ମୁମ୍ବାଇ: ସୁଶାନ୍ତ ସିଂ ମୁତ୍ୟୁ ପରଠୁ ବିବାଦରେ ରହିଆସୁଛନ୍ତି ବି-ଟାଉନର କୁଇନ କଙ୍ଗନା ରଣାୱତ । ମୁମ୍ବାଇ ବିରୋଧରେ ଅପମାନଜନକ ବୟାନ ଦେଇ ନିକଟରେ ସେ ସମାଲୋଚନାର ଶିକାର ହୋଇଥିଲା । ତାଙ୍କ ଏହି ବୟାନକୁ ଆଧାର କରି ବର୍ତ୍ତମାନ ତାଙ୍କ ବିରୋଧରେ ନଜର ଆସୁଛନ୍ତି ଶିବସେନା ନେତାମାନେ । ମୁମ୍ବାଇ ନଫେରିବାକୁ ମଧ୍ୟ ତାଙ୍କୁ ନେତା ସଞ୍ଜୟ ରାଉତଙ୍କ ତରଫରୁ ଧମକ ମିଳିସାରିଛି । ହେଲେ ମଙ୍ଗଳବାର ସେ କଡା ସୁରକ୍ଷା ସହ ମୁମ୍ବାଇ ପାଇଁ ଯାତ୍ରା କରୁଛନ୍ତି । ଶିବସେନା ଓ କଙ୍ଗନାଙ୍କ ବିବାଦକୁ ଦୃଷ୍ଟିରେ ରଖି ସୋମବାର ଗୃହ ମନ୍ତ୍ରାଳୟ ତରଫରୁ ଅଭିନେତ୍ରୀଙ୍କୁ ୱାଇ ପ୍ଲସ ସୁରକ୍ଷା ଦିଆଯିବାର ଘୋଷଣା କରାଯାଇଥିଲା । ଯାହା ଉପରେ ପ୍ରତିକ୍ରିୟା ଦେଇଥିଲେ ଅଭିନେତ୍ରୀ ସ୍ବରା ଭାସ୍କର । ଆଉ ଏବେ ସେକ୍ସୀ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଫ୍ୟାନ୍ସ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।
ମଙ୍ଗଳବାର ଟ୍ବିଟରରେ ଦୀପିକାଙ୍କ ପ୍ରଶଂସକମାନେ ଶହ ଶହ ପୋଷ୍ଟ କରିଥିଲେ । ଯାହାଦ୍ବାରା ବର୍ତ୍ତମାନ ଟ୍ବିଟରରେ ଦୀପିକାଙ୍କ ନାମ ଟ୍ରେଣ୍ଡ କରୁଛି । ‘ଦୀପିକା ଟ୍ରେଣ୍ଡ କରୁଛନ୍ତି କାରଣ କଙ୍ଗନା ବର୍ତ୍ତମାନ ସୁରକ୍ଷା ପାଇଛନ୍ତି କିନ୍ତୁ ପଦ୍ମାବତ ଫିଲ୍ମ ବିରୋଧ ପ୍ରଦର୍ଶନ ସମୟରେ ତାଙ୍କୁ ଖୋଲାଖୋଲି ଭାବେ ମୃତ୍ୟୁ ଧମକ ଦିଆଯିବା ପରେ ମଧ୍ୟ ତାଙ୍କୁ ସୁରକ୍ଷା ମିଳିନଥିଲା । ଆମକୁ ହୃଦୟଙ୍ଗମ କରିବାକୁ ହେବ ଯେ ଦୀପିକାଙ୍କୁ ସେମାନଙ୍କ ପକ୍ଷରୁ ଗୁଣ୍ଡାମାନେ ଧମକ ଦେଇଥିଲେ କିନ୍ତୁ ଏଠାରେ କଙ୍ଗନାଙ୍କ ସୁରକ୍ଷା ପାଇଁ ଆମର ଟଙ୍କା ନଷ୍ଟ ହେଉଛି’ ବୋଲି ଜଣେ ୟୁଜର ଟ୍ବିଟରେ ଲେଖିଛନ୍ତି ।
ପ୍ରକାଶ ଥାଉକି ଟ୍ରୋଲର୍ସର ଏକ ଟିମ ମଧ୍ୟ ବିନା କୌଣସି ନିର୍ଦ୍ଦିଷ୍ଟ କାରଣ ପାଇଁ ଦୀପିକାଙ୍କୁ ଟ୍ରୋଲ କରିଥିବାବେଳେ ‘କକଟେଲ’ ଷ୍ଟାର୍ସ ଓ ପ୍ରଶଂସକମାନେ ଅଭିନେତାଙ୍କୁ ସମର୍ଥନ ଜଣାଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ