ମୁମ୍ବାଇ: ମାର୍ଚ୍ଚ 4ରେ ସବୁ ବର୍ଷ ପୁରା ବିଶ୍ବରେ ପାଳନ କରାଯାଏ ଅନ୍ତର୍ଜାତୀୟ ପୁସ୍ତକ ଦିବସ । ଏହି ଅବସରେ ବଲିଉଡର ଅଭିନୟର ପାୱାରହାଉସ୍ ରୂପେ ଜଣାଶୁଣା ଆୟୁଷ୍ମାନ ଖୁରାନା ଏକ ସୁନ୍ଦର କବିତା ଲେଖିଛନ୍ତି । ଯାହା ତାଙ୍କ ଫ୍ୟାନ୍ସଙ୍କ ମନ କିଣୁଛି ।
- " class="align-text-top noRightClick twitterSection" data="
">
ସେ ଇନଷ୍ଟାଗ୍ରାମରେ ନିଜର ଏକ ଥ୍ରୋବ୍ୟାକ ଫଟୋ ପୋଷ୍ଟ କରି ଲେଖିଥିଲେ, ‘ଏହି ଦେଶରେ ସବୁ କିଛି ଚୋରି ହୋଇଯାଉଛି । ହେଲେ ବହି ନୁହେଁ । ବହିକୁ ଅଧିକାର ସହ ମଗାଯାଏ । ଫେରାଇ ଦେବ ଏକ ପ୍ରତିଜ୍ଞା ସହ । ଯାହା କେବେ ପୂରଣ ହୁଏନାହିଁ । ଆୟୁଷ୍ମାନ ୱାର୍ଲ୍ଡ ବୁକ୍ ଡେ ସିରକା ଜୁଲାଇ 2018 କାରକୋୱ ପୋଲାଣ୍ଡ । କ୍ଲାଇମ୍ୟାକ୍ସ ସୁଟିଂ ଅନ୍ଧାଧୁନର ।’
ଫ୍ୟାନ୍ସଙ୍କ ବ୍ୟତୀତ ଆୟୁଷ୍ମାନଙ୍କ ଏହି ପୋଷ୍ଟରେ କମେଣ୍ଟି କରିଛନ୍ତି ସେଲିବ୍ରିଟି ଫ୍ରେଣ୍ଡ । ଏହି କ୍ରମରେ ସାମିଲ ଅଛନ୍ତି ତାଙ୍କ ଅନସ୍କ୍ରିନ ମା' ତଥା ଅଭିନେତ୍ରୀ ନୀନା ଗୁପ୍ତା । ଯଦି ଆୟୁଷ୍ମାନଙ୍କ ଆଗାମୀ ପ୍ରୋଜେକ୍ଟ ବିଷୟରେ କଥା ହେବା ତାହାଲେ ସେ ଲଭ ରଞ୍ଜନଙ୍କ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ଚଣ୍ଡିଗଡ କରେ ଆଶିକୀ’ରେ ନଜର ଆସିବେ । ଏହା ବ୍ୟତୀତ ସେ ଅନୁଭବ ସିହ୍ନାଙ୍କ ଅପକମିଂ ଫିଲ୍ମ ‘ଅନେକ’ରେ ମଧ୍ୟ ଅଭିନୟ କରୁଛନ୍ତି ।