ETV Bharat / state

ପୂରଣ ହୋଇପାରୁନି ସିଟ, ପୁଣି UG-PG ପାଇଁ ଆରମ୍ଭ ହେବ ସ୍ପଟ୍ ଆଡମିଶନ - SAMS UG PG SEATS VACANCY

ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ପୁଣି ଥରେ U.G-P.Gରେ SPOT ଆଡମିଶନ ପାଇଁ ଆରମ୍ଭ ହେବ ପ୍ରକ୍ରିୟା । ଜାଣନ୍ତୁ କେବେଠୁ ଆରମ୍ଭ ହେବ ।

SAMS UG PG SEATS VACANCY
SAMS UG PG SEATS VACANCY (ETV Bharat Odisha)
author img

By ETV Bharat Odisha Team

Published : Nov 10, 2024, 4:27 PM IST

ଭୁବନେଶ୍ବର: ରାଜ୍ୟରେ ଖାଲି ପଡ଼ିଛି ୟୁଜି,ପିଜି ସିଟ୍ । ଯୁକ୍ତ ତିନି, ପିଜି ଏବଂ ବିଏଡ୍,ଏମଏଡରେ ପୂରଣ ହୋଇପାରିଲା ନାହିଁ ସିଟ୍ । ସିଟ୍ ପୂରଣ ପାଇଁ ସରକାର ନେଉଛନ୍ତି ଅନେକ ପଦକ୍ଷେପ ତଥାପି ଖାଲି ପଡ଼ୁଛି ମାଳ ମାଳ ସିଟ୍ । ଏପଟେ ପିଲାଙ୍କ ପାଠ ପଢା ଅଧା ହେଲାଣି । କିନ୍ତୁ ଉଚ୍ଚ ଶିକ୍ଷା ବିଭାଗର ସରୁନି ନାମଲେଖା । ପୁଣି ସ୍ପଟ୍ ନାମ ଲେଖା ପାଇଁ କେବେ କରାଯିବ ଆବେଦନ ଜାଣନ୍ତୁ ।

କେବେଠୁ ଆରମ୍ଭ ହେବ ସ୍ପଟ୍ ଆଡମିଶନ ପ୍ରକ୍ରିୟା:

SAMS UG PG SEATS VACANCY
SAMS UG PG SEATS VACANCY (ETV Bharat Odisha)
ଅନଲାଇନ ମାଧ୍ୟମରେ ନଭେମ୍ବର ୧୧ ତାରିଖ ପୂର୍ବାହ୍ନ ୪ ଟା ସମୟରୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା । ସେହିପରି ଆବେଦନ ପ୍ରକ୍ରିୟାର ଶେଷ ତାରିଖ ହେଉଛି ୧୫ ନଭେମ୍ବର । ସେହିପରି ରାଙ୍କ୍ ଲିଷ୍ଟ ଆସିବ ନଭେମ୍ବର ୧୯ ତାରିଖରେ । ତେବେ ନଭେମ୍ବର ୨୧ ତାରିଖରୁ ଆରମ୍ଭ ହେବ ସ୍ପଟ୍ ଆଡମିଶନ।

ନାମ ଲେଖା ପାଇଁ କ'ଣ ରହିଛି ନିୟମ:

୧) ଯଦି ଜଣେ ଆବେଦନକାରୀ ପୂର୍ବ ପର୍ଯ୍ୟାୟରେ ଯେକୌଣସି କଲେଜରେ ନାମ ଲେଖାଇଛନ୍ତି ଏବଂ ଏହି ସ୍ପଟ୍ ନାମଲେଖା ରାଉଣ୍ଡରେ ମନୋନୀତ ହୋଇଛନ୍ତି । ତେବେ ତାଙ୍କୁ ୨୮ ନଭେମ୍ବର କିମ୍ବା ତା’ ପୂର୍ବରୁ ସର୍ବାଧିକ ୭ ଦିନ ମଧ୍ୟରେ ସ୍ୱୀକୃତିପ୍ରାପ୍ତ ଭାବରେ CLC ଆବଶ୍ୟକ ।

୨) ଆବେଦନକାରୀଙ୍କ ଚୟନ କେବଳ ଯୋଗ୍ୟତା ଆଧାରରେ କରାଯିବ । ଏହି ସ୍ପଟ୍ ନାମ ଲେଖା ରାଉଣ୍ଡ ପାଇଁ କୌଣସି ସଂରକ୍ଷଣ ରହିବ ନାହିଁ।

୩) SPOT ରାଉଣ୍ଡରେ, ଆବେଦନକାରୀମାନେ ସର୍ବନିମ୍ନ ଏକ ଏବଂ ସର୍ବାଧିକ ତିନି ବିକଳ୍ପ କଲେଜ ପାଇଁ ଆବେଦନ କରିପାରିବେ । ଯେଉଁଠାରେ U.G.,P.G ଏବଂ ଦୁଇ ବର୍ଷ B.Ed ଏବଂ M.Edରେ ଆଡମିଶନ ପାଇଁ ସିଟ୍ ଉପଲବ୍ଧ ରହିଥାଏ ।

୪) ଆବେଦନ କରିବା ପୂର୍ବରୁ, ଆବେଦନକାରୀମାନେ ପ୍ରତ୍ୟେକ ପାଠ୍ୟକ୍ରମ ପାଇଁ SAMS ପୋର୍ଟାଲରେ ଥିବା “ବ୍ୟକ୍ତିଗତ କଲେଜ ପ୍ରୋଫାଇଲ୍” ବିକଳ୍ପ ପରିଦର୍ଶନ କରି ସେମାନଙ୍କର ଇଚ୍ଛା ଅନୁଯାୟୀ ବିଷୟ ଏବଂ କଲେଜରେ ଉପଲବ୍ଧ ଥିବା ସିଟ୍ ସଂଖ୍ୟା ଦେଖିପାରିବେ ।

ୟୁଜିରେ ସିଟ ସଂଖ୍ୟା ଓ ସିଟ ପୂରଣ ତଥ୍ୟ:
୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ରାଜ୍ୟରେ ୧୦୫୮ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ୟୁଜି ପାଇଁ ମୋଟ ୨୭୪୩୪୩ ସିଟ ରହିଥିବା ବେଳେ ୨୦୩୯୨୩ ଜଣ ନାମ ଲେଖାଇଛନ୍ତି । ଏହାସହ ବାକି ୭୦୪୨୦ଟି ସିଟ ବଳକା ରହିଛି । ସେହିପରି ଭାବରେ ୨୦୨୩-୨୪ ଶିକ୍ଷା ବର୍ଷରେ ରାଜ୍ୟରେ ୧୦୪୭ ଟି କଲେଜ ମଧ୍ୟରୁ ୨୭୧୦୯୧ ସିଟ ରହିଥିବାବେଳେ ସେଥିମଧ୍ୟରୁ ୧୮୪୧୫୫ଟି ପୂରଣ ହୋଇଥିଲା । ବାକି ୮୬୯୩୬ ସିଟ୍ ବଳକା ରହିଥିଲା । ସେହିପରି ୨୦୨୨-୨୩ ମସିହାରେ ରାଜ୍ୟରେ ୧୦୨୪ ଟି କଲେଜ ରହିଥିବାବେଳେ ମୋଟ ସିଟ୍ ସଂଖ୍ୟା ଥିଲା ୨୫୫୯୮୦ । ସେଥିମଧ୍ୟରୁ ୧୯୧୮୪୦ ସିଟ୍ ପୂରଣ ହୋଇଥିବା ବେଳେ ବାକି ୬୪୧୪୦ ସିଟ ବଳକା ରହିଥିଲା ।

ଏହା ମଧ୍ୟ ପଢନ୍ତୁ ... ଆରମ୍ଭ ହେଲାଣି ଯୁକ୍ତ ଦୁଇ ପାଠ ପଢା, ହେଲେ ଖାଲି ପଡିଛି ଦେଢ ଲକ୍ଷ ସିଟ୍

ଏହା ମଧ୍ୟ ପଢନ୍ତୁ ...ଚାକିରି ଖୋଜୁଛନ୍ତି କି ? LTR ଶିକ୍ଷକ ପାଇଁ ବାହାରିଛି ନିଯୁକ୍ତି, ମନଲାଖି ଦରମା ଦେଉଛନ୍ତି ମୋହନ ମାଝୀ ସରକାର

ଏହା ମଧ୍ୟ ପଢନ୍ତୁ ...'ଭୁବନେଶ୍ୱର NSDରେ ଓଡ଼ିଆଙ୍କୁ ମିଳୁ ୫୦ ପ୍ରତିଶତ ସିଟ୍': ଥିଏଟର କଳାକାର

ପିଜିରେ ସିଟ ସଂଖ୍ୟା ଓ ସିଟ୍ ପୂରଣ ତଥ୍ୟ:
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ପିଜିରେ ମଧ୍ୟ ସିଟ ପୂରଣ ହୋଇପାରିଲା ନାହିଁ । ରାଜ୍ୟରେ ଚଳିତ ଶିକ୍ଷା ବର୍ଷରେ ୧୧୬ଟି ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟରେ ୨୯୫୫୯ଟି ମୋଟ ସିଟ ସଂଖ୍ୟା ରହିଛି । ତେବେ ସେଥିମଧ୍ୟରୁ ୨୧୯୭୫ ସିଟ ପୂରଣ ହୋଇଥିବା ବେଳେ ବାକି ୭୫୮୪ଟି ସିଟ୍ ଖାଲି ପଡିଛି ।

B.Ed ଏଵଂ M.Edରେ ସିଟ ସଂଖ୍ୟା ସିଟ ପୂରଣ ତଥ୍ୟ:

୩୧ ଟି B.Ed ଏବଂ M.Ed ଶିକ୍ଷାନୁଷ୍ଠାନ ରହିଥିବା ବେଳେ ୨୭୫୦ଟି ସିଟ ରହିଛି । ସେଥିମଧ୍ୟରୁ B.Edରେ ନାମ ଲେଖାଇଛନ୍ତି ୨୩୯୦ ଏବଂ M.Edରେ ନାମ ଲେଖାଇଛନ୍ତି ୨୫୪ ଜଣ । ଏହା ସହ BHedରେ ନାମ ଲେଖାଇଛନ୍ତି ମାତ୍ର୫୦ ଜଣ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.