ଜୟପୁର: ମଙ୍ଗଳବାର ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ବିକାନରରେ ପହଞ୍ଚିଛନ୍ତି । କୁହାଯାଉଛି ଯେ ଚୁରୁ ଜିଲ୍ଲାରେ ଏକ ଫିଲ୍ମର ସୁଟିଂ ପାଇଁ କଙ୍ଗନା ରାଜସ୍ଥାନକୁ ଆସିଛନ୍ତି ।
କଙ୍ଗନା ଆଜି(ବୁଧବାର) ବିକାନେରରୁ ଚୁରୁ ଅଭିମୁଖେ ଯାତ୍ରା କରିବେ । ଚୁରୁରେ ଫିଲ୍ମର ସୁଟିଂ ପାଇଁ ତିନି-ଚାରି ଦିନ ବ୍ୟସ୍ତ ରହିବେ ।
ପ୍ରକାଶ ଥାଉ ଯେ, କିଛି ଦିନ ପୂର୍ବରୁ କଙ୍ଗନା ବ୍ରିଟେନ ରାଜ ପରିବାର ସହ ମହାତ୍ମା ଗାନ୍ଧୀଙ୍କୁ ମଧ୍ୟ ସାମିଲ କରି ଟ୍ରୋଲ ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ