ମୁମ୍ବାଇ: ବଲିଉଡରେ ମଙ୍କି କପଲ ନାମରେ ଫେମସ ବିପାଶା ବାସୁ ଓ କରନ ସିଂ ଗ୍ରୋଭରଙ୍କ ରୋମାଣ୍ଟିକ ଅନ୍ଦାଜ ସବୁବେଳେ ଫ୍ୟାନ୍ସଙ୍କ ମନ କିଣେ । ଯେବେ ମଧ୍ୟ ଏହି ଯୋଡିଙ୍କ କିଛି ଫଟୋ, ଭିଡିଓ ସାମ୍ନାକୁ ଆସିବେ ସଙ୍ଗେ ସଙ୍ଗେ ଭାଇରାଲ ହୋଇଯାଏ । ନିକଟରେ ସ୍ବାମୀ କରନଙ୍କ ସହ ମାଳଦ୍ବୀପକୁ ଯାତ୍ରା କରିଥିଲେ ବିପାଶା । କରନଙ୍କ ଜନ୍ମଦିନ ପାଳନ କରିବାକୁ ବିପାଶା ବାଛିଥିଲେ ମାଳଦ୍ବୀପର ସମୁଦ୍ର କୂଳ । ଇତିମଧ୍ୟରେ ଭାଇରାଲ ହେଉଛି ଦୁଇଜଣଙ୍କ ରୋମାଣ୍ଟିକ ଫଟୋ ।
- " class="align-text-top noRightClick twitterSection" data="
">
ଏବେ ବିପାଶା-କରନଙ୍କ ସହ ବହୁ ରୋମାଣ୍ଟିକ୍ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ବିପାଶା କରନଙ୍କ ଗାର୍ଲରେ କିସ କରୁଥିବାର ଦେଖିବାକୁ ମିଳିଛି । ଦେଖନ୍ତୁ ଫଟୋ...
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉ ଯେ, ବିପାଶାଙ୍କୁ ଫିଲ୍ମ 'ଏଲୋନ' ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ସେ ଏହି ଚଳଚ୍ଚିତ୍ରର ସେଟରେ କରନଙ୍କୁ ଭେଟିଥିଲେ। ସୁଟିଂ ସମୟରେ ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭର ପରସ୍ପରର ନିକଟତର ହୋଇଥିଲେ। ଏହା ପରେ ଦୁହେଁ 30 ଏପ୍ରିଲ 2016 ରେ ବିବାହ କରିଥିଲେ।
- " class="align-text-top noRightClick twitterSection" data="
">