ETV Bharat / sitara

ତୁର୍କୀରୁ ଫେରିଲେ ଆମୀର ହେବେ କ୍ବାରେଣ୍ଟାଇନ: ସୁବ୍ରମଣ୍ୟମ

author img

By

Published : Aug 19, 2020, 4:35 PM IST

ଭାରତୀ ବିରୋଧୀ ରାଷ୍ଟ୍ର ତୁର୍କୀର ପ୍ରଥମ ମହିଳାଙ୍କ ସହ ସାକ୍ଷାତ କରି ଦେଶବାସୀଙ୍କୁ ରଗାଇଛନ୍ତି ଆମୀର । ଏବେ ତାଙ୍କୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ସୁବ୍ରମଣ୍ୟମ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: କିଛି ଦିନ ହେବ ବି-ଟାଉନର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ ଚର୍ଚ୍ଚାରେ ଅଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ତାଙ୍କୁ ଟ୍ରୋଲର୍ସଙ୍କ ସାମ୍ନା କରିବାକୁ ପଡୁଛି । କାରଣ ସେ ନିକଟରେ ନିଜ ଆଗାମୀ ଫିଲ୍ମ ‘ଲାଲ ସିଂ ଚଡ୍ଡା’ ସୁଟିଂ ପାଇଁ ତୁର୍କୀ ଯାଇଥିଲେ । ଆଉ ସେଠାରେ ତୁର୍କୀର ପ୍ରଥମ ମହିଳାଙ୍କ ସହ ସାକ୍ଷାତ କରି ସୋସିଆଲ ମିଡିଆରେ ଫଟୋ ସେୟାର କରିଥିଲେ । ଯାହା ପାଇଁ ତାଙ୍କୁ ବର୍ତ୍ତମାନ ଭାରତରେ ସମାଲୋଚନାର ଶିକାର ହେବାକୁ ପଡୁଛି । ଆଉ ଇତିମଧ୍ୟରେ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ ମଧ୍ୟ ଆମୀରଙ୍କୁ ଟାର୍ଗେଟ କରି ତୁର୍କୀ ଭିଜିଟ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସେ ଏକ ଟ୍ବିଟ କରି କହିଛନ୍ତି, ‘କୋଭିଡ-19 ନିୟମ ଅନୁଯାୟୀ ଆମୀରଙ୍କୁ ଭାରତ ଫେରିବା ପରେ ସରକାରୀ ହସ୍ପିଟାଲରେ ଦୁଇ ସପ୍ତାହ ପର୍ଯ୍ୟନ୍ତ କ୍ବାରେଣ୍ଟାଇନ କରିଦେବା କଥା ।’ ସ୍ବାମୀଙ୍କ ଏପରି ଟ୍ବିଟକୁ ନେଇ ବର୍ତ୍ତମାନ ଚର୍ଚ୍ଚା।

ପ୍ରକାଶ ଥାଉକି ଆମୀର ଗତ ରବିବାର ରବିବାର ତୁର୍କୀ ରାଷ୍ଟ୍ରପତିଙ୍କ ପତ୍ନୀଙ୍କ ସହ ସାକ୍ଷାତ କରିଥିଲେ । ଇସ୍ତାନବୁଲ ସ୍ଥିତ ରାଷ୍ଟ୍ରପତି ଭବନରେ ଦୁଇଜଣଙ୍କ ସାକ୍ଷାତର କିଛି ଫଟୋ ଆମୀର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସେ ଭାରତ ବିରୋଧୀ ରାଷ୍ଟ୍ର ତୁର୍କୀର ପ୍ରଥମ ମହିଳା ସହ ସାକ୍ଷାତ କରିଥିବାରୁ ତାଙ୍କ ଉପରେ କ୍ରୋଧିତ ନଜର ଆସୁଛନ୍ତି ଦେଶବାସୀ ।

ଇଟିଭି ଭାରତ ବ୍ୟୁରୋ, ରିପୋର୍ଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.