ETV Bharat / sitara

ସୁଶାନ୍ତ ମାମଲା: ମହେଶଙ୍କ ଧର୍ମକୁ ନେଇ ସୁବ୍ରମଣ୍ୟମଙ୍କ ପ୍ରଶ୍ନ

author img

By

Published : Sep 2, 2020, 4:29 PM IST

Updated : Sep 2, 2020, 5:24 PM IST

ପୁଣି ଚର୍ଚ୍ଚାରେ ନେତା ସୁବ୍ରମଣ୍ୟମ ସ୍ବାମୀ । ଏଥର ସେ ଟ୍ବିଟ କରି ମହେଶ ଭଟ୍ଟ ଓ ବଲିଉଡରେ ଚାଲିଥିବା ଡ୍ରଗ ଡିଲିଂ ବିଷୟରେ ଲେଖିଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର
ଫଟୋ ସୌଜନ୍ୟ: ଟ୍ବିଟର

ମୁମ୍ବାଇ: ବିଜେପି ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ବାମୀ ଲୋକପ୍ରିୟ ନିର୍ମାତା ମହେଶ ଭଟ୍ଟଙ୍କୁ ଟାର୍ଗେଟ କରିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା । ସେ ମହେଶଙ୍କୁ ଇସଲାମ ଧର୍ମ ଗ୍ରହଣ କରିଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି । ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା କେସରେ ଲଗାତାର ପ୍ରତିକ୍ରିୟା ଦେଇଆସୁଛନ୍ତି । ଏହାସହ ସେ ବଲିଉଡ ଓ କିଛି ସେଲିବ୍ରିଟିଙ୍କ ସମାଲୋଚନା କରିସାରିଲେଣି । ଏବେ ତାଙ୍କ ସମାଲୋଚନାର ଶିକାର ହୋଇଛନ୍ତି ମହେଶ ।

ବୁଧବାର ସ୍ବାମୀ ଏକ ଟ୍ବିଟ କରି ଲେଖିଛନ୍ତି, ‘ସିନେମା ଦାଦା ମହେଶ ଭଟ୍ଟ ଇସଲାମ ଧର୍ମ ଗ୍ରହଣ କରି ଆଶ୍ରାଫ ବଟଙ୍କ ନାମ ନେଇଛନ୍ତି କି? ଯଦି ନୁହେଁ ତେବେ ଦୟାକରି ତାଙ୍କୁ ପୋଲିସ୍ ରେକର୍ଡ ସଂଶୋଧନ କରିବାକୁ କୁହନ୍ତୁ ।’

ଏହାବ୍ୟତୀତ ସେ ବଲିଉଡରେ ଚାଲିଥିବା ଡ୍ରଗ ଡିଲିଂ ବିଷୟରେ ମଧ୍ୟ ଏକ ପୋଷ୍ଟରେ ଲେଖିଛନ୍ତି, ବଲିଉଡ ସମେତ ସମାଜରେ ନିଶା କାରବାର ସହିତ ମୁକାବିଲା କରିବା ହେଉଛି ଏକ ଜାତୀୟ ସୁରକ୍ଷା ପ୍ରସଙ୍ଗ ଯାହା ଯେତେବେଳେ ପ୍ରଧାନମନ୍ତ୍ରୀଙ୍କ ଜ୍ଞାନକୁ ଆସେ, ସେତେବେଳେ ସେ ନିଶ୍ଚିତ ଭାବରେ ଏକ କଲ କରିବେ । ଅବଶ୍ୟ କଂଗ୍ରେସର ପୂର୍ବତନ ରାଷ୍ଟ୍ରପତିଙ୍କ ବୋଷ୍ଟନ୍ ଅଭିଜ୍ଞତା ପରେ କଙ୍ଗି ହ୍ୟାକ୍ ନର୍ଭସ ହେବା ଉଚିତ୍ ।’

@ians_india

Last Updated : Sep 2, 2020, 5:24 PM IST

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.