ETV Bharat / sitara

ଫେକ୍ ପୋଷ୍ଟର ମାମଲା: ପ୍ରଡକ୍ସନ୍ କମ୍ପାନୀ ନାଁରେ ଅଭିଯୋଗ ଆଣିଲେ ସୁନୀଲ - ବି-ଟାଉନ ଆନ୍ନା ସୁନୀଲ ସେଟ୍ଟୀଙ୍କ ନ୍ୟୁଜ

ସୁନୀଲ ସେଟ୍ଟୀଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଶୁଣିବାକୁ ମିଳୁଛି ଏକ ପ୍ରଡକ୍ସନ୍ କମ୍ପାନୀ ତାଙ୍କ ନାମ ନେଇ ଲୋକଙ୍କ ସହ ଠକେଇ କରୁଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୁନୀଲ ସେଟ୍ଟୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୁନୀଲ ସେଟ୍ଟୀ
author img

By

Published : Mar 5, 2021, 7:49 AM IST

Updated : Mar 5, 2021, 8:05 AM IST

ମୁମ୍ବାଇ: ବି-ଟାଉନ ଆନ୍ନା ସୁନୀଲ ସେଟ୍ଟୀ ଏକ ନକଲି ଫିଲ୍ମ ପୋଷ୍ଟର ପ୍ରଚାର କରିଥିବାରୁ ଏକ ପ୍ରଡକ୍ସନ୍ କମ୍ପାନୀ ବିରୋଧରେ ମୁମ୍ବାଇ ପୋଲିସରେ ଅଭିଯୋଗ କରିଛନ୍ତି। ଯାହାର ସୂଚନା ଜଣେ ଅଧିକାରୀ ଗୁରୁବାର ଦିନ ଦେଇଥିଲେ। ବୁଧବାର ଭର୍ସୋଭା ପୋଲିସ ଷ୍ଟେସନରେ ଅଭିଯୋଗ ଦାଖଲ କରିଥିବା ସୁନୀଲ ପ୍ରଡକ୍ସନ୍ କମ୍ପାନୀକୁ ବିନା ଅନୁମତିରେ ତାଙ୍କ ଫଟୋ ବ୍ୟବହାର କରିବା ଏବଂ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଅଭିଯୋଗ କରିଛନ୍ତି ବୋଲି ସେ କହିଛନ୍ତି। ହେଲେ ଏପର୍ଯ୍ୟନ୍ତ କୌଣସି ଏଫଆଇଆର ପଞ୍ଜିକୃତ ହୋଇନାହିଁ ।

ଫେକ୍ ପୋଷ୍ଟର ମାମଲା
ଫେକ୍ ପୋଷ୍ଟର ମାମଲା

ଏହି ଅଭିଯୋଗରେ 59 ବର୍ଷୀୟ ଅଭିନେତା ଜଣାଇଛନ୍ତି ଯେ କମ୍ପାନୀର ନିର୍ମାତା ଫିଲ୍ମର ଏକ ନକଲି ପୋଷ୍ଟର ସେୟାର କରିଛନ୍ତି । ଯେଉଁଥିରେ ସେ ଜଡିତ ନୁହଁନ୍ତି। ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା। ଖାଲି ଏତିକି ନୁହେଁ କମ୍ପାନୀ ଲୋକଙ୍କ ସହ ଯୋଗାଯୋଗ କରୁଛି ଏବଂ ତାଙ୍କ ନାମରେ ଟଙ୍କା ମଧ୍ୟ ମାଗୁଛି । ସେ ପ୍ରଡକ୍ସନ୍ ହାଉସର କାର୍ଯ୍ୟକୁ ଏକ ସମ୍ପୂର୍ଣ୍ଣ ଠକେଇ ବୋଲି କହିଛନ୍ତି ।

ଭର୍ସୋଭା ପୋଲିସ ଷ୍ଟେସନର ବରିଷ୍ଠ ଇନ୍ସପେକ୍ଟର ସିରାଜ ଇନାମଦାର କହିଛନ୍ତି ଯେ ଆମେ ଅଭିଯୋଗ ଗ୍ରହଣ କରିଛୁ, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଏଫଆଇଆର ଦାଖଲ କରାଯାଇ ନାହିଁ ଏବଂ ରେକର୍ଡିଂ ଷ୍ଟେଟମେଣ୍ଟ ପାଇଁ କାହାକୁ ଡକାଯାଇ ନାହିଁ।

Last Updated : Mar 5, 2021, 8:05 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.