ମୁମ୍ବାଇ: ବଲିଉଡ ଅଭିନେତା ରଣଦୀପ ହୁଡା ଆଜି ତାଙ୍କର 44ତମ ଜନ୍ମଦିନ ପାଳନ କରୁଛନ୍ତି ।
ରଣଦୀପ 20 ଅଗଷ୍ଟ 1976ରେ ହରିୟାଣାର ରୋହତକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ରଣଦୀପଙ୍କ ପିତା ରଣଭୀର ହୁଡା ଜଣେ ଡାକ୍ତର ଏବଂ ମାତା ଆଶା ହୁଡା ଜଣେ ସାମାଜିକ କର୍ମୀ ଅଟନ୍ତି ।
ରଣଦୀପ 'ଓ୍ବାନସ ଅପନ ଏ ଟାଇମ ଇନ ମୁମ୍ବାଇ', 'ସାହିବ ବିବି ଅର ଗ୍ୟାଙ୍ଗଷ୍ଟର', 'ଜିସ୍ମ-୨', 'ମର୍ଡର- 3', 'ହାଇଓ୍ବେ', 'କିକ', 'ରଙ୍ଗ ରସିୟା', 'ଲାଲ ରଙ୍ଗ', 'ସରବଜିତ', 'ସୁଲତାନ' ଏବଂ 'ବାଗୀ- ୨' ଭଳି ବହୁ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।
2001 ମସିହାରେ ରଣଦୀପ ଫିଲ୍ମ 'ମାନସୁନ ଓ୍ବେଡିଙ୍ଗ'ରୁ ତାଙ୍କର ଚଳଚ୍ଚିତ୍ର କ୍ୟାରିୟର ଆରମ୍ଭ କରିଥିଲେ ।
ଫିଲ୍ମ 'ହାଇଓ୍ବେ' ପାଇଁ ରଣଦୀପ ବେଷ୍ଟ ଆକର୍ଟର ଷ୍ଟାର ଡଷ୍ଟ ଆଓ୍ବାର୍ଡ ଜିତିଥିଲେ । ଏହାପରେ ରଣଦୀପ 2015 ରେ ଫିଲ୍ମ 'ରଙ୍ଗରସିୟା' ପାଇଁ ପ୍ରଥମ ଥର ଫିଲ୍ମଫେୟାର ପୁରସ୍କାର ପାଇଁ ମନୋନୀତ ହୋଇଥିଲେ ।
ରଣଦୀପ ଏପର୍ଯ୍ୟନ୍ତ ତିନୋଟି ବଲିଉଡ ବାୟୋପିକ୍ସରେ କାମ କରିଛନ୍ତି । ଯାହା ବକ୍ସ ଅଫିସରେ ହିଟ୍ ବୋଲି ପ୍ରମାଣିତ ହୋଇଛି । ଏହି ଚଳଚ୍ଚିତ୍ରଗୁଡ଼ିକରେ 'ମେନ୍ ଅର ଚାର୍ଲ୍ସ', 'ସରବଜିତ୍' ଏବଂ 'ରଙ୍ଗରାସିୟା' ଅନ୍ତର୍ଭୁକ୍ତ ।
ରଣଦୀପ ମେଲବୋର୍ଣ୍ଣରୁ ମାର୍କେଟିଂରେ ଡିଗ୍ରୀ ହାସଲ କରିଛନ୍ତି । ଏହା ପରେ ସେ ସେଠାରୁ ବିଜନେସ ମ୍ୟାନେଜମେଣ୍ଟ ଏବଂ ହୁମ୍ୟାନ ରିସୋର୍ସ ମ୍ୟାନେଜମେଣ୍ଟରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ତା ପରେ ସେ ଚାଇନାର ରେଷ୍ଟୁରାଣ୍ଟରେ ୱେଟର, ଟ୍ୟାକ୍ସି ଡ୍ରାଇଭର, କାର ଧୋଇବା ଏବଂ ଲାଇଫ ଗାର୍ଡର କାମ ମଧ୍ୟ କରିଛନ୍ତି ।
ରଣଦୀପ ତାଙ୍କର ଚତ୍ମକାର ଅଭିନୟରେ ବହୁ ଦର୍ଶକଙ୍କ ହୃଦୟ ଜିତିଛନ୍ତି ।
ରଣଦୀପ ହର୍ସ ରାଇଡିଂ କରିବାକୁ ବହୁତ ଭଲ ପାଆନ୍ତି ।
ପୋଲୋ ଏବଂ ସୋ ଜମ୍ପିଂ ସହିତ ପ୍ରଫେସନାଲ ଇକ୍ୟୁଟୋରିଆନ୍ କ୍ରୀଡ଼ାରେ ନିୟମିତ ଭାବେ ଅଂଶଗ୍ରହଣ କରୁଥିବା ହୁଡା ହେଉଛନ୍ତି ଏକମାତ୍ର ବଲିଉଡ ଅଭିନେତା ।
ରଣଦୀପଙ୍କୁ ଶେଷ ଥର ପାଇଁ ହଲିଉଡ ଫିଲ୍ମ ଏକ୍ସଟ୍ରାକସନରେ ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ରରେ ତାଙ୍କର ଭୂମିକାକୁ ଏବଂ ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା ।
ଆଗାମୀ ସମୟରେ, ରଣଦୀପ ଅଭିନେତା ସଲମାନଙ୍କ ଫିଲ୍ମ 'ରାଧେ'ରେ ନଜର ଆସିବେ । ଇଟିଭି ଭାରତ ତରଫରୁ ରଣଦୀପଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ