ETV Bharat / sitara

'ଡେନଜରସ୍'ରେ ଏକାଠ ବିପାଶା-କରଣ, ଟ୍ରେଲର ରିଲିଜ

2015 ମସିହାରେ ଫିଲ୍ମ 'ଏଲୋନ'ରେ ଏକାକୀ ଏକାଠି ନଜର ଆସିଥିବା ରିଅଲ୍ ଲାଇଫ୍ ଦମ୍ପତି ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭର ପୁଣି ଥରେ ପରଦାକୁ ଫେରୁଛନ୍ତି । ଉଭୟ ଏମ୍ ଏକ୍ସ ପ୍ଲେୟାରର ଆଗାମୀ ଚଳଚ୍ଚିତ୍ର 'ଡେନଜରସ୍'ରେ ଏକାଠି ନଜର ଆସିବେ । ଏହି ଫିଲ୍ମ 14 ଅଗଷ୍ଟରେ ମୁକ୍ତିଲାଭ କରିବ । ଅଧିକ ପଢନ୍ତୁ...

author img

By

Published : Aug 7, 2020, 3:43 PM IST

bipasha basu and karan singh grover reunite in dangerous
'ଡେନଜରସ୍'ରେ ଏକାଠି ନଜର ଆସିବେ ବିପାଶା-କରଣ, ଫିଲ୍ମର ଟ୍ରେଲର ରିଲିଜ

ମୁମ୍ବାଇ: ବଲିଉଡର ଫେମସ ଦମ୍ପତି ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭର ପୁଣିଥରେ ପରଦାରେ ଏକାଠି ନଜର ଆସିବେ । ଏହି ଦୁଇଜଣଙ୍କୁ ଥ୍ରିଲର ଫିଲ୍ମ 'ଡେନଜରସ୍'ରେ ଏକାଠି ଦେଖିବାକୁ ମିଳିବ ।

  • " class="align-text-top noRightClick twitterSection" data="">

ବିପାଶା କହିଛନ୍ତି, ପ୍ରଶଂସକମାନେ ମୋତେ ଏବଂ କରଣଙ୍କୁ ପୁଣି ଥରେ ପରଦାରେ ଦେଖିବାକୁ ଚାହୁଁଥିଲେ । ଫିଲ୍ମ 'ଡେନଜରସ୍' ର ସ୍କ୍ରିପ୍ଟ ମୋତେ ପ୍ରକୃତରେ ବହୁତ ଆକର୍ଷିତ କରିଥିଲା । ତେଣୁ ମୁଁ ଏଥିରେ କାମ କରିବାକୁ ରାଜି ହେଲି ।

2015 ମସିହାରେ, ଏହି ଯୋଜି ପ୍ରଥମ ଥର ପାଇଁ ଚଳଚ୍ଚିତ୍ର 'ଏଲୋନ'ରେ ଏକାଠି ନଜର ଆସିଥିଲେ ।

ଚଳଚ୍ଚିତ୍ର 'ଡେନଜରସ୍' ବିକ୍ରମ ଭଟ୍ଟଙ୍କ ଦ୍ୱାରା ଲିଖିତ ଏବଂ ଭୂଷଣ ପଟେଲ ନିର୍ଦ୍ଦେଶନା ଦେଇଛନ୍ତି । ସୁୟଶ ରାୟ, ନତାଶା ସୌରୀ, ସୋନାଲି ରାଉତ ଏବଂ ନିତିନ ଆରୋରାଙ୍କ ପରି ଅଭିନେତାମାନଙ୍କ ସହିତ ସୁସଜ୍ଜିତ ଏହି ଫିଲ୍ମ 14 ଅଗଷ୍ଟ ଓଟିଟି ପ୍ଲାଟଫର୍ମ ଏମ ଏକ୍ସ ପ୍ଲେୟାରରେ ମୁକ୍ତିଲାଭ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.