ETV Bharat / sitara

କିଙ୍ଗଖାନଙ୍କ ରେଡ ଚିଲିରେ ବବି

ଅଭିନେତା ବବି ଦେଓଲ ଡିଜିଟାଲ ଦୁନିଆରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ଖୁବଶୀଘ୍ର ଶାହରୁଖ ଖାନଙ୍କ ରେଡ ଚିଲି ଏଣ୍ଟରଟେନମେଣ୍ଟ ପ୍ରଡକ୍ସନ ହାଉସରେ କାମ କରିବେ ।

author img

By

Published : Apr 18, 2019, 5:55 PM IST

ଡିଜାଇନ ଫଟୋ

ମୁମ୍ବାଇ: ବବି ଦେଓଲ ପାଖାପାଖି 4 ବର୍ଷ ପରେ ସଲମାନ ଖାନଙ୍କ ଫ୍ଲପ ଫିଲ୍ମ 'ରେସ-3'ରୁ ବଲିଉଡକୁ ଫେରିଥିଲେ । ଏହାପରେ ସେ ନିଜ ପିତା ଧର୍ମେଦ୍ର ଏବଂ ଭାଇ ସନ୍ନି ଦେଓଲଙ୍କ ସହ ଫିଲ୍ମ 'ୟମଲା ପଗଲା ଦୀୱାନା ଫିର ସେ'ରେ କାମ କରିଥିଲେ । ଏବେ ବବି ବହୁ ପ୍ରତିକ୍ଷିତ ଫିଲ୍ମ 'ହାଉସଫୁଲ-4'ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଇତିମଧ୍ୟରେ ବବିଙ୍କ ହାତରେ ଲାଗିଛି ଆଉ ଏକ ବଡ ପ୍ରୋଜେକ୍ଟ ।

ଆଜ୍ଞା ହଁ, ବବି ଏବେ ସଲମାନ ନୁହେଁ ବରଂ ଶାହରୁଖ ଖାନଙ୍କ ସହ ଡିଜିଟାଲ ଦୁନିଆରେ ପାଦ ଥାପିବାକୁ ଯାଉଛନ୍ତି । ଏହା ଶୁଣିବାକୁ ମିଳୁଛି ଯେ ବବି କିଙ୍ଗ ଖାନଙ୍କ ପ୍ରଡକ୍ସନ ହାଉସ ରେଡ ଚିଲି ଏଣ୍ଟରଟେନମେଣ୍ଟ ସହ ଏକ ପ୍ରୋଜେକ୍ଟ ସାଇନ କରିଛନ୍ତି ।

ଏହା ପ୍ରଥମଥର ହେବାକୁ ଯାଉଛି ଯେବେ ଶାହରୁଖ ଓ ବବିଙ୍କ ଯୋଡି କୌଣସି ପ୍ରୋଜେକ୍ଟରେ ଦେଖିବାକୁ ମିଳିବ । କିନ୍ତୁ ଦୁଇ ଷ୍ଟାର୍ସ କିପରି ରୋଲରେ ଅଭିନୟ କରିବେ ଏହାର ଖୁଲାସା ଏଯାବତ ହୋଇନାହିଁ । ଏହି ଫିଲ୍ମକୁ ଶାହରୁଖ ପ୍ରଯୋଜନା ମଧ୍ୟ କରିବେ ।

ପ୍ରକାଶ ଥାଉକି ବବିଙ୍କ କ୍ୟାରିୟରକୁ ଫୁଣି ବାଟରେ ଆଣିବାର ଦାୟିତ୍ବ ସଲମାନ ନେଇଛନ୍ତି । ବବିଙ୍କୁ ଫିଟନେସ ଟିପ୍ସ ଦେବା ଠାରୁ ନେଇ ଫିଲ୍ମ ପ୍ରୋଜେକ୍ଟ ପର୍ଯ୍ୟନ୍ତ ସବୁ ଜିନିଷର ଦାୟିତ୍ବ ନେଉଛନ୍ତି ଭାଇଜାନ୍ ।

sample description

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.