ମୁମ୍ବାଇ: ସୋମବାର ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଥିଲା ଅଜୟ ଦେବଗନଙ୍କ ଏକ ଝଗଡା ଭିଡିଓ । ଯାହାକୁ ସେୟାର କରାଯାଇ କୁହାଯାଉଛି ଯେ ଗତ ଶୁକ୍ରବାର ଅଜୟ ଦିଲ୍ଲୀର ଏକ ପପ୍ ପାଖରେ କିଛି ଲୋକଙ୍କ ସହ ପାଟିତୁଣ୍ଡ କରିଥିଲେ । ଏହାକୁ କୃଷକ ଆନ୍ଦୋଳନ ସହ ମଧ୍ୟ ଯୋଡା ଯାଉଛି । ହେଲେ ଏହାକୁ ବର୍ତ୍ତମାନ ଖଣ୍ଡନ କରିଛନ୍ତି ଅଭିନେତାଙ୍କ ଟିମ । ଆଉ ଏକ ଷ୍ଟେଟମେଣ୍ଟ ଜାରି କରି ଜଣାଇଛନ୍ତି ଅଜୟ ଗତ 14 ମାସ ମଧ୍ୟରେ ଦିଲ୍ଲୀରେ ପାଦ ରଖି ନାହାଁନ୍ତି।
ସେହିପରି ଷ୍ଟେଟମେଣ୍ଟରେ ଆହୁରି କୁହାଯାଇଛି, ‘ଜାନୁୟାରୀ 2020ରେ ତାନାଜୀର ପ୍ରମୋସନ ପାଇଁ ଅଜୟ ଦିଲ୍ଲୀ ଯାଇଥିଲେ । ଇତିମଧ୍ୟରେ ସେ ଆଉ ଦିଲ୍ଲୀ ଗସ୍ତ କରିନାହାଁନ୍ତି। ତେଣୁ ଦିଲ୍ଲୀର ଏକ ପପ୍ ବାହାରେ ସୁପରଷ୍ଟାର ଝଗଡା କରିବା କଥା ସମ୍ପୂର୍ଣ୍ଣ ମିଥ୍ୟା । ମିଡିଆ ରିପୋର୍ଟ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଅସତ୍ୟ ଅଟେ । ଆମେ ଗଣମାଧ୍ୟମକୁ ଅନୁରୋଧ କରୁଛୁ ଦୟାକରି ଧ୍ୟାନ ଦିଅନ୍ତୁ ଯେ ଦେବଗନ ଫିଲ୍ମ ମୈଦାନ, ମେ ଡେ ଏବଂ ଗାଙ୍ଗୁବାଇ କାଥିଆୱାଡି ପାଇଁ ପୁରା ସମୟ ମୁମ୍ବାଇରେ ଅଛନ୍ତି ଏବଂ ସେ 14 ମାସ ମଧ୍ୟରେ ରାଜଧାନୀରେ ପାଦ ରଖି ନାହାଁନ୍ତି। କିଛି ମିଥ୍ୟା କହିବା ପୂର୍ବରୁ ଦୟାକରି କ୍ରସ୍ ଚେକ୍ କରନ୍ତୁ ।’
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓରେ ଅଜୟ କିଛି ଲୋକଙ୍କ ସହ ପାଟିତୁଣ୍ଡ କରିବା ସହ ମାଡପିଟ ମଧ୍ୟ କରୁଥିବାର ନଜର ଆସୁଛନ୍ତି ।