ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ପାଳନ କରୁଛନ୍ତି ନିଜର 44ତମ ଜନ୍ମଦିନ । ଶିଳ୍ପା ନିଜ ଫିଗର, ସ୍ବାସ୍ଥ୍ୟ ଓ ଯୋଗ ପାଇଁ କାଫି ପପୁଲାର । ଶିଳ୍ପାଙ୍କ ଫିଟନେସ କାରଣରୁ ଆଜି ବି 25 ବର୍ଷିୟା ଝିଅ ଲାଗନ୍ତି ।
ଯେତେବେଳେ ଶିଳ୍ପା ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିଲେ ସେତେବେଳେ ଏତେ ଖାସ ଦେଖାଯାଉନଥିଲେ । ନିଜ ମୁହଁ ପାଇଁ ସେ ବହୁତ ଚିନ୍ତିତ ଥିଲେ । ବଲିଉଡର ପ୍ରାୟ ସୁନ୍ଦରୀ ସର୍ଜରୀ କରିଛନ୍ତି ତେବେ ଏହି ରେସରେ ପଛରେ ନଥିଲେ ଶିଳ୍ପା । ସେ ମଧ୍ୟ ନିଜ ନାକର ସର୍ଜରୀ କରେଇଛନ୍ତି । ଶିଳ୍ପାଙ୍କର ଅସଲି ପରିବର୍ତ୍ତନ ଯୋଗ ଦ୍ବାରା ହୋଇଥିଲା । ଏହାପରେ ସେ ସମସ୍ତଙ୍କୁ ଯୋଗ କରିବାକୁ ପ୍ରେରଣା ଦେଇଥିଲେ ।
1975 ଜୁନ 8ରେ ଜନ୍ମଗ୍ରହଣ କରିଥିବା ଶିଳ୍ପା 1993ରେ ଫିଲ୍ମ ‘ବାଜିଗର’ରେ ବଲିଉଡକୁ ଏଣ୍ଟ୍ରି କରିଥିଲେ । ସେହି ବର୍ଷ ଶିଳ୍ପାଙ୍କ ‘ମେ ଖିଲାଡି ତୁ ଅନାଡୀ’ଫିଲ୍ମ ରିଲିଜ ହୋଇଥିଲା । ଏହାପରେ ଶିଳ୍ପା ଆଉ ପଛକୁ ଚାହିଁ ଦେଖିନଥିଲେ । ଗୋଟେ ପରେ ଗୋଟେ ବ୍ଲକବଷ୍ଟର ଫିଲ୍ମରେ ନିଜର ଆସିଲେ । ବର୍ତ୍ତମାନ ଶିଳ୍ପା ଟେଲିଭିଜନ ରିଆଲିଟି ଶୋ' ‘ସୁପର ଡ୍ୟାନ୍ସର’ରେ ବିଚାରକ ଭାବରେ ଦେଖିବାକୁ ମିଳୁଛି ।