ETV Bharat / sitara

‘ଦୁର୍ଗାମତୀ’ରେ କାମ କରି ଖୁସ୍ ସର୍କିଟ

author img

By

Published : Dec 4, 2020, 10:06 AM IST

‘ଦୁର୍ଗାମତୀ’ରେ ଭୂମି ପେଡନେକରଙ୍କ ସହ ଅଭିନୟ କରୁଥିବାର ନଜର ଆସିବେ ଅର୍ଶଦ । ଫିଲ୍ମରେ କାମ କରି ଖୁସି ଅଛନ୍ତି ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ବି-ଟାଉନର ସର୍କିଟ ଅର୍ଶଦ ୱର୍ସୀ ନିକଟରେ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଚର୍ଚ୍ଚିତ ଫିଲ୍ମ ‘ବଚ୍ଚନ ପାଣ୍ଡେ’ରେ ସାମିଲ ହୋଇଥିଲେ । ଅକ୍ଷୟଙ୍କ ସହ ପ୍ରଥମଥର ସେ ପରଦାରେ କାମ କରିବାକୁ ନେଇ ଉତ୍ସାହିତ ଅଛନ୍ତି । ସେହିପରି ଅକ୍ଷୟଙ୍କ ପ୍ରଯୋଜିତ ଫିଲ୍ମ ‘ଦୁର୍ଗାମତୀ’ରେ ମଧ୍ୟ ତାଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିବ । ନିକଟରେ ଫିଲ୍ମର ଟ୍ରେଲର ରିଲିଜ କରି ଦର୍ଶକଙ୍କ ଉତ୍ସାହିତ ବଢାଇ ଦେଇଥିଲେ ମେକର୍ସ । ଇତିମଧ୍ୟରେ ଫିଲ୍ମରେ ନିଜ ଭୂମିକା ବିଷୟରେ ଆଲୋଚନ କରିଛନ୍ତି ଅର୍ଶଦ ।

ଆଉ କହିଛନ୍ତି, ‘ଫିଲ୍ମର ଜବରଦସ୍ତ କାହାଣୀ ପାଇଁ ମୁଁ ଏଥିରେ କାମ କରିବାକୁ ରାଜି ହୋଇଥିଲି । ଫିଲ୍ମର ସ୍କ୍ରିପ୍ଟ ସେହି ସ୍କ୍ରିପ୍ଟ ଗୁଡିକ ମଧ୍ୟରୁ ଅନ୍ୟତମ । ଯାହାକି ଭାରତୀୟ ଦର୍ଶକ ଏବଂ ସେମାନଙ୍କର ସମ୍ବେଦନଶୀଳତାକୁ ଆକର୍ଷିତ କରିବ । ମତେ କାହାଣୀର ଟ୍ବିଷ୍ଟ ବହୁତ ଭଲ ଲାଗୁଛି । ମୋର ବହୁତ ଶକ୍ତିଶାଳୀ ଅନୁଭବ ହେଉଛି ଯେ ଦର୍ଶକ ଏହାକୁ ନିହାତି ଭଲ ପାଇବେ ।’

ପ୍ରକାଶ ଥାଉକି ନିକଟରେ ମେକର୍ସ ଫିଲ୍ମରୁ ଅର୍ଶଦଙ୍କ ଭୂମିକାର ଏକ ପୋଷ୍ଟର ଜାରି କରିଥିଲେ । ଏହି ଥ୍ରିଲର,ହରର ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ଅଶୋକ ଜି ତୁଲାଇଛନ୍ତି । ସେହିପରି ଭୂଷଣ କୁମାର, କ୍ରିଷ୍ଣା କୁମାର ଓ ବିକ୍ରମ ମଲହୋତ୍ରାଙ୍କ ସହ ମିଶି ଫିଲ୍ମର ପ୍ରଯୋଜନା କରିଛନ୍ତି ଅକ୍ଷୟ । ଆସନ୍ତା 11 ତାରିଖରେ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହେବ ଫିଲ୍ମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.