ମୁମ୍ବାଇ: ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ ଫର୍ଣ୍ଣାଡେଜ ବର୍ତ୍ତମାନ ହରର କମେଡି ଡ୍ରାମା ଫିଲ୍ମ ‘ଭୂତ’ ପୋଲିସର ସୁଟିଂରେ ବ୍ୟସ୍ତ । ଇତିମଧ୍ୟରେ ସେ ଫ୍ୟାନ୍ସଙ୍କୁ ପୁଣିଥରେ ନିଜ କ୍ୟୁଟ ଅନ୍ଦାଜରେ ମନ କିଣିଛନ୍ତି । କାରଣ ସୋସିଆଲ ମିଡିଆରେ ଘୁରିବୁଲୁଛି ତାଙ୍କ ପିଲାବେଳ ଫଟୋ । ଯାହାକୁ ସେୟାର କରି ସେ ୱିକେଣ୍ଡ ଏନଜୟ କରିବା କଥା କହିଛନ୍ତି ।
ବର୍ତ୍ତମାନ ଭାଇରାଲ ହେଉଥିବା ତାଙ୍କ ପୋଷ୍ଟରେ ପିଲାବେଳର ପାସପୋର୍ଟ ଫଟୋ ଦେଖିବାକୁ ମିଳୁଛି । ପିଲାବେଳେ ମଧ୍ୟ ସେ ସେମିତି ସୁନ୍ଦରୀ ଲାଗୁଛନ୍ତି ଯେମିତି ଏବେ । ଆଉ ସେପଟେ କମେଣ୍ଟ କରି ପ୍ରଶଂସା କରୁଛନ୍ତି ସେଲିବ୍ରିଟି ଫ୍ରେଣ୍ଡ । ଏହି କ୍ରମରେ ସାମିଲ ଅଛନ୍ତି ଶିଳ୍ପା ସେଟ୍ଟୀ, ପ୍ରୀତି ଜିଣ୍ଟା, ୟାମି ଗୌତମ । ଆପଣ ବି ଦେଖନ୍ତୁ ଫଟୋ...
- " class="align-text-top noRightClick twitterSection" data="
">
ଯଦି ‘ଭୂତ ପୋଲିସ’ ବିଷୟରେ କଥା ହେବା ତେବେ ତାଙ୍କ ସହ ଏହି ଫିଲ୍ମରେ ହ୍ୟାଣ୍ଡସମ ଆକ୍ଟର ଅର୍ଜୁନ କପୁର, ସୈଫ ଅଲ୍ଲୀ ଖାନ ଓ ୟାମି ଗୌତମ ନଜର ଆସିବେ । ବର୍ତ୍ତମାନ ଫିଲ୍ମର ସୁଟିଂ ଜୈସଲମେରରେ ଚାଲିଛି । ହିମାଚଳ ସୁଟିଂ ସିଡ୍ୟୁଲ ନିକଟରେ ଶେଷ କରିଥିଲେ ଷ୍ଟାରକାଷ୍ଟ ।