ETV Bharat / sitara

34 ବର୍ଷରେ କଙ୍ଗନା, ମଡେଲିଂରୁ ବଲିଉଡର କୁଇନ - ମଡଲିଂରୁ ବଲିଉଡର କୁଇନ କଙ୍ଗନା ରଣାୱତ

ଆଜି 34 ବର୍ଷ ବୟସରେ ପାଦ ଥାପିଲେ କଙ୍ଗନା । ଅଭିନୟ ସହ ନିଜ ବିନ୍ଦାସ ଅନ୍ଦାଜ ପାଇଁ ମଧ୍ୟ ଚର୍ଚ୍ଚାରେ ରୁହନ୍ତି ଅଭିନେତ୍ରୀ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Mar 23, 2021, 8:09 AM IST

ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରଣାୱତଙ୍କ ଆଜି 34ତମ ଜନ୍ମଦିନ । ଅଭିନେତ୍ରୀ ନିଜ ଅଭିନୟ ଦମରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ସ୍ବତନ୍ତ୍ର ସ୍ଥାନ ସ୍ଥାପନ କରିବାରେ ସଫଳ । 1987 ମାର୍ଚ୍ଚ 23ରେ ଜନ୍ମିତ କଙ୍ଗନା ମଡେଲିଂରୁ ଆରମ୍ଭ କରିଥିଲେ କ୍ୟାରିୟର । ତେବେ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ଜୀବନର କିଛି କଥା...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ

କଙ୍ଗନା ଏମିତି ଅଭିନେତ୍ରୀ ଯାହାଙ୍କ ଫିଲ୍ମ ବିନା ହିରୋରେ ବି 100 କୋଟି ଟଙ୍କା ଆୟ କରୁଛି । ତାଙ୍କ ଜନ୍ମ 1987 ମାର୍ଚ୍ଚ 23ରେ ହିମାଞ୍ଚଳର ଏକ ରାଜପୁତ ପରିବାରେ ହୋଇଥିଲା। ଆଜି 34 ବର୍ଷରେ ପଦାର୍ପଣ କରିଛନ୍ତି ସେ। ପରିବାରରେ ତାଙ୍କ ବ୍ୟତୀତ ବଡ ଉଭଣୀ ରଙ୍ଗୋଲୀ ଚାନ୍ଦେଲ ଓ ସାନ ଭାଇ ଅକ୍ଷତ ରଣାୱତ ଅଛନ୍ତି। ହେଲେ ଲୋକପ୍ରିୟ ଅଭିନେତ୍ରୀ ସାଜିଥିବା କଙ୍ଗନାଙ୍କୁ ପିତାମାତା ଡାକ୍ତର କରିବାକୁ ଚାହୁଁଥିଲେ । କିନ୍ତୁ ସେ ଦ୍ବାଦଶରେ ଫେଲ୍ ହୋଇଥିଲେ। ଏହା ପରେ ସେ ତାଙ୍କ ପିତାମାତାଙ୍କ ସହ ଝଗଡା କରି ଦିଲ୍ଲୀ ଚାଲିଆସିଥିଲେ, ମାତ୍ର 16 ବର୍ଷ ବୟସରେ ଦିଲ୍ଲୀରେ ପହଞ୍ଚି ମଡଲିଂରେ ଭାଗ୍ୟ ପରୀକ୍ଷା କରିଥିଲେ ସେ । ଏହାପରଠୁ ଆରମ୍ଭ ହୋଇଥିଲା ତାଙ୍କ ସଂଘର୍ଷ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ

କଙ୍ଗନା 2006ରେ ରିଲିଜ ହୋଇଥିବା ଫିଲ୍ମ ‘ଗ୍ୟାଙ୍ଗଷ୍ଟାର’ ଜରିଆରେ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ନିଜର 14 ବର୍ଷ କ୍ୟାରିୟରରେ ସେ ଗୋଟିଏରୁ ବଢି ଗୋଟିଏ ଶାନଦାର ଫିଲ୍ମ ଦେଇ ଫିଲ୍ମଫେୟାରଠୁ ନେଇ ନ୍ୟାସନାଲ ଆୱାର୍ଡ ଓ ପଦ୍ମଶ୍ରୀ ଆୱାର୍ଡ ନିଜ ନାମରେ କରାଇବାରେ ସଫଳ ହୋଇଛନ୍ତି। ତାଙ୍କୁ ଚାରୋଟି ଫିଲ୍ମଫେୟାର ଆୱାର୍ଡ ମିଳିସାରିଛି। ‘ଗ୍ୟାଙ୍ଗଷ୍ଟାର’ ପାଇଁ ବେଷ୍ଟ ଫିମେଲ ଡେବ୍ୟୁ , ‘ଫ୍ୟାଶନ’ ପାଇଁ ବେଷ୍ଟ ସପୋର୍ଟିଂ ଆକ୍ଟ୍ରେସ, ‘କୁଇନ’ ପାଇଁ ବେଷ୍ଟ ଆକ୍ଟ୍ରେସ ଓ ‘ତନୁ ୱେଡ୍ସ ମନୁ’ ପାଇଁ ବେଷ୍ଟ ଆକ୍ଟ୍ରେସ କ୍ରିଟିକ୍ସ ମିଳିଥିଲା।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ

କଙ୍ଗନାଙ୍କୁ ଶାନଦାର ଅଭିନୟ ପାଇଁ ତିନିଥର ନ୍ୟାସନାଲ ଆୱାର୍ଡ ମଧ୍ୟ ମିଳିସାରିଲାଣି। ତାଙ୍କୁ ପ୍ରଥମ ନ୍ୟାସନାଲ ଆୱାର୍ଡ ‘ଫ୍ୟାଶନ’ ପାଇଁ ମିଳିଥିଲା। ପରେ ‘କୁଇନ’ ଓ ‘ତନୁ ୱେଡ୍ସ ମନୁ’ ପାଇଁ ସେ ନ୍ୟାସନାଲ ଆୱାର୍ଡ ଜିତିଥିଲେ। ଗତ ବର୍ଷ ଜାନୁୟାରୀରେ କଳା କ୍ଷେତ୍ରରେ ତାଙ୍କ ଯୋଗଦାନ ପାଇଁ ଭାରତ ସରକାର ଦ୍ବାରା ଚତୁର୍ଥ ସର୍ବୋଚ୍ଚ ନାଗାରିକ ପୁରସ୍କାର ପଦ୍ମଶ୍ରୀରେ ତାଙ୍କୁ ସମ୍ମାନିତ କରାଯାଇଥିଲା। ଆଉ ଏବର୍ଷ ତାଙ୍କ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଅଭିନେତ୍ରୀଙ୍କୁ ଭାରତ ସରକାରଙ୍କ ତରଫରୁ ଏକ ବଡ ଉପହାର ମିଳିଛି। ସୋମବାର ସନ୍ଧ୍ୟାରେ 67ତମ ଜାତୀୟ ପୁରସ୍କାର ଘୋଷଣା କରାଯାଇଛି। ଯେଉଁଥିରେ କଙ୍ଗନାଙ୍କୁ ଫିଲ୍ମ ‘ମଣିକର୍ଣ୍ଣିକା: ରାନୀ ଅଫ୍ ଝାନ୍ସି’ ଏବଂ ‘ପଙ୍ଗା’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସମ୍ମାନିତ କରାଯାଇଛି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ

ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ଆଉଟସାଇଡର କଙ୍ଗନାଙ୍କୁ ବଲିଉଡରେ ଗୋଲ୍ଡ ଡିଗର, ସୁଯୋଗର ଫାଇଦା ଉଠାଉଥିବା ଓ କଣ୍ଟ୍ରୋଭର୍ସିଆଲ କୁଇନ ମଧ୍ୟ କୁହାଯାଏ। ହେଲେ ଏହି ଲେବଲ୍ସ ତାଙ୍କ ସାହସକୁ କମ କରିନଥିଲା। ଟପ ଅଭିନେତ୍ରୀ ରୂପେ ଇଣ୍ଡଷ୍ଟ୍ରିରେ ନିଜ ପରିଚୟ ସୃଷ୍ଟି କରିବାରେ ସେ ସଫଳ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ

କଙ୍ଗନା ସବୁବେଳେ ଏମିତି ଫିଲ୍ମରେ କାମ କରିଥିଲେ ଯାହା ଦମଦାର କାହାଣୀକୁ ନେଇ ଆଧାରିତ। ପ୍ରକାଶ ଥାଉକି ବର୍ତ୍ତମାନ ସେ ନିଜ ଆଗାମୀ ଫିଲ୍ମକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି। ସେ ଫିଲ୍ମ ‘ଥଲାଇବି’, ‘ଧାକଡ’ ଓ ‘ତେଜସ’ ଫିଲ୍ମ ନେଇ ପରଦାରେ ନଜର ଆସିବେ। ଆଶା କରାଯାଉଛି ଯେ ଏହି ଫିଲ୍ମରେ ମଧ୍ୟ ତାଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ପାଇବେ ଦର୍ଶକ। ଆଜି ତାଙ୍କ ଜନ୍ମଦିନ ଅବସରରେ ରିଲିଜ ହେବ ଥଲାଇଭିର ଦମଦାର ଟ୍ରେଲର ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ

ଇଟିଭି ଭାରତ ପକ୍ଷରୁ କଙ୍ଗନାଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.