ମୁମ୍ବାଇ: ହିନ୍ଦୀ ସିନେମାର ଇତିହାସକୁ ଦେଖାଯିବ ଯଦି ଅଭିନେତ୍ରୀଙ୍କୁ ଅଧିକାଂଶ ଶୋ ପିସ ପରି ସମସ୍ତେ ଦେଖିଥାଆନ୍ତି। ଇଣ୍ଡଷ୍ଟ୍ରିରେ ଆସିବା ପାଇଁ ଅଭିନେତ୍ରୀଙ୍କ ଲୁକ୍ସରୁ ନେଇ ଫିଗର ପର୍ଯ୍ୟନ୍ତ ସବୁ ପରଫେକ୍ଟ ହେବା ଦରକାର। ଏବେ ଯୁଗ ବଦଳିଯାଇଛି। ସବୁ ହିରୋଇନ ପୂର୍ବରୁ ନିଜକୁ ପରଫେକ୍ଟ କରିନେଉଛନ୍ତି। ଇତିମଧ୍ୟ ଶ୍ରୀଲଙ୍କା ସୁନ୍ଦରୀ ତଥା ଫେସମ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡେଜ ଇଣ୍ଡଷ୍ଟ୍ରିରେ ସାମିଲ ହେବା ସମୟର ଅନୁଭୂତି ସମସ୍ତଙ୍କ ସହ ସେୟାର କରିଛନ୍ତି। ସେ 2009ରେ ଆସିଥିବା ଫିଲ୍ମ ‘ଆଲ୍ଲାଦିନ’ରୁ ବଲିଉଡରେ ଡେବ୍ୟୁ କରିଥିଲେ। ତାଙ୍କୁ ମଧ୍ୟ ସେହି ସମୟରେ ଫିଲ୍ମରେ ଅଭିନୟ କରିବା ପାଇଁ ଅନେକ ପରାର୍ମଶ ମିଳିଥିଲା।
ଏକ ସାକ୍ଷାତକାରରେ ଯୋଗ ଦେଇ ସେ ଏହି କଥାର ଖୁଲାସା କରିଥିଲେ। ଯେବେ ସେ ଶ୍ରୀଲଙ୍କାରୁ ଭାରତ ଅଭିନେତ୍ରୀ ରୂପେ ନିଜ କ୍ୟାରିୟର ଗଢିବା ପାଇଁ ଆସିଥିଲେ, ତାଙ୍କୁ ସେହି ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା ।
ସେ କହିଥିଲେ ଅଭିନେତ୍ରୀ ରୂପେ ସେ ନିଜକୁ ନେଇ ସନ୍ତୁଷ୍ଠ ନଥିଲେ। ଆଉ ଅନେକ ଲୋକ ତାଙ୍କୁ ବହୁତ କିଛି ପରିବର୍ତ୍ତନ କରିବାକୁ ପରାର୍ମଶ ଦେଇଥିଲେ। କିଛି ଲୋକ ତାଙ୍କୁ ନାକ ସର୍ଜରୀ କରିବାକୁ କହିଥିବା ବେଳେ ଆଉ କିଛି ଆଇବ୍ରୋକୁ ଡାର୍କ କରିବାକୁ କହିଥିଲେ। ସବୁଠାରୁ ଆଶ୍ଚର୍ଯ୍ୟକର କଥା ଥିଲା ଯେ ଗୋଟିଏ ଏଜେନ୍ସୀ ତାଙ୍କୁ ତାଙ୍କ ନାମ ପରିବର୍ତ୍ତନ କରି ମୁସକାନ ରଖିବାକୁ କହିଥିଲା
ଖାଲି ଏତିକି ନୁହେଁ ଇଣ୍ଡଷ୍ଟ୍ରିରେ ତାଙ୍କ ବିଦେଶୀ ଏକ୍ସେଣ୍ଟର ମଧ୍ୟ ଖୁବ୍ ମଜାକ ଉଡାଯାଇଥିଲା । ଏକଦା ସେ ଦୀପାବଳି ପାର୍ଟି ପାଇଁ ଇଣ୍ଡିଆନ ଟ୍ରାଡିଶନାଲ ଆଉଟଫିଟ୍ ପିନ୍ଧିଥିଲେ। ହେଲେ ତାଙ୍କ କଳାକାର ବନ୍ଧୁ ତାଙ୍କୁ କହିଥିଲେ ସେ ଚେଷ୍ଟା କେବେଳ ଫାଲତୁରେ କରୁଛନ୍ତି । କାରଣ ସେ ଇଣ୍ଡିଆନ ନୁହେଁ । ଯାହାକୁ ନେଇ ଅନେକ ଦିନ ପର୍ଯ୍ୟନ୍ତ ସେ ଖୁବ୍ ନିରାଶ ଥଲେ ବୋଲି କହିଥିଲେ । ପ୍ରକାଶ ଥାଉକି 2006ରେ ଜ୍ୟାକଲିନ ମିସ୍ ଶ୍ରୀଲଙ୍କାର ମୁକୁଟ ପିନ୍ଧିଥିଲେ ।