ମୁମ୍ବାଇ: କୋରୋନା ଭାଇରାସ ପାଇଁ ଗତ 6 ମାସରୁ ପରିବାର ସହ ଲସ୍ ଆଞ୍ଜେଲ୍ସରେ ରହିଆସୁଥିଲେ ସେକ୍ସୀ ଅଭିନେତ୍ରୀ ସନ୍ନି ଲିଓନୀ । ଏବେ ସେ କାମକୁ ଫେରିଛନ୍ତି । ଯାହାର ଫଟୋ ସେ ଫ୍ୟାନ୍ସଙ୍କ ସହ ସେୟାର କରି ଖୁସି ପ୍ରକାଶ କରିଛନ୍ତି । ବର୍ତ୍ତମାନ ଖୁବ୍ ଭାଇରାଲ ହେଉଛି ତାଙ୍କର ଏହି ଫଟୋ ।
- " class="align-text-top noRightClick twitterSection" data="
">
ମଙ୍ଗଳବାର ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଲେଖିଛନ୍ତି, ‘ୱାର୍କ ମୁଡ । ବଲିଉଡ ଗ୍ଲାମର ମୋ ଲାଇଫକୁ ପୁଣି ଫେରିଛି । ଶାନ୍ତି ।’ ଭାଇରାଲ ହେଉଥିବା ଫଟୋରେ ପୂର୍ବ ପରି ସନ୍ନିଙ୍କ ସେକ୍ସୀ ଅନ୍ଦାଜ ପୁଣି ଦେଖିବାକୁ ମିଳୁଛି । ଫ୍ୟାନ୍ସ ମଧ୍ୟ କମେଣ୍ଟ କରି ତାଙ୍କୁ ସ୍ବାଗତ ଜଣାଉଛନ୍ତି ।
ପ୍ରକାଶ ଥାଉକି ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ସନ୍ନି ମୁମ୍ବାଇକୁ ମିସ୍ କରିବା ସହ ଏଠାକାର ଖାଦ୍ୟ, ପରିବେଶ ଓ ନିଜ ପଡୋଶୀଙ୍କୁ ମିସ୍ କରିବା କଥା କହିଥିଲେ । ସେହିପରି ସେ ମୁମ୍ବାଇକୁ ନିଜର ପ୍ରଥମ ଘର ବୋଲି ଭାବୁଛନ୍ତି ।