ETV Bharat / sitara

ସରିଲା ‘ହସୀନ ଦିଲରୁବା’ର ସୁଟିଂ

author img

By

Published : Oct 30, 2020, 5:40 PM IST

ଦମଦାର କାହାଣୀ ଓ ଶାନଦାର ଭୂମିକା ନେଇ ପରଦାରେ ନଜର ଆସିବେ ତାପସୀ । ଶେଷ କଲେ ‘ହସୀନ ଦିଲରୁବା’ର ସୁଟିଂ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ତାପସୀ ପନ୍ନୁ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ତାପସୀ ପନ୍ନୁ

ମୁମ୍ବାଇ: ଗତ କିଛି ମାସରୁ ନିଜ ଅପକମିଂ ଫିଲ୍ମ ‘ହସୀନ ଦୁଲରୁବା’ର ସୁଟିଂରେ ବ୍ୟସ୍ତ ଥିବା ଚୁଲବୁଲି ଅଭିନେତ୍ରୀ ପରିଶେଷରେ ଫିଲ୍ମର ସୁଟିଂ ଶେଷ କରିଛନ୍ତି । ଭିନିଲ ମାଥ୍ୟୁଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ସୁଟିଂ ମାର୍ଚ୍ଚ ମାସରେ କୋରୋନା ଭାଇରସ କାରଣରୁ ବନ୍ଦ ହୋଇଯାଇଥିଲା। ବର୍ତ୍ତମାନ ଏହି ଫିଲ୍ମରେ କାମ ଶେଷ କରିଛନ୍ତି ଷ୍ଟାରକାଷ୍ଟ । ତାପସୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଲମ୍ବା ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ ଏହି ସୂଚନା ଦେଇଛନ୍ତି ।

ଇନଷ୍ଟାଗ୍ରାମରେ ସେ ଏକ ଫଟୋ ସେୟାର କରିଛନ୍ତି । ଯାହା ଫିଲ୍ମ ‘ହସୀନ ଦିଲରୁବା’ ସୁଟିଂ ସମୟର । ଫଟୋରେ ସେ ଖୁବ୍ ହସୁଥିବାର ଦେଖାଯାଉଛନ୍ତି । ସେହିପରି କ୍ୟାପସନରେ ଲେଖିଛନ୍ତି, ‘ପରିଶେଷରେ ହସୀନ ଦିଲରୁବାର ସୁଟିଂ ଶେଷ ହୋଇଛି। ହରିଦ୍ବାରର ଥଣ୍ଡା ଦିନରୁ ନେଇ ମୁମ୍ବାଇର ଗରମ ପର୍ଯ୍ୟନ୍ତ। ଏହି ଫିଲ୍ମ ସବୁ ଋତୁକୁ ଅନୁଭବ କରାଇବ। ଅଭି ଆଖଁ ମେଁ ଖଟକ ରହି ହୁଁ ତୋ କ୍ୟା । କଭି ତୋ ଦିଲ ମେଁ ଧଡକୁଙ୍ଗି।’

‘ହସୀନ ଦିଲରୁବା’ ଫିଲ୍ମରେ ତାପସୀଙ୍କ ସହ ନଜର ଆସିବେ ପପୁଲାର ଆକ୍ଟର ବିକ୍ରାନ୍ତ ମେସି ଓ ହର୍ଷବର୍ଦ୍ଧନ ରାଣେ। ପ୍ରକାଶ ଥାଉକି ଏବର୍ଷ ଜାନୁଆରୀରେ ଫିଲ୍ମର ସୁଟିଂ ହରିଦ୍ବାରରେ ଆରମ୍ଭ ହୋଇଥିଲା । ହେଲେ ମାର୍ଚ୍ଚରେ ଫିଲ୍ମର ସୁଟିଂକୁ ଅଦାରେ ବନ୍ଦ କରିଦିଆଯାଇଥିଲେ। ସୁଟିଂ ସମୟରେ ତାପସୀଙ୍କ ଫାଷ୍ଟଲୁକ ପୋଷ୍ଟର ମଧ୍ୟ ଜାରି କରିଥିଲେ ମେକର୍ସ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.