ପାଲମପୁର: ବଲିଉଡ କୁଇନ କଙ୍ଗନା ରାଣାୱତ ସୋମବାର ପାଲମପୁରରେରେ ନଜର ଆସିଛନ୍ତି । ହିମାଞ୍ଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶାନ୍ତା କୁମାରଙ୍କୁ କଲେ ସାକ୍ଷାତ। ଭାଇର ବିବାହ ପାଇଁ ନିମନ୍ତ୍ରଣ ଦେବାକୁ ସେ ଶାନ୍ତାଙ୍କୁ ଭେଟିଥିବା କହିଛନ୍ତି କଙ୍ଗନା ।
ସେପଟେ ବରିଷ୍ଠ ବିଜେପି ନେତା ଶାନ୍ତା କହିଛନ୍ତି ଯେ ଏହା ସମ୍ପୂର୍ଣ୍ଣ ଭାବେ ଦୁଇଟି ପରିବାରର ସୌଜନ୍ୟମୂଳକ ସାକ୍ଷାତ ଥିଲା । କଙ୍ଗନାଙ୍କ ବାପା ତାଙ୍କ ଭଲ ବନ୍ଧୁ ପରି । ଯାହାକୁ ଦୃଷ୍ଟିରେ ରଖି ଉଭୟ ପରିବାର ସାକ୍ଷାତ କରିଛନ୍ତି ।
ପ୍ରକାଶ ଥାଉକି ଶାନ୍ତା କୁମାର ଖୋଲାଖୋଲି ଭାବେ କଙ୍ଗନାଙ୍କୁ ସମର୍ଥନ କରୁଛନ୍ତି । ଖାଲି ଏତିକି ନୁହେଁ ନିକଟରେ ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ମହାରାଷ୍ଟ୍ର ସରକାରଙ୍କ ବିରୋଧରେ ବୟାନ ଦେଇଥିବା ବେଳେ କଙ୍ଗନାଙ୍କୁ ସମର୍ଥନ କରିଥିଲେ ସେ । ଆଉ ତାଙ୍କ କଡା ସୁରକ୍ଷା ପାଇଁ ମଧ୍ୟ କେନ୍ଦ୍ର ସରକାରଙ୍କୁ ଅନୁରୋଧ ମଧ୍ୟ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ