ETV Bharat / sitara

ଶେଷ ହେଲା କାର୍ତ୍ତିକଙ୍କ 14 ଦିନର ବନବାସ

author img

By

Published : Apr 5, 2021, 12:12 PM IST

କାର୍ତ୍ତିକଙ୍କ ଫ୍ୟାନ୍ସ ପାଇଁ ଖୁସି ଖବର । କୋରୋନାକୁ ମାତ୍ ଦେଲେ ଅଭିନେତା । କହିଲେ ସରିଲା 14 ଦିନର ବନବାସ, ଏବେ ଫେରିବି କାମକୁ। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ନିକଟରେ କୋରୋନା ସଂକ୍ରମିତ ହୋଇଥିବା କାର୍ତ୍ତିକ ଆର୍ୟନଙ୍କ ଶେଷ ହେଲା 14 ଦିନର ବନବାସ । କାରଣ ତାଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଛି । 14 ଦିନର କ୍ବାରେଣ୍ଟାଇନରୁ ବର୍ତ୍ତମାନ ସେ ଫ୍ରି ହୋଇଯାଇଛନ୍ତି । ଯାହାକୁ ନେଇ ତାଙ୍କ ଫ୍ୟାନ୍ସଙ୍କ ଖୁସି ନକହିଲେ ସରେ । ସେପଟେ ରବବିବାର ଏହି ରିପୋର୍ଟ ପାଇଁ ଅପେକ୍ଷା କରିଥିବା କାର୍ତ୍ତିକ ନେଗେଟିଭ ଆସିବ ପରେ ମଜାଦାର ଅନ୍ଦାଜରେ ଫ୍ୟାନ୍ସଙ୍କୁ ଏହାର ସୂଚନା ଦେଇଛନ୍ତି ।

ସୋମବାର ସକାଳେ କାର୍ତ୍ତିକ ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ନେଗେଟିଭ । 14 ଦିନର ବନବାସ ଶେଷ । କାମକୁ ଫେରିବି ।’ ସେପଟେ ତାଙ୍କ ଏହି ପୋଷ୍ଟରେ କମେଣ୍ଟ କରି ଖୁସି ପ୍ରକାଶ କରୁଥିବାର ନଜର ଆସୁଛନ୍ତି ଫ୍ୟାନ୍ସ ।

ପ୍ରକାଶ ଥାଉକି ନିଜର ଅପକମିଂ ଫିଲ୍ମ ‘ଭୁଲ ଭୁଲୈୟା 2’ର ସୁଟିଂ କରୁଥିବା ସମୟରେ କୋରୋନା ସଂକ୍ରମିତ ବାହାରିଥିଲେ ଅଭିନେତା । ଯାହାଦ୍ବାରା ନିଜକୁ ହୋମ କ୍ବାରେଣ୍ଟାଇନରେ ରଖିଥିଲେ ସେ । ସେପଟେ ଫିଲ୍ମର ମଧ୍ୟ ସୁଟିଂ ବନ୍ଦ କରିଦେଇଥିଲେ ମେକର୍ସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.