶେଷରେ ନିର୍ଭୟାକୁ ମିଳିଛି ନ୍ୟାୟ । ପାଖାପାଖି ସାତ ବର୍ଷ ପରେ ଫାଶୀ ଖୁଣ୍ଟିରେ ଝୁଲିରେ 4 ଦୋଷୀ। ଯାହା ଉପରେ ପ୍ରତିକ୍ରିୟା ରଖିଛନ୍ତି ନିର୍ଭୟାଙ୍କ ମା' ଆଶା ଦେବୀ । ସେ କହିଛନ୍ତି ଦୀର୍ଘ ସମୟର ସଂଘର୍ଷ ପରେ ଫାଶୀ ମିଳିଛି । ଏହି ସଂଘର୍ଷ ନିର୍ଭୟାଙ୍କ ପାଇଁ ଥିଲା । ଭବିଷ୍ୟତରେ ଆମ ଝିଅଙ୍କ ପାଇଁ ଏହା ଜାରି ରହିବ।
4 ଦୋଷୀ ଫାଶୀ ପାଇବା ପରେ ବଲିଉଡ ସେଲିବ୍ରିଟିଙ୍କ ଖୁସି ନକହିଲେ ସରେ। ବର୍ତ୍ତମାନ ଟ୍ବିଟ କରି ନିଜ ନିଜ ଖୁସି ପ୍ରକାଶ କରିଛନ୍ତି ଷ୍ଟାର୍ସ। ଫେମସ ଅଭିନେତା ରିତେଶ ଦେଶମୁଖ ଟ୍ବିଟ କରି ଲେଖିଛନ୍ତି, ‘ମୋର ଚିନ୍ତାଧାରା ଏବଂ ପ୍ରାର୍ଥନା ନିର୍ଭୟାଙ୍କ ପିତାମାତା, ବନ୍ଧୁ, ପ୍ରିୟଜନମାନଙ୍କ ସହିତ ଅଛି। ଦୀର୍ଘ ସମୟର ଅପେକ୍ଷା ପରେ ନ୍ୟାୟ ମିଳିଛି।’
ସେପଟେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଲେଖିଛନ୍ତି, ‘ଯିଦ ନିର୍ଭୟା ଦୋଷୀଙ୍କୁ 2012ରେ ଫାଶୀ ଦିଆଯାଇଥାନ୍ତା ତେବେ ନ୍ୟାୟିକ ବ୍ୟବସ୍ଥା ମହିଳାଙ୍କ ପ୍ରତି ବଢୁଥିବା ଅପରାଧକୁ ବନ୍ଦ କରିପାରିଥାଆନ୍ତା । ଆଇନର ଭୟ ଦୋଷୀମାନଙ୍କୁ ନିୟନ୍ତ୍ରଣରେ ରଖିଥାଆନ୍ତା । ଆରୋଗ୍ୟ ଅପେକ୍ଷା ପ୍ରତିରୋଧ ସର୍ବଦା ଭଲ। ଏହା ହେଉଛି ଭାରତୀୟ ସରକାର। ନ୍ୟାୟ ସଂସ୍କାର ପାଇଁ ପଦକ୍ଷେପ ନିଏ।
ପ୍ରୀତିଙ୍କ ବ୍ୟତୀତ ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ତଥା ଅଭିନେତ୍ରୀ ସୁସ୍ମିତା ସେନ ମଧ୍ୟ ଟ୍ବିଟ କରି ଲେଖିଛନ୍ତି, ‘ଜଣେ ମା'ର ଧୈର୍ଯ୍ୟକୁ ପରିଶେଷରେ ନ୍ୟାୟ ମିଳିଛି । ନିର୍ଭୟା ଦୁଗା ଦୁଗା।’