ମୁମ୍ବାଇ: ୨୦୦୬ରେ ପପୁଲାର ଟିଭି ଶୋ କସସରେ ବାଣୀ ଚରିତ୍ରରେ ଅଭିନୟ କରି ଖ୍ୟାତି ଅର୍ଜନ କରିଥିବା ପ୍ରାଚୀ ଦେଶାଇ ୩୨ବର୍ଷରେ ପାଦ ଥାପିଛନ୍ତି । ୧୯୮୮ ମସିହା ଆଜିର ଦିନରେ ଗୁଜୁରାଟର ସୁରଟରେ ଜନ୍ମଗ୍ରହଣ କରିଥିଲେ ପ୍ରାଚୀ । ପିଲାଟି ଦିନରୁ ଅଭିନୟ ପ୍ରତି ତାଙ୍କର ବେଶ ଆଗ୍ରହ ଥିଲା । ମାତ୍ର ୧୭ ବର୍ଷ ବୟସରୁ ଅଭିନୟ ଆରମ୍ଭ କରିଥିଲେ ପ୍ରାଚୀ । ଆଜି ତାଙ୍କ ଜନ୍ମଦିନରେ ଫ୍ୟାନ୍ସ ଓ କୋଷ୍ଟାରଙ୍କ ନିକଟରୁ ଛୁଟୁଛି ଶୁଭେଚ୍ଛାର ସୁଅ ।
ନିଜ ବୟସରୁ ୧୬ ବର୍ଷ ବଡ ରାମ କପୁରଙ୍କ ସହିତ ଟିଭି ସିରିଏଲରେ ନଜର ଆସିଥିଲେ ପ୍ରାଚୀ । ବୟସ ବହୁତ ବଡ ହୋଇଥିଲେ ହେଁ ଉଭୟଙ୍କ ଯୋଡିକୁ ପ୍ରତ୍ୟେକ ଘରେ ପସନ୍ଦ କରାଯାଇଥିଲା । ଟେଲିଭିଜନରେ ଡେବ୍ୟୁ କରିବାର ୨ ବର୍ଷ ପରେ 2008ରେ ଚଳଚ୍ଚିତ୍ର ରକ୍ ଅନରେ ବଲିଉଡରେ ଏଣ୍ଟ୍ରି ମାରିଥିଲେ ପ୍ରାଚୀ । ଏହା ପରେ ବୋଲ ବଚନ, ୱାନ୍ସ ଅପନ ଟାଇମ ଇନ ମୁମ୍ବାଇ, ପାର୍ଟନର, ପୋଲିସଗିରି ଓଲ ଅଜହର ଭଳି ପପୁଲାର ଫିଲ୍ମରେ ନଜର ଆସିଥିଲେ ।
ସିନେମା ଜଗତରେ ତାଙ୍କ ଯାତ୍ରା ଏତେ ସହଜ ନଥିଲା । ଏହାରି ଭିତରେ ସେ କାଷ୍ଟିଂ କାଉଚ ଓ ଅନେକ ସମସ୍ୟାର ସାମ୍ନା କରିଥିଲେ । ଚଳିତ ବର୍ଷ ମନୋଜ ବାଜପେୟୀଙ୍କ ସହିତ 'ସାଇଲେନ୍ସ'ରେ ଡିଜିଟାଲ୍ ଡେବ୍ୟୁ କରିଛନ୍ତି ପ୍ରାଚୀ ଦେଶାଇ । ଏକ ସାକ୍ଷାତକାରରେ ଅଭିନେତ୍ରୀ କହିଛନ୍ତି, ‘ମୋତେ ଏକ ବଡ ଫିଲ୍ମ ମିଳିଥିବାବେଳେ ଏହା ବଦଳରେ ମୋତେ କମ୍ପରମାଇଜ କରିବାକୁ କୁହାଯାଇଥିଲା । ମୁଁ ମନା କରିବାରୁ ନିଜେ ନିର୍ଦ୍ଦେଶକ ମୋତେ ଏ ବାବଦରେ ପଚାରିଥିଲେ । ମୁଁ ଫିଲ୍ମରେ କାମ କରିବାକୁ ସଫା ସଫା ମନା କରିଦେଲି’ ।
ନେପୋଟିଜିମକୁ ନେଇ ପ୍ରାଚୀଙ୍କ ମତ...
ସେ ଏକ ସାକ୍ଷାତକାରରେ କହିଛନ୍ତି ନେପୋଟିଜମ ସବୁବେଳେ ଅଛି ରହିବ । କିନ୍ତୁ ଦର୍ଶକ ବହୁତ କିଛି ନିଷ୍ପତ୍ତି ନିଅନ୍ତି । ଯେ ପର୍ଯ୍ୟନ୍ତ ଦର୍ଶକ ସମର୍ଥନ ଅଛି ସମସ୍ତଙ୍କ ପାଇଁ ସ୍ଥାନ ରହିବ | ତାଙ୍କୁ ବିନା ସ୍କ୍ରିପ୍ଟ କିମ୍ବା କାହାଣୀ ବିନା ପ୍ରୋଜେକ୍ଟରେ ସାଇନ୍ କରିବାକୁ କୁହାଯାଉଥିବା କହିଛନ୍ତି ପ୍ରାଚୀ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ