ETV Bharat / sitara

କୋରୋନାଙ୍କୁ ନେଇ ଭାବବିହ୍ବଳ ମାଧୁରୀ, ଫ୍ରଣ୍ଟଲାଇନ ଯୋଦ୍ଧାଙ୍କୁ ଦେଲେ ସମ୍ମାନ

author img

By

Published : Apr 19, 2021, 8:50 AM IST

ଭାଇରାଲ ହେଲା ମାଧୁରୀଙ୍କ ନୂଆ ପୋଷ୍ଟ । ଏଥର ଡାନ୍ସ ଭିଡିଓ ନୁହେଁ କୋରୋନା ପାଇଁ ଲେଖିଛନ୍ତି ଇମୋସନାଲ ପୋଷ୍ଟ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମାଧୁରୀ ଦୀକ୍ଷିତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମାଧୁରୀ ଦୀକ୍ଷିତ

ମୁମ୍ବାଇ: ଦେଶରେ ଅସମ୍ଭାଳ କୋରୋନା ପ୍ରକୋପ । ବଢିଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ପୁଣି ପରିସ୍ଥିତି ସମସ୍ତଙ୍କ ପାଇଁ ଜଟିଳ ହୋଇପଡିଛି । ସ୍କୁଲ, କଲେଜ ସିନେମାହଲ ବନ୍ଦ ହୋଇଗଲାଣି । ଅନେକ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ ସହ ନାଇଟ୍ କର୍ଫ୍ୟୁ ମଧ୍ୟ ଆରମ୍ଭ ହୋଇଯାଇଛି । ଇତିମଧ୍ୟରେ ଏସବୁ ଦେଖି ଭାବବିହ୍ବଳ ନଜର ଆସୁଛନ୍ତି ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ । ଏହାସହ ସୋସିଆଲ ମିଡିଆରେ ସେୟାର କରିଛନ୍ତି ନିଜ ଚିନ୍ତା । ଖାଲି ଏତିକି ନୁହେଁ ଲୋକଙ୍କ ସେବାରେ ଲାଇଥିବା ଫ୍ରଣ୍ଟଲାଇନ ୱାକର୍ସଙ୍କର ମଧ୍ୟ ସେ କରିଛନ୍ତି ପ୍ରଶଂସା।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମାଧୁରୀ ଦୀକ୍ଷିତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମାଧୁରୀ ଦୀକ୍ଷିତ

ଭାଇରାଲ ହେଉଥିବା ପୋଷ୍ଟରେ ମାଧୁରୀ ଲେଖିଛନ୍ତି, ‘ଏହା ଅତ୍ୟନ୍ତ ଦୁଃଖଦାୟକ ଯେ କୋରୋନା ମହାମାରୀ ପୁଣି ଥରେ ଆମ ଜୀବନରେ ପ୍ରଭାବ ପକାଉଛି। ଆମେ କେବଳ ପରସ୍ପରର ସହଯୋଗରେ ଏହି ମହାମାରୀକୁ ଦୂର କରିପାରିବା । ମୁଁ ତୁମ ସମସ୍ତଙ୍କୁ ଅନୁରୋଧ କରୁଛି ନିୟମ ପାଳନ କର ଏବଂ ତୁମର ପରିବାରର ଯତ୍ନ ନିଅ । ମୁଁ କରୋନା ଯୋଦ୍ଧାମାନଙ୍କୁ ପ୍ରଣାମ କରୁଛି ଯେ ସେମାନେ ନିସ୍ବାର୍ଥପର ଭାବରେ ଆମର ସେବା କରୁଥିବାରୁ ।’

ପ୍ରକାଶ ଥାଉକି କୋରୋନା ପ୍ରଭାବ ବର୍ତ୍ତମାନ ବଲିଉଡରେ ପଡିଛି । ଯାହାକୁ ଆଧାର କରି ଅନେକ ଫିଲ୍ମର ସୁଟିଂକୁ ବନ୍ଦ ରଖିଛନ୍ତି ମେକର୍ସ । ସେହିପରି ନିର୍ଦ୍ଧାରିତ ତାରିଖରେ ଅନେକ ଫିଲ୍ମ ରିଲିଜକୁ ମଧ୍ୟ ସ୍ଥଗିତ ରଖାଯାଇଛି । ଖାଲି ଏତିକି ନୁହେଁ ଏହି କିଛି ସପ୍ତାହ ମଧ୍ୟରେ ଅନେକ ସେଲିବ୍ରିଟି କୋରୋନା ସଂକ୍ରମିତ ହୋଇସାରିଲେଣି । ଏହି କର୍ମରେ ସାମିଲ ଅଛନ୍ତି ଆମୀର ଖାନ, ସୋନୁ ସୁଦ, ଅକ୍ଷୟ କୁମାର, ରଣବୀର କପୁର ଓ ଆଲିୟା ଭଟ୍ଟ ଭଳି କଳାକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.